www.samajalive.in
Tuesday, December 9, 2025
16.1 C
Bhubaneswar

ଜିଏସଟି କ୍ଷତିପୂରଣର ଭରଣା ପାଇଁ ଅର୍ଥମନ୍ତ୍ରଣାଳୟର ୬ ହଜାର କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ :  ରାଜ୍ୟଗୁଡ଼ିକର ଜିଏସଟି କ୍ଷତିପୂରଣର ଭରଣା ପାଇଁ ଅର୍ଥମନ୍ତ୍ରଣାଳୟ ୬ ହଜାର କୋଟି ଟଙ୍କାର ଅଷ୍ଟମ ସାପ୍ତାହିକ କିସ୍ତିର ଅର୍ଥ ପ୍ରଦାନ କରିଛି। ତାହା ମଧ୍ୟରୁ ୫ହଜାର ୫୧୬ କୋଟି ଟଙ୍କା ୨୩ଟି ରାଜ୍ୟକୁ ଦିଆଯାଇଥିବା ବେଳେ ୪୮୩ କୋଟି ଟଙ୍କା ବିଧାନସଭା ଥିବା ୩ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଜାମ୍ମୁ-କାଶ୍ମୀର ଓ ପୁଦୁଚେରୀ ଅନ୍ତର୍ଭୁକ୍ତ। ଅବଶିଷ୍ଟ ୫ଟି ରାଜ୍ୟ – ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ୍‍, ନାଗାଲାଲାଣ୍ଡ ଓ ସିକ୍କିମ୍‍ର ଜିଏସଟିର ରାଜସ୍ୱରେ କୌଣସି ନିଅଣ୍ଟ ହୋଇନାହିଁ।

କେନ୍ଦ୍ର ସରକାର ଗତ ଅକ୍ଟୋବର ମାସରେ ଏକ ସ୍ୱତନ୍ତ୍ର ଉଧାର ୱିଣ୍ଡୋ ସ୍ଥାପନ କରିଥିଲେ। ଜିଏସଟି ଲାଗୁ ଯୋଗୁଁ ୧ ଲକ୍ଷ ୧୦ହଜାର କୋଟି ଟଙ୍କାର ନିଅଣ୍ଟକୁ ଭରଣା କରିବା ପାଇଁ ଏହି ୱିଣ୍ଡୋ ସ୍ଥାପନ କରାଯାଇଥିଲା। କେନ୍ଦ୍ର, ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ତରଫରୁ ଏହି ୱିଣ୍ଡୋ ମାଧ୍ୟମରେ ଅର୍ଥ ଉଧାର ନେଇଛନ୍ତି। ଏ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଉଧାର ନିଆଯାଇଛି। ଚଳିତ ସପ୍ତାହରେ ରାଜ୍ୟଗୁଡ଼ିକୁ ଅଷ୍ଟମ ପର୍ଯ୍ୟାୟ କିସ୍ତିର ଅର୍ଥ ଦିଆଯାଇଛି।

- Advertisement -

ଚଳିତ ସପ୍ତାହରେ  ୪.୧୯ ଭାଗ ସୁଧ ହାରରେ ସରକାର ଅର୍ଥ ଉଧାର ନେଇଛନ୍ତି। କେନ୍ଦ୍ର ସରକାର ଏହି ୱିଣ୍ଡୋ ମାଧ୍ୟମରେ ଏ ପର୍ଯ୍ୟନ୍ତ ୪୮ହଜାର କୋଟି ଟଙ୍କା ଉଧାର ନେଇସାରିଛନ୍ତି। ଏଥିପାଇଁ ହାରାହାରି ଶତକଡ଼ା ୪.୬୯ ଭାଗ ସୁଧ ଦେବାକୁ ପଡୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories