www.samajalive.in
Thursday, December 11, 2025
13.1 C
Bhubaneswar

ଅସମ୍ପୂର୍ଣ୍ଣ ପାଇଖାନା ଆଗରେ ହିତାଧିକାରୀଙ୍କ ଫଟୋ ନେଇ ସମ୍ପୂର୍ଣ୍ଣ ଟଙ୍କା ହଡ଼ପ ଅଭିଯୋଗ

ତୁଷୁରା: ବଲାଙ୍ଗିର ଜିଲା ଗୁଡ଼ଭେଲା ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଫେଲ ମାରିଛି। ଠିକାଦାର ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗୁଡ଼ଭେଲା ବ୍ଲକ ଅର୍ନ୍ତଗତ ନୂଆପଡ଼ା ପଞ୍ଚାୟତ କନ୍ଦାମୁଣ୍ଡା ଗ୍ରାମରେ ପାଇଖାନା ନିର୍ମାଣରେ ହୋଇଥିବା ହେରଫେର ପରେ ବର୍ତମାନ ସମରା ପଞ୍ଚାୟତର ଲୁର୍କୀ ଗ୍ରାମରେ ହୋଇଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପାଇଖାନାରୁ ପ୍ରାୟ ୩୦ଟି ଅସମ୍ପୂର୍ଣ୍ଣ ପାଇଖାନାରେ ସମ୍ପୂର୍ଣ ହୋଇଥିବା କହି ସମସ୍ତ ଟଙ୍କା ଉଠିଯାଇଥିବା ଘଟଣା ସାମନାକୁ ଆସିଛି। ଅସମ୍ପୂର୍ଣ୍ଣ ପାଇଖାନା ଖତ ଖାଉଥିବା ବେଳେ ଲୋକେ ବାହାରକୁ ଶୌଚ ଯାଉଛନ୍ତି। କାରଣ ପାଇଖାନାଗୁଡ଼ିକ ଠିକାଦାରଙ୍କ ଦ୍ୱାରା କରାଯାଇଥିବାରୁ ପାଇଖାନା ଭିତରେ ପେନ ବସା ଯାଇ ନଥିବା ବେଳେ ଟାଙ୍କି ପାଇଁ ବ୍ୟବହାର ରିଙ୍ଗ ଗୁଡ଼ିକ ବାହାରେ ରଖାଯାଇଛି। ପାଇଖାନା ଭିତରେ ପେନ ରଖି ପାଇଖାନା ବାହାରେ ହିତାଧିକାରୀଙ୍କୁ ଛିଡ଼ା କରି ଫଟୋ ନେଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କାନ୍ଥଗୁଡ଼ିକରେ ଫାଟ ହେଲାଣି। ବିପଦଜନକ ଅବସ୍ଥାରେ ରହିଛି ପାଇଖାନା। ସରକାର ସ୍ୱଚ୍ଛଭାରତ ମିଶନ ଜରିଆରେ ଦେଶର ପ୍ରତ୍ୟେକ ଗାଁକୁ ବାହ୍ୟ ମଳମୁକ୍ତ ଗ୍ରାମ୍ୟ ସୃଷ୍ଟି କରିବା ଲାଗି ପାଇଖାନା ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ମଧ୍ୟ ଦେଇଛନ୍ତି। ହେଲେ ଗୁଡ଼ଭେଲା ବ୍ଳକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିମ୍ନମାନର ପାଇଖାନା ତିଆରି କରାଯାଇଥିବାରୁ ପାଇଖାନାଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇ ନପାରି ଖତ ଖାଉଥିବା ଗ୍ରାମର ଶାନ୍ତନୁ ଭୋଇ, ସତ୍ୟଭାମା ଭୋଇ, ଅମୃତା ଭୋଇ, ସମୀରା ପ୍ରଧାନ, କୁନ୍ତଳା ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ସବୁ ଯୋଜନା କେବଳ ଯନ୍ତ୍ରୀ ଓ ଠିକାଦାରଙ୍କ ପେଟ ପୋଷା ପାଇଁ ଉଦିଷ୍ଟ ବୋଲି ଗାଁ ଲୋକେ ମତ ଦେଇଛନ୍ତି। ପାଇଖାନା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜେଇ ମୁକୁଳିତ ଖାଖାଙ୍କୁ ପଚାରିବାରୁ ମୋତେ ଫୋନରେ ମତାମତ ଦେବା ପାଇଁ ଉପରୁ ମନା କରାଯାଇଛି। ତେଣୁ ଆପଣ ଆସିଲେ ଡ଼ାଟା ଦିଆଯିବ ବୋଲି କହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories