www.samajalive.in
Thursday, December 11, 2025
14.1 C
Bhubaneswar

ଅଟଳଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ବିକାଶର ଅଦୃଶ୍ୟ ଉଚ୍ଚତାରେ ନେଇ ପହଞ୍ଚାଇଛି : ମୋଦୀ

ନୂଆଦିଲ୍ଲୀ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳ ‘ସଦୈବ ଅଟଳ’କୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଟଳଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ବିକାଶର ଅଦୃଶ୍ୟ ଉଚ୍ଚତାରେ ନେଇ ପହଞ୍ଚାଇଛି। ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କର ଉଦ୍ୟମ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ ବରିଷ୍ଠ ନେତା ‘ସଦୈବ ଅଟଳ’ ସ୍ମାରକୀ ପରିଦର୍ଶନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟ ମଧ୍ୟରେ ବାଜପେୟୀଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

- Advertisement -


ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ‘ଭାରତ ରତ୍ନଙ୍କ ଜନ୍ମ ବାର୍ଷିକୀରେ ଆଦର୍ଶ ଏବଂ ନୀତି ତଥା ଏକ ଦେଶ ଉତ୍ସର୍ଗୀକୃତ ଜୀବନ ସହ ଭାରତର ବିକାଶ,  ଗରିବ କଲ୍ୟାଣ ଏବଂ ଉତ୍ତମ ଶାସନ ଯୁଗ ଆରମ୍ଭ କରିଥିବା ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଣାମ। ଅଟଳ ଜୀଙ୍କର କର୍ତ୍ତବ୍ୟ ଏବଂ ଜାତୀୟ ସେବା ସର୍ବଦା ଆମ ପାଇଁ ପ୍ରେରଣା କେନ୍ଦ୍ର ହେବ ବୋଲି ଅମିତ ଶାହା କହିଛନ୍ତି।


କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି  କହିଛନ୍ତି ଯେ ଅଟଳଜୀ ଭାରତରେ ବିକାଶ ଏବଂ ଉତ୍ତମ ଶାସନର ନୂତନ ମାନ ସ୍ଥିର କରିଥିଲେ। ରାଜନୀତିରେ ଏକ ନୂତନ ସୀମା ଅନୁସରଣ କରିଥିଲେ ଅଟଳଜୀ। ଏହି ଦେଶ ସର୍ବଦା ଅଟଳୀଙ୍କ ଚିନ୍ତାଧାରାରୁ ପ୍ରେରଣା ଭାବେ ଗ୍ରହଣ କରିବ ଚାଲିବ ବୋଲି ରାଜନାଥ ସିଂ କହିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories