www.samajalive.in
Thursday, December 11, 2025
14.1 C
Bhubaneswar

କନ୍ଧମାଳରେ ଶୀତର ପ୍ରକୋପ; ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‍

ଫୁଲବାଣୀ: କନ୍ଧମାଳକୁ ପୁଣି ଲେଉଟିଛି ଶୀତ। ଗତ କିଛିଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ବେଳେ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ସେଲସିୟସ୍‍ ତାପାମାତ୍ରା ଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଫୁଲବାଣୀର ଆଜିର ତାପମାତ୍ରା ହେଉଛି ଚଳିତ ବର୍ଷର କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ବୋଲି ରେକର୍ଡ଼ କରାଯାଇଛି। ତେବେ ଜିଲାରେ ଅନ୍ୟ ଅଞ୍ଚଳ ମାନଙ୍କରେ ପାରଦମାପ ଯନ୍ତ୍ର ନଥିଲେ ମଧ୍ୟ ଫୁଲବାଣୀ ପରି ସମଗ୍ର ଜିଲାରେ ଶୀତର ପ୍ରକୋପ ବେଶ୍‍ ବୃଦ୍ଧି ପାଇଛି। ଅପରାହ୍ନ ପରେ ପରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ବିଳମ୍ବିତ ରାତ୍ର ପରେପରେ ସମଗ୍ର ଜିଲାରେ କୁହୁଡ଼ିର ଆବରଣ ଯୋଗୁଁ ଯାନ ବାହାନ ଚଳାଚଳରେ ନାହିଁ ନଥିବା ବାଘ୍ୟାତ ଉପୁଜିଛି।

ସେହିଭଳି ସକାଳ ପ୍ରାୟ ୮ ଟାରୁ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଘୋଡ଼ାଇ ହୋଇ ରହୁଥିବା ଦେଖାଯାଇଛି। ଶୀତର ପ୍ରକୋପ ଯୋଗୁଁ ଗରୀବ ଓ ଖଟିଖିଆମାନଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ଗରୀବ ଓ ଅସହାୟମାନଙ୍କୁ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶସାନ ପକ୍ଷରୁ କୌଣସି ସ୍ଥାନରେ ମଧ୍ୟ ଶୀତବସ୍ତ୍ର ପ୍ରଦାନ କରାଯାଇ ନ ଥିବା ଜଣାଯାଇଛି। ସେହିଭଳି ଶୀତର ମଜା ନେବା ପାଇଁ ବର୍ତ୍ତମାନ ଦିନକୁ ଦିନ ଜିଲାକୁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ମାନଙ୍କର ବେଶ୍‍ ଗସ୍ତ ରହୁଥିବାର ଦେଖାଯାଇଛି। ତେବେ ଦାରିଙ୍ଗବାଡ଼ି ବ୍ୟତିତ ଜିଲାର ଅନ୍ୟ କୌଣସି ଅଞ୍ଚଳରେ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ଅନୁମତି ମିଳିନଥିବା ଯୋଗୁଁ ଏବେ ମଧ୍ୟ ଦ୍ୱନ୍ଦରେ ପଡିଛନ୍ତି ବହୁ ସଂଖ୍ୟରେ ପର୍ଯ୍ୟଟକ ମାନେ। ପ୍ରବଳ ଶୀତର ପ୍ରକୋପ ଯୋଗୁଁ ଅନେକଙ୍କ ପାଇଁ ନିଆଁ ହିଁ ପାଲଟିଛି ଏକ ମାତ୍ର ସାହାରା। ସକାଳୁ ସକାଳୁ ଚାହା ଦୋକାନ ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ମାନଙ୍କରେ ଗଦା ଗଦା ଅଞ୍ଚଳବାସୀ କାଠ ଗଣ୍ଡିରେ ନିଆଁ ଲଗାଇ ବସୁଥିବାର ଦେଖାଯାଇଛି। ସେହିଭଳି କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ଆଜି ପ୍ରଥମଥର ପାଇଁ ତୁଷାରପାତ ପଡ଼ିଥିବାର ଦେଖାଯାଇଛି। ତୁଷାରପାତକୁ ନିଜ ନିଜ ଅଞ୍ଚଳବାସୀ ମୋବାଇଲ୍‍ରେ ଫୋଟ ଉଠାଇବା ପାଇଁ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ବେଶ୍‍ ଗହଳି ଲାଗିଥିବାର ମଧ୍ୟ ଦେଖାଯାଇଛି। କନ୍ଧମାଳ ଜିଲାର ଫୁଲବାଣୀର ବିଭିନ୍ନ ଗ୍ରାମାଞ୍ଚଳରେ ତୁଷାରପାତ ପଡ଼ିଥିବା ବେଳେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ତଲାରିମାହା ଗ୍ରାମ ପଂଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରେ ବିଭିନ୍ନ ଧାନ ନଡ଼ା ଗଦା ଉପରେ ତୁଷାରପାତ ହୋଇଥିବାର ଦେଖାଯାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ମାନଙ୍କରେ ଶୀତର ପ୍ରକୋପ ବେଶ୍‍ ବୃଦ୍ଧି ପାଇଥିବା ଯୋଗୁଁ ଗ୍ରାମାଞ୍ଚଳର ଅଧିବାସୀମାନେ ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories