www.samajalive.in
Monday, December 8, 2025
14.1 C
Bhubaneswar

‘ଓଡ଼ିଶା-ୱାନ୍’ ସମନ୍ବିତ ଇ-ସର୍ଭିସ୍ ପୋର୍ଟାଲରେ ବିଦ୍ୟୁତ୍ ବିଲ୍ ପୌଠ ସେବା ସାମିଲ୍

ଭୁବନେଶ୍ବର: ବିଦ୍ୟୁତ୍ ସେବାରେ ଆଉ ଏକ ଉପଭୋକ୍ତାକୈନ୍ଦ୍ରିକ ଗୁଣାତ୍ମାକତା ଯୋଗ କରାଯାଇ ସମ୍ପ୍ରତି ଓକାକ ଓ ତିନୋଟି ବିଦ୍ୟୁତ୍ ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଏବଂ ସାଉଥକୋ ମଧ୍ୟରେ ଭୁବନେଶ୍ବର ଠାରେ ‘ଓଡ଼ିଶା-ୱାନ’ ୱେବ୍ ପୋର୍ଟାଲ୍  www.odishaone.gov.in ମାଧ୍ୟମରେ ଅନ୍‌ଲାଇନ୍ ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ଏକ ଚୁକ୍ତିନାମା ଆଜି କାର୍ଯ୍ୟକାରୀ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରୀଡ଼କୋର ଅଧ୍ୟକ୍ଷ ତଥା ନେସ୍କୋ, ୱେସ୍କୋ ଏବଂ ସାଉଥକୋ ୟୁଟିଲିଟିର ପ୍ରଶାସକ ଡ଼.ସୌରଭ ଗର୍ଗ, ଭା.ପ୍ର.ସେ ଓ ରାଜ୍ୟ ସୂଚନାବିଜ୍ଞାନ ସଚିବ ମନୋଜ ମିଶ୍ର, ଆଇ.ଆର.ଏ.ଏସଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସାକ୍ଷରିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ନିଜ ସ୍ବାଗତ ଭାଷଣରେ ଏହି ପଦକ୍ଷେପ ଉଭୟ ବିଦ୍ୟୁତଗ୍ରାହକ ଓ ସମସ୍ତ ହିତାଧିକାରୀଙ୍କ ପାଇଁ ସକାରାତ୍ମକ ପ୍ରୟାସ ସାବ୍ୟସ୍ତ ହେବ ଏବଂ ଗ୍ରାହକମାନେ ସେମାନଙ୍କ ନିଜ ଘରେ ଥାଇ ମଧ୍ୟ ସୁବିଧାରେ ନିଜ ବିଦ୍ୟୁତ୍‌ ବିଲ୍‌ ପୈଠ କରିପାରିବେ ବୋଲି ସୂଚନା ଦେଇଥିଲେ । ଗ୍ରାମାଞ୍ଚଳ ଗ୍ରାହକମାନେ ମଧ୍ୟ ପଞ୍ଚାୟତ ସ୍ତରରେ ଥିବା ୯୦୦୦ ଗୋଟି “ ମୋ ସେବା କେନ୍ଦ୍ର” ସହାୟତାରେ ଏହି ଅନ୍‌ଲାଇନ୍ ବିଦ୍ୟୁତ୍ ବିଲ୍ ପୈଠ ସେବା ପାଇପାରିବେ। ଏଥିସହିତ, ଏହାଦ୍ୱାରା ୟୁଟିଲିଟିର ଉପଭୋକ୍ତା କଭରେଜ୍ ଏବଂ ସାମଗ୍ରୀକ ବ୍ୟବସାୟିକ କାର୍ଯ୍ୟଦକ୍ଷତାର ଉନ୍ନତି ଘଟିବ ବୋଲି ସେ ଦୃଢ଼ ଆସାବ୍ୟକ୍ତ କରିଥିଲେ ।

- Advertisement -

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସୂଚନାବିଜ୍ଞାନ ସଚିବ ଶ୍ରୀ ମିଶ୍ର, ଆଇ.ଆର.ଏ.ଏସ୍ ‘ଓଡ଼ିଶା-ୱାନ୍’ ୱେବ୍ ପୋର୍ଟାଲରେ ବିଦ୍ୟୁତ୍‌ ବିଲ୍‌ ପୈଠ ସେବା ସହିତ ଆହୁରି ୭୫ ଗୋଟି ଗ୍ରାହକକୈନ୍ଦ୍ରିକ ଇ-ସେବା ସମନ୍ବିତ କରାଯାଇଥିବା କଥା ଉଲ୍ଲେଖ କରିଥିଲେ । ଏହି ପୋର୍ଟାଲ୍ ମାଧ୍ୟମରେ ବିଦ୍ୟୁତ୍‌ ବିଲ୍‌ ପୈଠ କଲେ ଉପଭୋକ୍ତାମାନେ ପୈଠ ବିଲ ଉପରେ ୨% ରିହାତି ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ ।

ଗ୍ରୀଡ଼କୋର ଅଧ୍ୟକ୍ଷ ତଥା ନେସ୍କୋ, ୱେସ୍କୋ ଏବଂ ସାଉଥକୋ ୟୁଟିଲିଟିର ପ୍ରଶାସକ ଡ଼.ସୌରଭ ଗର୍ଗ ନିଜ ଅଭିଭାଷଣରେ, ଏହି ଅନଲାଇନ୍ ସେବା ବ୍ୟବସ୍ଥା କାର୍ଯ୍ୟାକାରିତା ଦିଗରେ ଓକାକ, ଗ୍ରୀଡ଼କୋ(ଡି.ଏମ୍.ୟୁ) ଏବଂ ପରିବଣ୍ଟନ ୟୁଟିଲିଟି ଗୁଡ଼ିକର ଦଳଗତ ମିଳିତ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ଏହାଦ୍ଵାରା, ସର୍ବନିମ୍ନ ମାନବସମ୍ବଳ ଉପଯୋଗରେ ୟୁଟିଲିଟିର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବା ସହିତ ବିଦ୍ୟୁତସେବାର ଗୁଣାତ୍ମକ ଉନ୍ନତି ଓ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଅଣାଯାଇପାରିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଗ୍ରୀଡ଼କୋର ଅର୍ଥନିର୍ଦ୍ଦେଶକ ତଥା ଗ୍ରୀଡ଼କୋ(ଡି.ଏମ୍.ୟୁ) ନୋଡ଼ାଲ୍ ଅଫିସର ଗଗନବିହାରୀ ସ୍ବାଇଁ ସଂଯୋଜନା କରିଥିଲେ ଏବଂ ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିନୋଟି ୟୁଟିଲିଟିର ପ୍ରାଧିକୃତ ଅଧିକାରୀ ଓ ଓକାକର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ

ନେସ୍କୋ, ୱେସ୍କୋ ଏବଂ ସାଉଥକୋ ୟୁଟିଲିଟିର ପ୍ରାୟ ୬୩ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏହି ‘ଓଡ଼ିଶା-ୱାନ୍’ ୱେବ୍ ପୋର୍ଟାଲ ସେବା ମାଧ୍ୟମରେ ଉପକୃତ ହେବେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories