www.samajalive.in
Friday, December 12, 2025
17.1 C
Bhubaneswar

ଆଗକୁ ନୂଆବର୍ଷ : ପର୍ଯ୍ୟଟକଙ୍କ ମନ ଜିଣିବ ବିମୁଗ୍ଧ ଅଂଶୁପା

ବାଙ୍କୀ : କୋଭିଡ ପ୍ରଭାବରେ ଦୀର୍ଘ ୮ମାସ ପରେ ପର୍ଯ୍ୟଟନସ୍ଥଳୀ ଅଂଶୁପା ପର୍ଯ୍ୟଟଙ୍କ ପାଇଁ ଖୋଲିବା ପରେ ଏବେ ସ୍ଥାନୀୟ ଦାୟିତ୍ୱରେ ଥିବା ମା ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀର ୫୦ରୁ ଅଧିକ ସଦସ୍ୟାଙ୍କ ଜୀବନ ଜୀବିକା ପାଇଁ ବାଟ ଖୋଲିଛି। ବର୍ଷ ତମାମ ଅଂଶୁପା ପାଇଁ ଶ୍ରମଦାନ କରି ରୋଜଗାର ଶୂନ୍ୟ ଭାବରେ ଦିନ କାଟୁଥିବା ଗୋଷ୍ଠୀର ସଦସ୍ୟା ମାନଙ୍କ ମନରେ ଖୁସି ଭରିଛି। ଆଗକୁ ନୂଆବର୍ଷ। ୨୦୨୧ର ପହିଲା ଦିନକୁ ସ୍ୱାଗତ କରିବା ସହିତ ପୁରୁଣା ଦିନର ସ୍ମୃତିକୁ ସାଇତି ରଖିବା ପାଇଁ ଏବେ ଅଂଶୁପା ପରିଦର୍ଶନରେ ପରିବାର ସହ ଶିଶୁ, କୈଶୋର, ଯୁବପିଢୀ ଠାରୁ ଆରମ୍ଭ କରି ପୌଢ ବୟସର ପର୍ଯ୍ୟଟକମାନେ ଅଂଶୁପା ବୁଲି ଆସିବାରେ ମଜା ନେଉଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବାଙ୍କୀ ତହସିଲ ଅଧିନ ମଧୁର ହ୍ରଦ ଅଂଶୁପା ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ନୁହେଁ ବଂର ଏସିଆ ମହାଦେଶର ୨ୟ ମଧୁର ହ୍ରଦ ଭାବରେ ମାନ୍ୟତା ପାଇଛି। ଅପରୂପା ସୌନ୍ଦର୍ଯ୍ୟରେ ବିମଣ୍ଡିତ ସରଣ୍ଡାଗଡ ପାହାଡର ପାଦ ଦେଶରେ ଶୀତଳ ମଧୁର ହ୍ରଦ ଅଂଶୁପା ବେଶ ପର୍ଯ୍ୟଟକଙ୍କ ମନ ହରଣ କରିଛି। ଅଂଶୁପା କୂଳକୁ ପ୍ରାକୃତିକ ଉଦ୍ୟାନ ସହିତ ଆଧୁନିକ ପ୍ରଣାଳୀରେ ସଜାଇବାରେ ଚିଲ୍ଲିକା ଡେଭ୍ଲପମେଣ୍ଟ ଅଥରିଟି ଗୁରୁ ଦାୟିତ୍ୱ ବହନ କରି ଏବେ ବିମୁଗ୍ଧ ଅଂଶୁପାର ସୌନ୍ଦର୍ଯ୍ୟକୁ ସଜାଇବାରେ ସକ୍ଷମ ହୋଇଛି। ଏବେ ଶୀତଋତୁର ଆଗମନରେ ପ୍ରାକୃତିକ ଶୋଭା ବେଶ ବଢିଥିବା ଜଣାପଡିଛି। ରଙ୍ଗ ବେରଙ୍ଗ ଫୁଲର ସମ୍ଭାର ସହିତ ସୁନ୍ଦର କୋମଳ ଘାସ ଗାଲିଚା, ପାଦଚଲା ସାରଣୀ, କୃତିମ ଜଳଭଣ୍ଡାର, ଶିଶୁ ମନୋରଂଜନ ପାର୍କ, ନୀଳ ଜଳରାଶିରେ ନୌବିହାର ପାଇଁ ଯନ୍ତ୍ର ଚାଳିତ ଡଙ୍ଗା ଏବଂ ମଣିଷ ଚାଳିତ ଦେୟଯୁକ୍ତ ଡଙ୍ଗାର ସୁବିଧା ପର୍ଯ୍ୟଟକଙ୍କୁ ବେଶ ଆନନ୍ଦ ଦେବା ପାଇଁ ଚିଲ୍ଲିକା ଡେଭ୍ଲପମେଣ୍ଟ ଅଥରିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଦେୟମୁକ୍ତ ଗାଡି ପାର୍କିଂ ସ୍ଥଳ, ପୁରୁଷ ଏବଂ ମହିଳାଙ୍କ ପାଇଁ ପୃଥକ ପୃଥକ ଆଧୁନିକ ସୌଚାଳୟ ବ୍ୟବସ୍ଥା, ସୁଦ୍ଧ ପାନୀୟଜଳ ବ୍ୟବସ୍ଥାକୁ ସେବା ଉପଯୋଗୀ କରିବାରେ ବନ୍ଦୋବସ୍ତ କରାଯାଇଛି। ସୌହାର୍ଦ୍ଧ୍ୟପୂର୍ଣ୍ଣ ବ୍ୟବହାର ପାଇଁ ପ୍ରବେଶ ଦ୍ୱାରରେ ସିକ୍ୟୁରିଟି, ପର୍ଯ୍ୟଟକଙ୍କୁ ପରିଭ୍ରମଣ କରାଇବାରେ ସହାୟକ ଏବଂ ରିଫ୍ରେସମେଣ୍ଟ ପାଇଁ ବ୍ୟବସ୍ଥିତ କ୍ୟାଣ୍ଟିନ ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଭରା ଦେଇଥିବା ପର୍ଯ୍ୟଟକଙ୍କ ସୂତ୍ରରୁ ଜାଣିବାକୁ ମିଳିଛି। ପ୍ରାକୃତିକ ଶୋଭାରାଜି ବିମଣ୍ଡିତ ଅଂଶୁପାକୂଳର ସାନ୍ଧ୍ୟ କାଳୀନ ପରିବେଶ ବେଶ ଆକର୍ଷଣୀୟ। ସେହିପରି ଅଂଶୁପାରେ ସ୍ୱଚ୍ଛତା ପାଇଁ ପର୍ଯ୍ୟଟକ ମାନଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ପରିଚାଳନାରେ କମ୍ପ୍ୟୁଟରୀକରଣ ପ୍ରବେଶ ଟିକେଟ ବାବଦକୁ ୨୦ଟଙ୍କା ନିଆଯାଉଥିଲା ବେଳେ ଯନ୍ତ୍ର ଚାଳିତ ବୋଟିଂ ବ୍ୟବସ୍ଥା ପାଇଁ ଟିକେଟ ୫୦ଟଙ୍କା କରାଯାଇଥିଲା ବେଳେ ମାନୁଆଲ ବୋଟିଂ ପାଇଁ ଟିକେଟର ମୂଲ୍ୟ ୨୫ଟଙ୍କା ରଖାଯାଇଥିବା ପରିଚାଳନା ସଦସ୍ୟ ମାନଙ୍କ ଠାରୁ ଜାଣିବାକୁ ମିଳିଛି। ଯୁବପିଢୀଙ୍କ ମଜାଦାର ପାଇଁ ୩ଟି ସେଲଫି ଜୋନ୍ ଏବଂ କୃତ୍ରିମ ଝରଣାର ସୈାନ୍ଦର୍ଯ୍ୟୀକରଣ କରାଯାଇଛି। ସୂଚନା ଅନୁଯାୟୀ କୋଭିଡ କଟକଣାରେ ଶନିବାର ଦିନ ପ୍ରାୟ ୫୦୦ ପର୍ଯ୍ୟଟକ ଆସିଥିବା ପରିଦର୍ଶନରେ ଆସିଥିବା ବେଳେ ରବିବାର ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦାୟିତ୍ୱରେ ଥିବା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ସୁଲୋଚନା ଦଳେଇ,ସଦସ୍ୟ ସଞ୍ଜୁ ଦଳେଇ,ରେବତୀ ଦଳେଇ,ଅଲ୍ଲୀ ଦଳେଇ,କୋକିଳ ଦଳେଇ,ଗୁଲୁରୀ ଦଳେଇ ଓ ଭାବେନୀ ଦଳେଇଙ୍କ ସମେତ ଗୋଷ୍ଠୀର ସଦସ୍ୟା ମାନେ ନିଜର ଜୀବନ ଜୀବିକାରେ ରୋଜଗାର ବଢିବା ନେଇ ଆଶାଦାବି ଅଛନ୍ତି। ସେପଟେ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ପର୍ଯ୍ୟଟନ ସ୍ଥଳୀରେ ଏକାଠି ଜନଗହଳୀ କରାନଯାଇ ସାମାଜିକ ଦୂରତାରେ ପରିଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାଇ ପର୍ଯ୍ୟଟକ ମାନଙ୍କ ପାଇଁ ପରିଦର୍ଶନ ସମୟ ସକାଳ ୮ଟାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ସ୍ଥିର ଥିବା ସମୟରେ ଅପରାହ୍ନ ୪ ଘଟିକାରୁ ମାନୁଆଲ ବୋଟ୍ ସେବା ବନ୍ଦ ରହୁଥିବା ଜଣାପଡିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories