www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ଭିମସାର ମେଡ଼ିସିନ ବିଭାଗରେ ରୋଗୀ ସମ୍ପର୍କିୟଙ୍କୁ ଲୁଟ ଉଦ୍ୟମ

ବୁର୍ଲା : ବୁର୍ଲା ଭିମସାରରୁ ରୋଗୀ ସମ୍ପର୍କିୟଙ୍କ ବାଇକ, ମୋବାଇଲ ଫୋନ ଏବଂ ଟଙ୍କା ପଇସା ଚୋରୀ ହେବା ଘଟଣା ଏକ ନିତ୍ୟ ପ୍ରତଦିନ ଘଟଣା । ଏପରିକି ଆକ୍ରମଣ କରି ରୋଗୀ ସମ୍ପର୍କିୟଙ୍କ ଠାରୁ ଟଙ୍କା ପଇସା ତଥା ମୋବାଇଲ ଫୋନ ଲୁଟି ଫେରାର ମାରିବା ଅନେକ ଘଟଣା ଭବିଷ୍ୟତରେ ଘଟି ଥିବାର ଦୃଷ୍ଟାନ୍ତ ମାନ ରହିଛି । ତେବେ ଏହା ଉପରେ ବିରାମ ଲଗାଇବାରେ ବର୍ତ୍ତମାନ ସୁଦ୍ଧା କାବୁ କରାଯାଇ ପାରି ନାହିଁ । କେତେକ ଘଟଣାରେ ଚୋର ଧରା ପଡୁଥିବା ବେଳେ କେତେକ ଘଟଣାରେ ଚୋରକୁ ଧରିବାରେ ପୁଲିସ ସମର୍ଥ ହୋଇ ପାରୁ ନାହିଁ ।

ଠିକ ସେହିପରି ଗତକାଲି ରାତିରେ ଜଣେ ରୋଗୀ ସମ୍ପର୍କିୟଙ୍କ ପକେଟ୍‍ କାଟି ଲୁଟ କରୁଥିବା ସମୟରେ ଚୋରକୁ କାବୁ କରାଯାଇଛି। ପୁଲିସ ଚୋରକୁ ବାନ୍ଧି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଗିରଫ ଯୁବକ ଜଣକ ବୁର୍ଲା ପଠାନବନ୍ଧ ଅଞ୍ଚଳର ଅନିଲ ସୁନା(୨୭) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ପୁଲିସ ସୂଚନା ମତେ ଅନିଲ ଗତକାଲି ରାତିରେ ମେଡିକାଲ ମେଡିସିନ ବିଭାଗ କୋଠାରେ ଜଣେ ରୋଗୀ ସମ୍ପର୍କିୟ ରାତିରେ ଶୋଇଥିବା ବେଳେ ଅନିଲ ତାଙ୍କ ପକେଟ କାଟି ଟଙ୍କା ଲୁଟ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ କାବୁ କରିଥିଲେ । ଏହାପରେ ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅନିଲକୁ ବୁର୍ଲା ମେଡ଼ିକାଲ ଫାଣ୍ଡି ପୁଲିସ ଗିରଫ୍‍ କରିଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories