www.samajalive.in
Wednesday, December 10, 2025
26.1 C
Bhubaneswar

ମାଣ୍ଡିଆ ବିକ୍ରି ପାଇଁ ସଚେତନତା ରଥ

କ.ନୂଆଗାଁ: କନ୍ଧମାଳ ଜିଲାର ୭ଟି ବ୍ଳକରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମିଲେଟ୍‍ ମିଶନ ଚାଲିଥିବା ବେଳେ ବିଭିନ୍ନ ବ୍ଳକସ୍ତରରେ ମାଣ୍ଡିଆ ବିକ୍ରି ପାଇଁ ଆରମ୍ଭ ହୋଇଛି ସଚେତନତା ରଥ। ଏଳଭି ସ୍ଥଳେ ଆଜି କ.ନୂଆଗାଁ ବ୍ଳକରେ ମାଣ୍ଡିଆ ଚାଷୀମାନେ ନିର୍ଦ୍ଧାରିତ ମଣ୍ଡିରେ ଉତ୍ପାଦିତ ମାଣ୍ଡିଆ ବିକ୍ରି କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ଓଡ଼ିଶା ମିଲେଟ୍‍ ମିଶନ୍‍ ଓ ସ୍ୱେଚ୍ଛାସେବୀ ସଂଗଠନ କନ୍ଧମାଳ ସବୁଜ ବୈଦ୍ୟ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ରଥକୁ ଜିଲା କୃଷି ବିଭାଗର ଅଧିକାରୀ ପ୍ର।।ନ୍ତ କୁମାର ଶତପଥୀ, ଏଏଓ ସଂଗ୍ରାମ କୁମାର ସେନାପତି ଓ ସ୍ୱାଗତିକା ଦାସ, ସବୁଜ ବୈଦ୍ୟ ସଂଗଠନର ସଂପାଦକ ଦିନବନ୍ଧୁ ମହାରଣା, କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଥିଲେ। ସଂଗଠନର ଅକ୍ଷୟ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆଶିକ୍‍ ରଂଜନ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ୮ ଦିନ ଧରି ଏହି ରଥ ବ୍ଳକର ସମସ୍ତ ୧୪ଟି ପଂଚାୟତରେ ଗସ୍ତ କରି ଚାଷୀମାନଙ୍କୁ ସଚେତନ କରିବ ବୋଲି କୁହାଯାଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories