www.samajalive.in
Friday, December 12, 2025
23.1 C
Bhubaneswar

ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ୮୦ ପ୍ରତିଶତ ସିସିଟିଭି ଅଚଳ

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି ଭାରତୀୟ ସର୍ବେକ୍ଷଣ ସଂସ୍ଥା ଅନେକ ସମୟରେ ଅବହେଳା ପ୍ରଦର୍ଶନ କରିଆସୁଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଏଏସ୍ଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଯୋଗୁଁ ଜନଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ସୂର୍ଯ୍ୟମନ୍ଦିର ସୁରକ୍ଷା ପାଇଁ ଲାଗି ଥିବା ସିସିଟିଭି ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିରହିଥିବାବେଳେ ଏଗୁଡ଼ିକ ମରାମତି ଲାଗି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ସୂର୍ଯ୍ୟମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ଚତୁଃପାର୍ଶ୍ବ ସମେତ ସମ୍ମୁଖ ଦ୍ୱାର ପର୍ଯ୍ୟନ୍ତ ଲାଗିଥିବା ସିସିଟିଭି ମଧ୍ୟରୁ ୮୦ ପ୍ରତିଶତ ଅଚଳ ହୋଇ ପଡ଼ିରହିଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ପର୍ଯ୍ୟଟକଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରୁ ନ ଥିବାବେଳେ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି। ଏହା ଉପରେ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories