www.samajalive.in
Thursday, December 11, 2025
13.1 C
Bhubaneswar

ଚୀନକୁ କିପରି ଜବାବ ଦିଆଯାଏ ତାହା ଅନ୍ୟଦେଶ ଭାରତଠାରୁ ଶିଖିବା ଉଚିତ୍ : ଆମେରିକା

 ଚୀନକୁ କିପରି ଜବାବ ଦିଆଯାଇ ପାରିବ ତାହା ବିଶ୍ବର ଅନ୍ୟ ଦେଶ ଭାରତଠାରୁ ଶିଖିବା ଉଚିତ୍ । ସାରା ବିଶ୍ବ ଏବେ ଚୀନକୁ ବିରୋଧ କରୁଛି । ମାତ୍ର ଭାରତ କାର୍ଯ୍ୟାନୁଷ୍ଠାନ ନେଇଛି । ଚୀନ ଆପ୍ସ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି, ଚୀନ ସାମଗ୍ରୀ ଆମଦାନୀ ବନ୍ଦ କରିଛି । ଭାରତ ପରି ଅଷ୍ଟ୍ରେଲିଆ ମଧ୍ୟ ଚୀନକୁ ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ହୋଇଛି : ମାଇକ୍ ପମ୍ପିଓ (ଆମେରିକାର ବୈଦେଶିକ ସଚିବ)

ୱାଶିଂଟନ୍: ଭାରତକୁ ପୁଣି ଥରେ ପ୍ରଶଂସା କରିଛି ଆମେରିକା । ଚୀନ ଉପରେ ଭାରତ ନେଇଥିବା ପଦକ୍ଷେପକୁ ଆମେରିକା ପ୍ରଶଂସା କରିବା ସହ ଅନ୍ୟ ଦେଶମାନେ ଭାରତକୁ ଅନୁସରର କରିବାକୁ ପରାମର୍ଶ ଦେଇଛି । ସାରା ବିଶ୍ବକୁ କରୋନା ମଧ୍ୟକୁ ଠେଲିଦେବା ପରେ ଚୀନ ଏହି ଷଡ଼ଯନ୍ତ୍ରକୁ ଲୁଚାଇବାକୁ ଯୋଜନାବଦ୍ଧ ଉଦ୍ୟମ କରିଛି । ଚୀନ ବିରୋଧରେ ସୃଷ୍ଟି ହୋଇଥିବା ଆକ୍ରୋଶ ସମୟରେ ଭାରତ ଉପଯୁକ୍ତ ପଦକ୍ଷେପ ନେଇଛି । ଭାରତର ପଦକ୍ଷେପ ପ୍ରଶଂସନୀୟ, ଏଥିରୁ ଅନ୍ୟଦେଶ ଶିକ୍ଷା କରିବା ଉଚିତ୍ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ।

- Advertisement -

ଏକ ସାକ୍ଷାତକାରରେ ମାଇକ୍ ପୋମ୍ପିଓ କହିଛନ୍ତି ଯେ କରୋନା ଭୂତାଣୁ ବ୍ୟାପିବା  ପାଇଁ ଚୀନ୍ ବ୍ୟତୀତ ଅନ୍ୟ କେହି ଦାୟୀ ନୁହଁନ୍ତି। ଅବଶିଷ୍ଟ ବିଶ୍ବ ଆମେରିକାକୁ ଏହି ପ୍ରସଙ୍ଗରେ ସମର୍ଥନ କରିବା ଉଚିତ୍ । ଯାହାଦ୍ବାରା ଚୀନ ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ କରାଯାଇପାରିବ । ଚୀନ ଷଡ଼ଯନ୍ତ୍ର କରିଛି ଓ ଏହାକୁ ଲୁଚାଇବାକୁ ମିଛ ବି କହିଛି । ଏଥିପାଇଁ ସେହି ଦେଶକୁ ଦଣ୍ଡ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହି ଅବସରରେ ମାଇକ୍ ପମ୍ପିଓ କହିଛନ୍ତି ଯେ ଆମେ ଚୀନ୍ ବିରୋଧରେ ଅନେକ ପଦକ୍ଷେପ ନେଇଛୁ,  କରୋନା ପାଇଁ ଦାୟୀ କରିବା ପ୍ରସଙ୍ଗରେ ଆମେ ଆଗକୁ ବଢ଼ୁଛୁ । ମାତ୍ର ଆମ ଆଗରେ ଦୁଇ ଦେଶ ସବୁଠୁ ବଡ଼ ଉଦାହରଣ ହୋଇ ଉଭା ହୋଇଛନ୍ତି ।  ବିଶ୍ୱ ବର୍ତ୍ତମାନ ଚୀନ୍‌କୁ ପଛକୁ ଠେଲିବାକୁ ଚାହୁଁଛି। ଆପଣ ଭାରତ କଥା ଉଦାହରଣ ନେଇପାରନ୍ତି । ଏହି ଦେଶ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ଚାଇନାର ସାମଗ୍ରୀ କିଣିବାକୁ ମନା କରି ଦେଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଚୀନ୍‌କୁ ସଠିକ୍ ଉତ୍ତର ଦେଇଛି। ବାକି ଦେଶଗୁଡିକ ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆକୁ ଅନୁସରଣ କରିବା ଦରକାର ।

ଚାଇନା ଏହି ଭୂତାଣୁ ସମ୍ପର୍କରେ ସବୁକିଛି ଜାଣି ସୁଦ୍ଧା କିଛି ପଦକ୍ଷେପ ନେଇ ନାହିଁ । ବରଂ ନିଜ ଦେଶର ସଂକ୍ରମିତ ନାଗରିକମାନଙ୍କୁ ଅନ୍ୟ ଦେଶକୁ ପଠାଇଛି । ଏହାଦ୍ବାରା ସଂକ୍ରମଣ ବିସ୍ତାର ହେଲା ଓ କୋଟିକୋଟି ଲୋକ ପ୍ରାଣ ହରାଇଲେ । ବିଶ୍ବର ଅର୍ଥନୀତି ପ୍ରଭାବିତ ହେଲା । ତେଣୁ ଏଥିପାଇଁ କବେଳ ଚୀନ ଦାୟୀ ବୋଲି ପମ୍ପିଓ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories