www.samajalive.in
Thursday, December 11, 2025
13.1 C
Bhubaneswar

ନବରଙ୍ଗପୁରରେ ବିଭିନ୍ନ ଚର୍ଚ୍ଚରେ ବଡଦିନ ପାଳିତ

ନବରଙ୍ଗପୁର : ନବରଙ୍ଗପୁରର ପ୍ରଧାନ ମଣ୍ଡଳୀ (ଚର୍ଚ୍ଚ)ରେ ଯୀଶୁ ଙ୍କର ଜନ୍ମଦିନ ପାଳିତ ହୋଇ ଯାଇଛି। ଏଥିରେ ସଭାପତି ନିରପରାଜ ସୁକୁଦୁଲାରୀ,ପରିଚାଳକ ଡିନ୍‍ ଯୁଝେଶ୍ୱର ନାୟକ, ପାଳିକା ରେଭ୍‍ ଏଲିଜାବେଥ ବାଘ,ରେଭ୍‍ ବବିନନ୍ଦ ,ମାଝୀଗୁଡା ଚର୍ଚ୍ଚରେ ଡିନ ରେଭ୍‍ ଅନନ୍ତ ନାଗ, କାମତାରେ ରେଭ୍‍ ପ୍ରତ୍ୟୁଷ ନାନୁବେଣୁ, ତେନ୍ତୁଳିଖୁଣ୍ଟି ଚର୍ଚ୍ଚରେ ରେଭ୍‍ ବିପିନ କୁମାର ଧାନଫୁଲ, କୋଷାଗୁମୁଡା ଚର୍ଚ୍ଚରେ ଶିଶିର କୁମାର ଗଣ୍ଡା, ଉମରକୋଟପୂଜାରୀଗୁଡାରେ ରେଭ୍‍ ଦାଉଦ ସାଗର, ତେନ୍ତୁଳିଖୁଣ୍ଟି କ୍ୟାଥ୍‍ଲିକ ଚର୍ଚ୍ଚରେ ଫାଦର୍‍ ପ୍ରଭାକର ବୀର, ଜମାଦେର ମାଇକେଲ, ହାଲେଲୁୟା ଚର୍ଚ୍ଚରେ ରେଭ୍‍ ତିମତି ଛିଞ୍ଚାଣୀ, ଭୂବିସି ଚର୍ଚ୍ଚରେ ରେଭ୍‍ ବିନିତା ସୁନା, ଖଣ୍ଡିଆଗୁଡା ଚର୍ଚ୍ଚରେ ରମେଶ ପାତ୍ର ବାଘ, ସମତେ ଜିଲାର ସମସ୍ତ ଚର୍ଚ୍ଚରେ ଯୀଶୁଙ୍କର ଜନ୍ମ ଦିନ ପାଳିତ ହୋଇଛି। ,ଏହି ଅବସରେ ଶୁଭେଚ୍ଛାବାର୍ତ୍ତାପାଠ କରାଯାଇ ବିଶ୍ୱବାସୀଙ୍କୁ  କରୋନାରୁ ମୁକ୍ତ କରିବା ପାଇଁ ପ୍ରାର୍ଥନା କରାଯାଇଥିଲା। ସାମୁହିକ ଭାବେ ବାଇବେଲ ପାଠ କରାଯାଇଥିଲା।  ଏହି ଅବସରରେ ଜିଲା ସଂଖ୍ୟାଲଘୁ ସେଲ ର ସଭାପତି ସୁଧିର ପାତ୍ର, ସମ୍ପାଦକ ପାଳକ ଗୈାରବ କାଉରୀ, ଉପସଭାପତି ତୀର୍ଥଚରଣ ନାୟକ, ରେଭ ଉଲ୍ଲାସ କର, ବିକ୍ରମ ନାଗ ଓ ଜିଲା ଆଣ୍ଟି କର୍‍ପସନ୍‍ ର ସଭାପତି ଲକ୍ଷ୍ମୀଚନ୍ଦ୍ର ଟାକ୍ରି ଜିଲାବାସୀଙ୍କୁ ଯୀଶୁଙ୍କର ଜନ୍ମ ଦିନର ଶୁଭେଚ୍ଚା ବାର୍ତ୍ତା ଜଣାଇଛନ୍ତି। ତେବେ ଶାନ୍ତି ଶୃଙ୍ଖଳାର ସହ ବଡଦିନ ପାଳନ ପାଇଁ ପୁଲିସ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କରୋନାର କଟକଣାକୁ ଦୃଷ୍ଟି ରେ ରଖି ବଡଦିନ ପାଳନ କରାଯାଇଥିଲା। ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବିଭନ୍ନ ଚର୍ଚ୍ଚକୁ ଯାଇ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories