www.samajalive.in
Thursday, December 11, 2025
14.1 C
Bhubaneswar

‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ଗବେଷଣାରେ ସହାୟକ ହେବ

ଭୁବନେଶ୍ୱର : ପୁରୀର ସାଂସ୍କୃତିକ ପରିମଣ୍ଡଳର ଅତୀତ ଓ ବର୍ତ୍ତମାନ ସର୍ବଦା ବୌଦ୍ଧିକ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏହି ପରିପ୍ରେକ୍ଷୀରେ ଡ.ଭାସ୍କର ମିଶ୍ରଙ୍କ ଲିଖିତ ପୁସ୍ତକ ‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ଗବେଷକ ତଥା ଜଗନ୍ନାଥ ସଂସ୍କୃତିପ୍ରେମୀଙ୍କ ନିମନ୍ତେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର ଓ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଡ. ଲେନିନ୍‌ ମହାନ୍ତି ମତବ୍ୟକ୍ତ କରିଛନ୍ତି।

 

- Advertisement -

ନିର୍ଦେଶକ ଶ୍ରୀ ମିଶ୍ର କହିଛନ୍ତି ଯେ ଶ୍ରୀକ୍ଷେତ୍ରର ପ୍ରାଚୀନତା, କ୍ଷେତ୍ର ମହାତ୍ମ୍ୟ, ବିବିଧ ପରମ୍ପରା, ବିଭିନ୍ନ ଦେବଦେବୀ ପୀଠ, ତୀର୍ଥ-ପୁଷ୍କରିଣୀ ଓ ସ୍ୱର୍ଗଦ୍ୱାର ଇତ୍ୟାଦି ଉପରେ ପୁସ୍ତକଟିରେ ସବିଶେଷ ଆଲୋକପାତ କରାଯାଇଛି । ଡ. ମହାନ୍ତି କହିଛନ୍ତି ଯେ ପୁସ୍ତକଟିରେ ପୁରୀ ସଂପର୍କରେ ଅତ୍ୟନ୍ତ ନିବିଡ଼ ଓ ସାରଗର୍ଭକ ଆଲେଖ୍ୟମାନ ସନ୍ନିବେଶିତ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ପୁସ୍ତକଟିର ସଂପାଦନା ଓ ସଂକଳନ କରିଛନ୍ତି ଡ. ଭାସ୍କର ମିଶ୍ର। ଡ. ମିଶ୍ର ପୁସ୍ତକଟିରେ ପ୍ରଦାନ କରିଥିବା ତଥ୍ୟାବଳି ଗବେଷକ, ଅଧ୍ୟାତ୍ମବାଦୀ ଏବଂ ଜିଜ୍ଞାସୁ ପାଠକମାନଙ୍କୁ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ମିଶ୍ର ଓ ଡ. ମହାନ୍ତି ମତବ୍ୟକ୍ତ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories