www.samajalive.in
Friday, December 12, 2025
23.1 C
Bhubaneswar

କୁସୁମୀ ଅଞ୍ଚଳରେ ଦହି ଖାଇ ୫୦ରୁ ଉର୍ଦ୍ଧ୍ବ ଅସୁସ୍ଥ

କୁଚିଣ୍ଡା: କୁଚିଣ୍ଡା ବ୍ଲକ କୁସୁମୀ ନିକଟସ୍ଥ ସାଲେଭାଡି ପଞ୍ଚାୟତ ଲୁନ୍ଦୁରୁଡିହି ଓ ଆଖପାଖ ଗାଁରେ ବୁଲା ବିକାଳୀର ଦହି ଖାଇ ୫୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ଜଣାଯାଇଛି। ଏହି ଘଟଣା ଚର୍ଚ୍ଚା ହେବା ପରେ ପ୍ରଶାସନ ଅସୁସ୍ଥ ଅଧିବାସୀଙ୍କୁ କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାସ୍ଥ ଡାକ୍ତରଖାନା ଏବଂ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଦେଖାଯାଇଛି।

ସୂଚନା ଅନୁଯାଇ, କୁଚିଣ୍ଡା ବ୍ଲକର ସୀମାନ୍ତ ତଥା ଆଭ୍ୟନ୍ତରୀଣ ଜଣ୍ଡା ଗ୍ରାମର ଜନୈକ ବୟସ୍କ ବ୍ୟକ୍ତି ନିକଟସ୍ଥ ପାହାଡରେ ଗୋରୁ ପାଳି ନିକଟସ୍ଥ ଗାଁ ମାନଙ୍କରେ ଦହି ବିକ୍ରି କରିଥାଏ। ଅନୁରୂପ ଭାବେ ମଙ୍ଗଳବାର ଦିନ ଅପରାହ୍ନରେ ସଂପୃକ୍ତ ବ୍ୟକ୍ତି ଜଣକ ଲୁନ୍ଦୁରୁଡିହି, ସାଲେଖମନ, ବେଣିଆପୋଷୀ, ଗୋସାଇଁପଡା, ଜଣ୍ଡା ଆଦି ଗାଁରେ ବିକ୍ରି କରି ଫେରିଥିଲେ। ରାତ୍ରରେ ଖାଇଲା ପରେ କିଛି ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ। ମାତ୍ର ସକାଳେ ୫୦ରୁଉର୍ଦ୍ଧ ବ୍ୟକ୍ତିଙ୍କୁ ଝାଡା, ବାନ୍ତି ହେବା ସହ ମୁଣ୍ଡ ବୁଲେଇଥିବା ଦେଖାଯାଇଥିଲା। ପରେ ପ୍ରାୟ ୩୫ଜଣ ଅସୁସ୍ଥ ହୋଇ ଅସ୍ୱଭାବିକ ହେବା ସହ ଚାଲିବାକୁ ଅକ୍ଷମ ହୋଇ ପଡ଼ିଯାଇଥିବା ଦେଖାଯାଇଥିଲା। ଏଥିରେ ପ୍ରାୟ ୬ରୁ ଉର୍ଦ୍ଧ୍ବ ଶିଶୁ ରହିଥିବା ବେଳେ ଅନ୍ୟମାନେ ମଧ୍ୟବୟସ୍କ, ଯୁବକ ,ଯୁବତୀ ଏବଂ ବୃଦ୍ଧ ବୃଦ୍ଧା ହୋଇଥିବା ଜଣାଯାଇଛି। ଏହି ଘଟଣା ଚର୍ଚ୍ଚା ହେବା ପରେ ସଂପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା। ପ୍ରଶାସନ ପକ୍ଷରୁ ୧୦୮ନମ୍ବର ଆମ୍ବୁଲାନ୍ସରେ ପ୍ରାୟ ୩୦ଜଣଙ୍କୁ କୁଚିଣ୍ଡା ଉପଖଣ୍ଡୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ସେହିପରି କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଜଣଙ୍କୁ ଭର୍ତ୍ତି କରାଯାଇଥିଲା। କୁଚିଣ୍ଡା ଓ କୁନ୍ତରା ଡାକ୍ତରଖାନାରେ ସ୍ଥାନାଭାବ ଯୋଗୁଁ ବିପଦମୁକ୍ତ ଅସୁସ୍ଥ ଥିବା ରୋଗୀଙ୍କୁ ଡାକ୍ତରଟିମ ସଂପୃକ୍ତ ଗାଁକୁ ଯାଇ ଚିକିତ୍ସା କରିଥିବା ଜଣାଯାଇଛି।

- Advertisement -

ଅନ୍ୟପକ୍ଷେ ଡାକ୍ତରୀଦଳ ଦହି ଖାଇଥିବା ସମସ୍ତ ଅଧିବାସୀଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରୀ ବୁଝିଥିବା ଜଣାଯାଇଛି। କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିବା ପୂର୍ବରୁ ସମସ୍ତଙ୍କୁ କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା । ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ରିପୋର୍ଟ ଲେଖାହେବା ଯାଏ ଅସୁସ୍ଥ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ସହ ଔଷଧ ଏବଂ ସାଲାଇନ ଦେବା ପରେ ସ୍ୱଭାବିକ ହେଉଥିବା ଡାକ୍ତରଙ୍କ ସୂତ୍ରରୁ ଜଣାଯାଇଛି।

 

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories