www.samajalive.in
Wednesday, December 10, 2025
26.1 C
Bhubaneswar

ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ

ଟିଟିଲାଗଡ଼ : ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ଅନ୍ତର୍ଗତ ଅସୁରମୁଣ୍ଡା ଗାଁର ଠାକୁର ସେଲମା, ଚନ୍ଦ୍ର ବଗର୍ତ୍ତି। ଏହି ୨ ଜଣ ଟିଟିଲାଗଡ ଉପଖଣ୍ଡ ସମେତ ଗୁଡଭେଲା ବ୍ଲକ ଅଞ୍ଚଳର ମହିଳାଙ୍କ ସରଳତାର ସୁଯୋଗ ନେଇ ବିଭିନ୍ନ ମାଇକ୍ରୋଫାଇନାନ୍ସ ଗ୍ରୁପ ଋଣ ମଞ୍ଜୁର କରାଇଥିଲେ ଏବଂ ପରେ ଆମେ ପରିଶୋଧ କରିବୁ ବୋଲି କହି ସେମାନଙ୍କ ଠାରୁ ୫ ହଜାର ଟଙ୍କା ନେଇଥିଲେ। ଅଭିଯୁକ୍ତ ଠାକୁର ସେଲମା ଷ୍ଟାମ୍ପ ପେପର ମୁଁ ଟଙ୍କା ନେଲି ବୋଲି ଲେଖିଦେଇଥିବା କିଛି ମହିଳା ଦେଖାଇଛନ୍ତି। ହେଲେ ଋଣ ଟଙ୍କା ୨ଜଣ ବ୍ୟକ୍ତି ପରିଶୋଧ କରୁ ନଥିବା ବେଳେ ମାଇକ୍ରୋଫାଇନାନ୍ସ କମ୍ପାନୀ ଏଜେଣ୍ଟ ଏବେ ମହିଳାଙ୍କ ଅଗଣାରେ। ମହିଳାଙ୍କ ଅଭିଯୋଗ କ୍ରମେ ଟିଟିଲାଗଡ ଥାନା ଓ ମୁରିବାହାଲ ଥାନାରେ ଅକ୍ଟୋବର ମାସରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ହେଲେ ଏନେଇ ପୁଲିସର ତଦନ୍ତ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି।

ପୂର୍ବରୁ ଠାକୁର ସେଲମା ମୁରିବାହାଲ ଜେଏମ୍ଏଫ୍ସିଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ସେ କଣ୍ଟାବାଞ୍ଜି ଜେଲରେ। ସୋମବାର ଟିଟିଲାଗଡ ପୁଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଟିଟିଲାଗଡ କୋର୍ଟରେ ହାଜିର କରିଥିଲେ। ଠକେଇର ଶିକାର ହୋଇଥିବା ମହିଳାମାନେ ପୁଲିସର ଡକରା କ୍ରମେ ସକାଳୁ ଟିଟିଲାଗଡ ଥାନାକୁ ପହଞ୍ଚିଥିବା କହିଛନ୍ତି। ଅପରପକ୍ଷରେ କୋର୍ଟରେ ଅଭିଯୁକ୍ତ ଠାକୁର ଥିବା ଖବର ପାଇଁ ମହିଳାମାନେ ସନ୍ଧ୍ୟାରେ କୋର୍ଟରେ ପହଞ୍ଚିଥିଲେ। ଟିଟିଲାଗଡ ଗରିବ ସେନା ସଭାପତି ବିରେନ୍ଦ୍ର ବାଗ ତଥା ଅନେକ ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି କୋର୍ଟ ସମ୍ମୁଖକୁ ପହଞ୍ଚିଥିଲେ। ଠକେଇର ଶିକାର ହୋଇଥିବା ମହିଳାମାନେ ଏଭଳି ବାର ଦୁଆର ଶୁଣ୍ଢିପିଣ୍ଡା ହେଉଥିବା ଶ୍ରୀ ବାଗ ଅସନ୍ତୋଷ ପ୍ରକାଶ କରିଥିଲେ। କଣ୍ଟାବାଞ୍ଜିରୁ ଅଭିଯୁକ୍ତଙ୍କୁ ଟିଟିଲାଗଡ ପୁଲିସ ରିମାଣ୍ଡରେ ଆଣୁଥିବା ଗଣମାଧ୍ୟମ ପ୍ରତିନିଧି ଖବର ପାଇନଥିବା ବେଳେ କିପରି ମହିଳାମାନେ ଦୂରଦୂରାନ୍ତ ଗ୍ରାମରୁ ଖବର ପାଇ ଆସିଲେ ସେ ନେଇ ତଦନ୍ତ ହେବା ଦରକାର। ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରିବା ଆବଶ୍ୟକତା ରହିଥିବା ବେଳେ ଏଭଳି ଠକାମିର ସୁଯୋଗ ସୃଷ୍ଟି କରିବା, ନ୍ୟାୟ ପ୍ରଦାନରେ ବିଳମ୍ବ ଦୁଃଖଦାୟକ ବୋଲି ଶ୍ରୀ ବାଗ କହିଛନ୍ତି।

- Advertisement -

ଟିଟିଲାଗଡ ଉପଖଣ୍ଡରେ ୧୫ରୁ ଉର୍ଦ୍ଧ୍ବ ମାଇକ୍ରୋ ଫାଇନାନ୍ସ କମ୍ପାନୀ ବୁଲୁଛନ୍ତି। ଠକାମିର ଶିକାର ହୋଇଥିବା ମହିଳାଙ୍କ ମଧ୍ୟରୁ ଜଣ ଜଣକୁ ୫ରୁ ଉର୍ଦ୍ଧ୍ବ କମ୍ପାନୀ ଋଣ ମଞ୍ଜୁର କରିଛନ୍ତି। ପୂର୍ବରୁ ଖୋଲାନ ଗ୍ରାମରେ ଦୁଇ ପରିବାର ଗ୍ରୁପ ଋଣ ପରିଶୋଧ କରି ନପାରି ଭୟରେ ଘର ଛାଡି ଚାଲିଯିବା ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ମାଇକ୍ରୋଫାଇନାନ୍ସ କମ୍ପାନୀ ଗରିବ ଦଳିତ ପରିବାରଙ୍କ ଘର କବାଟ, ଝରକା, ଆସବାସ ପତ୍ର ନେଇ ଚାଲିଯିବା ଟିଟିଲାଗଡ ଉପଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଥିଲା। ଦର୍ଲୋ ଗ୍ରାମର ଜଣେ ଆଦିବାସୀ ପରିବାରର ମୁଖ୍ୟ ଗ୍ରୁପ ଋଣ ପାଇଁ ଆତ୍ମହତ୍ୟା କରିଥିବା ଆଲୋଚନା ହୋଇଥିଲା। ଏକାଧିକ ମାଇକ୍ରୋଫାଇନାନ୍ସ କମ୍ପାନୀ କେଉଁ ଆଧାରରେ ଜଣେ ଜଣେ ମହିଳାମାନଙ୍କୁ ଏକାଧିକ ଋଣ ପ୍ରଦାନ କଲେ ତାହା ବୁଝାପଡୁନାହିଁ। ସରକାରୀ ଅଧିବକ୍ତା ଶ୍ୟାମାପ୍ରସାଦ ଗରିଆଙ୍କ ସୂଚନା ଅନୁସାରେ, ଟିଟିଲାଗଡ ପୁଲିସ ମାତ୍ର ଗୋଟିଏ ଦିନ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ଅଭିଯୁକ୍ତ କୋଟି କୋଟି ଟଙ୍କା ହେରଫେର କରିଥିବା ବେଳେ ପୁଲିସର ତଦନ୍ତ ବାଟବଣା ହୋଇଥିବା ଅଭିଯୋଗ ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories