www.samajalive.in
Wednesday, December 10, 2025
26.1 C
Bhubaneswar

ତାମିଲନାଡ଼ୁରେ ଏଆଇଡ଼ିଏମକେ-ବିଜେପି ମେଣ୍ଟ: ପଲାନୀସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ: ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ତଥା ଏଆଇଡ଼ିଏମକେ ନେତା ପଲାନୀସ୍ବାମୀ ହେବେ ଏନଡ଼ିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆସନ୍ତା ଏପ୍ରିଲ-ମେ ମାସରେ ହେବାକୁଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ପଲାନୀସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ବିଜେପି ଉପସ୍ଥାପିତ କରିଛି । ଗତ ସପ୍ତାହେ ଧରି ଚାଲିଥିବା ବିତର୍କ ଏହାଫଳରେ ଶେଷ ହୋଇଛି । ପଲାନୀସ୍ବାମୀ ନା ପନିରସେଲଭମ୍ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ତାହାକୁ ନେଇ ଗତ ଏକ ସପ୍ତାହ ଧରି ଚର୍ଚା ଜାରି ରହିଥିଲା । ବିଜେପି ରାଜ୍ୟ ସଭାପତି ଏଲ୍.ମୁରଗାନ ଏହା ଘୋଷଣା କରିଛନ୍ତି । ତାମିଲନାଡ଼ୁରେ ଏଆଇଡ଼ିଏମକେ,  ବିଜେପି ଓ ଅନ୍ୟ ଛୋଟ ଦଳକୁ ନେଇ ଗଠିତ ଏନଡ଼ିଏ ପକ୍ଷରୁ ପଲାନୀସ୍ବାମୀ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମୁରଗାନ କହିଛନ୍ତି ।

ସେ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡଡା ମାସ ଶେଷରେ ତାମିଲନାଡୁରେ ହୋଇଥିବା ସର୍ଭେ ପରିସ୍ଥିତିର ସମୀକ୍ଷା କରିବେ ଏବଂ ବିଧିବଦ୍ଧ ଭାବରେ ଏହା ଘୋଷଣା କରିବାର ସମ୍ଭାବନା ଥିଲା  । କିନ୍ତୁ ସେ ଗତ ସପ୍ତାହରେ କୋଭିଡ  ପଜିଟିଭ ହେବା ପରେ ତାଙ୍କର ଗସ୍ତ ଜାନୁଆରୀ ଦ୍ବିତୀୟ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories