www.samajalive.in
Sunday, December 14, 2025
14.1 C
Bhubaneswar

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରଦାନ କରାଗଲା ୨୦୧୯ ମସିହା ନିମନ୍ତେ ସାରସ୍ୱତ ସମ୍ବର୍ଦ୍ଧନା: ୨୦୧୫ ଏବଂ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ଆଜି ଅପରାହ୍ମ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୯ ମସିହା ପାଇଁ ୧୫ ଜଣ ସାରସ୍ୱତ ପ୍ରତିଭାମାନଙ୍କୁ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେ ଇ ଏହି ପ୍ରତିଭାମାନ ଙ୍କୁ ସମ୍ବଦ୍ଧର୍ତି କରିଥିଲେ। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଏକାଡେମୀ ପୁରସ୍କାର ରାଶିଗୁଡ଼ିକୁ ବୃଦ୍ଧି କରି ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଓ ଭାଷା ସାହିତ୍ୟର ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ଏଥି ସହିତ ୨୦୨୧ ମସିହା ମାର୍ଚ୍ଚ ସୁଦ୍ଧା ବାକିଥିବା ସମସ୍ତ ପୁରସ୍କାରପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ବର୍ଷଠାରୁ ପ୍ରତିବର୍ଷ ପୁରସ୍କାର ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ସେ ବିଭାଗକୁ ପଦକ୍ଷେପ ନେବାକୁ କହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଥିଲେ।

୨୦୧୯ ମସିହା ପାଇଁ ବରିଷ୍ଠ ସାହିତି୍ୟକ ମୀନକେତନ ପୁରୋହିତ, ଗୌରହରି ପଣ୍ଡା, ପଦ୍ମନାଭ ସାହୁ, ବିଭୂତି ଭୂଷଣ ପଟ୍ଟନାୟକ, ଇନ୍ଦୁଲତା ମହାନ୍ତି, ଶୈଳେନ୍ଦ୍ର କୁମାର ମହାପାତ୍ର, ନିରଞ୍ଜନ ପାଢ଼ୀ, ଶ୍ରୀକାନ୍ତ ଚରଣ ପାତ୍ର, କବିବର ପରିଡ଼ା, ତି୍ରନାଥ ନାୟକ, ମନିନ୍ଦ୍ର ମହାନ୍ତି, ରବି ମହାପାତ୍ର, ଶରତ ଚନ୍ଦ୍ର କର, ବ୍ରଜ ଦାସ, ଅଖିଳାନନ୍ଦ ବେବର୍ତ୍ତା ସମ୍ବର୍ଦ୍ଧିତ ହୋଇଥିବାବେଳେ ସାହିତ୍ୟର ବିଭିନ୍ନ ବିଭାଗରେ ନିତ୍ୟାନନ୍ଦ ପଣ୍ଡା, ପବିତ୍ର ପାଣିଗ୍ରାହୀ, ବୀଣାପାଣି ପଣ୍ଡା, ସଞ୍ଜୟ ହାତୀ,
ନବୀନ କୁମାର ପରିଡ଼ା, ପଞ୍ଚାନନ ମିଶ୍ର, ସ୍ୱର୍ଗତ ଧରଣୀଧର ପାଣିଗ୍ରାହୀ, ବିଜୟ କୁମାର ମହାନ୍ତି, ସ୍ୱର୍ଗତ ରବିନ୍ଦ୍ର କୁମାର ବିଶ୍ୱାଳ, ମନୋଜ ମହାନ୍ତିଙ୍କୁ ୨୦୧୫ ମସିହା ପାଇଁ ଏବଂ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଦେବଦାସ ଛୋଟରାୟ, ଭଗବାନ ଜୟସିଂ, ଫକୀର ସିଂହ, ପ୍ରସନ୍ନ କୁମାର ସ୍ୱାଇଁ, ସୁରେନ୍ଦ୍ର କୁମାର ମହାରଣା, ପ୍ରଦୋଷ ପଟ୍ଟନାୟକ, ଶାରଦା ରଥ, ଦେବେନ୍ଦ୍ର ଚୌଧୁରୀ ଓ ମିଶ୍ର ସତ୍ୟନାରାୟଣଙ୍କୁ ୨୦୧୬ ମସିହା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।
କରୋନା ମହାମାରୀ ପାଇଁ ବନ୍ଦ ହୋଇ ପଡ଼ିଥିବା ରବୀନ୍ଦ୍ର ମଣ୍ଡପକୁ ସୁସଜ୍ଜିତ କରି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନଙ୍କୁ ତାମ୍ର ପ୍ରଶସ୍ତି ପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ଓ ସାହିତ୍ୟ ଏକାଡେମୀ ପୁରସ୍କାର ବାବଦରେ ତାମ୍ର ପ୍ରଶସ୍ତି ପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।
ପ୍ରାରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଥିଲା। ଏକାଡେମୀର ସଭାପତିଙ୍କ ଲିଖିତ ଓ ସଂଗୀତକାର ଗୋପାଳ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ ପରିବେଷିତ ହୋଇଥିଲା। ଏକାଡେମୀ ସଭାପତି କବି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଏବଂ ଏକାଡେମୀର ସଚବି ସୁଚିସ୍ମିତା ମନ୍ତ୍ରୀ ବକ୍ତବ୍ୟ ରଖିଥିବା ବେଳେ ଡ. ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories