www.samajalive.in
Thursday, December 11, 2025
16.1 C
Bhubaneswar

ତ୍ୱଚା ପାଇଁ ଆବଶ୍ୟକୀୟ ଟିପ୍ସ ; ବ୍ୟବହାର କରନ୍ତୁ ଖିର ଓ ବାଦାମ

ଶୀତଦିନ ଆସିବା ମାତ୍ରେ ତ୍ୱଚା ଶୁଷ୍କ ହେବାକୁ ଆରମ୍ଭ ହୋଇଥାଏ। ଯାହା ଦ୍ୱାରା ତ୍ୱଚାର ସୁନ୍ଦରତା ହ୍ରାସ ପାଇଥାଏ। ଏହି ସମୟରେ ତ୍ୱଚାକୁ କୋମଳ ସୁନ୍ଦର, ଚମକ ବୃଦ୍ଧି ପାଇଁ କିଛି ସ୍ୱତନ୍ତ୍ର ଘରୋଇ ଉପାୟ ରହିଛି। ଯାହାର ବ୍ୟବହାର ଦ୍ୱାରା ଆପଣ ଆଶ୍ଚର୍ଯ୍ୟଜନକ ଲାଭ ପାଇପାରିବେ। ଜାଣନ୍ତୁ….
ଏହି ଦିନେ ନଡିଆତେଲର ବ୍ୟବହାର ନିଶ୍ଚୟ କରନ୍ତୁ। ତେଲକୁ ଉଷୁମ କରି ସମ୍ପୂର୍ଣ୍ଣ ଶରୀରକୁ ଭଲ ଭାବେ ମାଲିସ କରନ୍ତୁ। ୧୫ ମିନିଟ ପରେ ସ୍ନାନ କରନ୍ତୁ। ନଡିଆ ତେଲରେ ପ୍ରୋଟିନ, ଭିଟାମିନ ଇ, ଫ୍ୟାଟି ଏସିଡ ଥିବାରୁ ଏହା ଖୁବ ଲାଭଦାୟକ।
ମହୁର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ପ୍ରାକୃତିକ ମଶ୍ଚୁରାଇଜର ଭଳି କାର୍ଯ୍ୟ କରିଥାଏ। ଗାଧୋଇବା ପୂର୍ବରୁ ମହୁକୁ ଭଲ ଭାବେ ମୁହଁରେ ଓ ଶରୀରରେ ମାଲିସ କରି ସ୍ନାନ କରନ୍ତୁ। ନିୟମିତ ଭାବେ ଏହାର ବ୍ୟବହାର କରନ୍ତୁ। ତ୍ୱଚା ସୁନ୍ଦର ହୋଇଥାଏ।
ଖିର ଓ ବାଦାମର ପେଷ୍ଟ ପ୍ରସ୍ତୁତ କରନ୍ତୁ….
ତ୍ୱଚାକୁ ସୁନ୍ଦର, କୋମଳ, ଉଜ୍ଜ୍ୱଳ ଆଦି କରିବା ପାଇଁ ଖିର ଓ ବାଦାମ ଖୁବ ଉପକାରୀ। ଏଥିପାଇଁ ଅଧ କପ ଖିରରେ ୧ ଚାମଚ ବାଦାମ ଗୁଣ୍ଡ କରି ଏହାର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ୧୦ ମିନିଟ ମୁହଁରେ ରଖି ଧୋଇ ଦିଅନ୍ତୁ। ଏହା ତ୍ୱଚା ପାଇଁ ଖୁବ ଲାଭଦାୟକ।
ତ୍ୱଚାକୁ ସୁନ୍ଦର କରିବା ପାଇଁ ଏଲୋବେରା ଜେଲ ମଧ୍ୟ ଲାଭଦାୟକ। ଏହା ତ୍ୱଚାକୁ କୋମଳ କରିଥାଏ।
ଦହି ଓ ବେସନ ଫେସ ପ୍ୟାକ –
ଦହି ଓ ବେସନକୁ ମିଶାଇ ଏହାକୁ ମଧ୍ୟ ଲଗାନ୍ତୁ। ଏହାକୁ ୧୦ ମିନିଟ ମୁହଁରେ ଲଗାଇ ଧୋଇ ଦିଅନ୍ତୁ।
ଗୋଲାପ ଜଳ –
ତ୍ୱଚା ପାଇଁ ଗୋଲାପ ଜଳ କୌଣସି ଆଶୀର୍ବାଦରୁ କମ ନୁହେଁ। ତେଣୁ ନିୟମିତ ଏହାକୁ ତ୍ୱଚା ପାଇଁ ବ୍ୟବହାର କରନ୍ତୁ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories