www.samajalive.in
Friday, December 12, 2025
19.1 C
Bhubaneswar

ବେଲପଡା ୨୬ ନମ୍ବର ଜିଲା ପରିଷଦ ଉପ ନିର୍ବାଚନ ; ୨୯ ହଜାର ୭୦୭ ଭୋଟରଙ୍କ ହାତରେ ୪ ପ୍ରାର୍ଥୀଙ୍କ ଭାଗ୍ୟ

ବେଲପଡା : ବେଲପଡ଼ା ୨୬ ନମ୍ବର ଜିଲା ପରିଷଦ ଉପ ନିର୍ବାଚନ । ଆଉ ଦିନକ ପରେ ଅର୍ଥାତ୍ ୨୨ ତାରିଖ ମଙ୍ଗଳବାର ଦିନ ହେବ ଭୋଟ। ଏଥିପାଇଁ ସରଗରମ ବେଲପଡ଼ା ରାଜନୀତି। ନେତା, ମନ୍ତ୍ରୀ ପ୍ରଚାର କରି ଗଲେଣି। ବିକାଶ ପାଇଁ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ ଦେବାକୁ ନିବେଦନ କଲେଣି। ୪ଜଣ ପ୍ରାର୍ଥୀ ଜିଲା ପରିଷଦ ସଭ୍ୟ ପାଇଁ ମଇଦାନକୁ ଆସିଥିବା ବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୯ହଜାର ୭୦୭ ଭୋଟର। ତେଣୁ ଭୋଟର୍‌ଙ୍କୁ ନିଜ ସମର୍ଥନକୁ ଆଣିବା ପାଇଁ ଚାଲିଛି ଜୋରଦାର ପ୍ରୟାସ।

ବେଲପଡା ୨୬ ନମ୍ବର ଜୋନ୍ ଜିଲା ପରିଷଦ ଉପ ନିର୍ବାଚନରେ ୧୫ ହଜାର ୪୪୭ ପୁରୁଷ ଓ ୧୪ ହଜାର ୨୬୦ ଜଣ ମହିଳା ଭୋଟର ୧୦୧ଟି ବୁଥ୍‌ରେ ସେମାନଙ୍କର ମତଦାନ କରିବେ। ନିର୍ବାଚନ ପରିଚାଳନା ପାଇଁ ୧୨୧ଟି ପୁଲିଙ୍ଗ୍ ପାଟି ନିଯୁକ୍ତି ହୋଇଥିବା ବେଳେ ଏଥି ମଧ୍ୟରୁ ୧୦ଟି ପୁଲିଙ୍ଗ୍ ପାଟିକୁ ସଂରକ୍ଷିତ ରଖାଯାଇଛି। ୨୦୧୭ ମସିହା ଗଣନା ଅନୁସାରେ ୨୮ ହଜାର ୪୭୮ ଭୋଟର ଥିବା ବେଳେ ବର୍ତ୍ତମାନ ୧୨ ଶହ ୨୯ ବୃଦ୍ଧି ପାଇଛି। ସମୁଦାୟ ୨୯ ହଜାର ୭୦୭ ଭୋଟର ହୋଇଛି।  ବେଲପଡା ବ୍ଲକ ୨୬ ନମ୍ବର ଜୋନର ତେନ୍ତୁଲିମୁଣ୍ଡା ପଞ୍ଚାୟତର ୫ଟି ଗ୍ରାମରେ  ୧୧ ଟି ୱାର୍ଡରେ  ୪ ହଜାର ୧୩୪, ବାହାବାଲ ପଞ୍ଚାୟତ  ୩ ଟି ଗାଁରେ ୧୧ ଟି ୱାର୍ଡରେ ୨ ହଜାର ୫୭୦, ମଣ୍ଡଳ ପଞ୍ଚାୟତର ୪ଟି ଗ୍ରାମର ୧୨ଟି ୱାର୍ଡର ୩ ହଜାର ୯୫୧, ସୁଲେକେଲା ୪ଟି ଗ୍ରାମର ୧୨ଟି ୱାର୍ଡରେ ୪ ହଜାର ୧୭୩, ଧୁମାଭଟା ପଞ୍ଚାୟତର ୭ଟି ଗ୍ରାମର ୧୫ଟି ୱାର୍ଡରେ ୫ ହଜାର ୩୩୪, ମଧ୍ୟପୁର ପଞ୍ଚାୟତର ୩ଟି ଗାଁର ୧୧ଟି ୱାର୍ଡରେ ୨ ହଜାର ୩୦୭, ସିହିନୀ ପଞ୍ଚାୟତର ୩ଟି ଗ୍ରାମର ୧୧ ୱାର୍ଡରେ ୨ ହଜାର ୪୬୨, ଯୁବା ପଞ୍ଚାୟତ ୮ଟି ଗ୍ରାମର ୧୭ଟି ୱାର୍ଡରେ ୪ ହଜାର ୭୭୬ ଜଣ ଭୋଟର ରହିଛନ୍ତି। ତେବେ କେତେ ପ୍ରତିଶତ ମତଦାନ ହେଉଛି ତା’ ଊପରେ ନଜର ରହିଛି। କାରଣ ଏହି ଅଞ୍ଚଳର ଭୋଟରଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଶ୍ରେଣୀର। ତେଣୁ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ସାରିଥିବା ଜଣାପଡିଛି।

- Advertisement -

ଉପ ନିର୍ବାଚନ ପାଇଁ ଭୋଟ ଦାନ ମଙ୍ଗଳବାର ସକାଳୁ ୭ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ବେଲେଟ୍ ପେପର ବ୍ୟବହାର ହେବ ବୋଲି ଜଣାପଡ଼ିଛି। ୨୩ ତାରିଖ ଦିନ ବେଲପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ନିର୍ବାଚନ ଅଧିକାରୀ ତଥା ବେଲପଡା ବିଡିଓ ଭିକ୍ଟୋର ସୋରେଙ୍ଗ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୬ ନମ୍ବର ଜୋନର ସଦସ୍ୟ ନାଜର ବର୍ଗେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ସେହିଦିନରୁ ଏହି ଜୋନର ଜିଲା ପରିଷଦ ସଭ୍ୟ ପଦ ଖାଲି ପଡିଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ଭୋଟ ଗ୍ରହଣ ହେବାର ଥିଲା। କିନ୍ତୁ କରୋନା କଟକଣା ଯୋଗୁଁ ବାତିଲ ହୋଇଥିଲା। ଦୀର୍ଘ ୯ ମାସ ପରେ ଉପ ନିର୍ବାଚନ ହେବାକୁ ଯାଉଛି।  ଏହି ଉପ ନିର୍ବାଚନରେ ବିଜେଡିର ବିଶ୍ୱମିତ୍ରା ବିଶି, ବିଜେପିର କୁନୁ ମୁଣ୍ଡା, କଂଗ୍ରେସ ଦଳର ଗଣ୍ଡାରାମ ବିଶାଳ ଓ ସ୍ୱାଧିନ ପ୍ରାଥିୀ ଭାବେ ଗୁଣନିଧି ବର୍ଗେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories