www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକା କୋର୍ଟରେ ମୋଦୀ, ଶାହାଙ୍କ ବିରୋଧରେ ମାମଲା ରଦ୍ଦ

ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ୧୦୦ ନିୟୁତ ଡଲାର କ୍ଷତିପୂରଣ ଦାବି ପୂର୍ବକ ରୁଜୁ ଏକ ମାମଲାକୁ ଆମେରିକା କୋର୍ଟ ରଦ୍ଦ କରିଦେଇଛନ୍ତି। ମାମଲା ଦାୟର କରିଥିବା କାଶ୍ମୀର ଖଲିସ୍ତାନ ସଂଗଠନର ଜଣେ ବିଚ୍ଛିନ୍ନତାବାଦୀ ଓ ତାଙ୍କର ଦୁଇଜଣ ସହଯୋଗୀ ଅଦାଲତରେ ହାଜର ହେବାରେ ବିଫଳ ହେବାରୁ ମାମଲାକୁ ଖାରଜ କରିଦିଆଯାଇଛି। ହୋଷ୍ଟନ ଓ ଟେକ୍ସାସ୍‌ରେ ‘ହାୱଡି ମୋଦୀ’ କାର୍ଯ୍ୟକ୍ରମ ଆୟୋଜନ ହେବାର କିଛି ଦିନ ପରେ ୨୦୧୯ ସେପ୍ଟେମ୍ବର ୧୯ରେ ଏହି ମାମଲା ରୁଜୁ ହୋଇଥିଲା।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ଓ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ଭାରତ ସଂସଦରେ ନିଆଯାଇଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରାଯାଇଥିଲା। ଏଥିପାଇଁ ଆବେଦନକାରୀ କାଶ୍ମୀର ବିଚ୍ଛିନ୍ନତାବାଦୀ ମୋଦୀ, ଶାହା ଓ ଲେପ୍ଟନାଣ୍ଟ ଜେନେରାଲ କନୱାଲ ଜିତ୍ ସିଂହ ଧୀଲନଙ୍କ ଠାରୁ ୧୦୦ ନିୟୁତ ଡଲାର କ୍ଷତିପୂରଣ ଦାବି କରିଥିଲେ। ଧୀଲନ ଏବେ ପ୍ରତିରକ୍ଷା ଗୁଇନ୍ଦା ମହାନିର୍ଦେଶକ ଓ ସମନ୍ବିତ ପ୍ରତିରକ୍ଷାର ଉପମୁଖ୍ୟ ଅଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories