www.samajalive.in
Thursday, December 11, 2025
13.1 C
Bhubaneswar

ରାଜ୍ୟର ବିଭିନ୍ନ ଜିଲାରେ ଥିବା ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଜିଲାପାଳ

ଭୁବନେଶ୍ବର : ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନ ପକ୍ଷରୁ ସରକାରଙ୍କୁ ସୁପାରିସ କରାଯିବା ପରେ ସରକାରଙ୍କ ଅନୁମୋଦନ କ୍ରମେ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ପରେ ଏବେ ବିଭିନ୍ନ ଜିଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଆଦି ଖୋଲିବା ପାଇଁ ସେବାୟତ, ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ଜୋର ଧରିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟରେ ଜଣାଇଛନ୍ତି ଯେ ସ୍ଥାନୀୟ ପରିସ୍ଥିତିକୁ ଦେଖି ବିଭିନ୍ନ ସଂସ୍ଥା ଓ ଧର୍ମାନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ଏବଂ କୋଭିଡ଼ ମାର୍ଗଦର୍ଶିକା ପାଳନ କରି ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମତା ଦିଆଯାଇଥିଲା।


ଏବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ଧର୍ମାନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତିବିଶେଷ ଓ ସଂସ୍ଥା ସହ ଆଲୋଚନା କରିବା ପରେ କୋଭିଡ ନିୟମାବଳି ପାଳନ ପୂର୍ବକ ମନ୍ଦିର ଖୋଲିବା ଦିଗର ଜିଲାପାଳମାନେ ଜିଲାସ୍ତରରେ ନିଷ୍ପତ୍ତି ନେବାର ସମୟ ଆସିଛି ଏବଂ ଏ ଦିଗରେ ସେମାନେ ପଦକ୍ଷେପ ନେଇପାରିବେ ବୋଲି ମୁଖ୍ୟ ସଚିବ ଟୁଇଟ୍‌ ଜରିଆରେ କହିଛନ୍ତି। ଇତିମଧ୍ୟରେ ରାଜ୍ୟର ପ୍ରାୟ ୧୮,୦୦୦ ମନ୍ଦିର ଖୋଲିବା ନେଇ ଦେବୋତ୍ତର ନିରୀକ୍ଷକଙ୍କ ପକ୍ଷରୁ ମୋଡାଲିଟି ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ମନ୍ଦିର ଖୋଲାଯିବା ସହିତ କୌଣସି ପ୍ରକାର ବଡ଼ ଧରଣର ପୂଜା ତଥା ସମାବେଶକୁ ଏଥିରେ ବାରଣ କରାଯାଇଥିବା ଶୁଣାଯାଉଛି।

- Advertisement -

ସୂଚନାଯୋଗ୍ୟ ଯେ ଆସନ୍ତା ୨୩ ତାରିଖରୁ ପୁରୀବାସୀଙ୍କ ପାଇଁ ଏବଂ ଜାନୁଆରୀ ୩ ତାରିଖରୁ ରାଜ୍ୟବାସୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅନ୍ୟାନ୍ୟ ଦେବଦେବୀ ମନ୍ଦିର ତଥା ଧର୍ମାନୁଷ୍ଠାନ କେବେ ଖୋଲିବ ସେ ନେଇ କିଛି ଘୋଷଣା କରାଯାଇନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories