www.samajalive.in
Wednesday, December 10, 2025
26.1 C
Bhubaneswar

ମୋଦୀ-ମମତା ଟକ୍କର, କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ୩ ଆଇପିଏସଙ୍କୁ ଛାଡିବନି ପଶ୍ଚିମବଙ୍ଗ

ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଡେପୁଟେସନରେ ପଠାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମମତା ସରକାର କହିଛନ୍ତି ଯେ ସେମାନେ ଏହି ଅଧିକାରୀମାନଙ୍କୁ ପଠାଇବେ ନାହିଁ। ଗୃହ ମନ୍ତ୍ରାଳୟ ଏ ସମ୍ପର୍କିତ ପତ୍ର ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ପାଇଥିବା ସୂଚନା ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ୩ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ଗୃହ ମନ୍ତ୍ରଣାଳୟ ଡାକିବା ପରେ ଏଭଳି ଜବାବ ଆସିଛି।

ଦକ୍ଷିଣ ବେଙ୍ଗଲ ରେଞ୍ଜର ରାଜୀବ ମିଶ୍ର, ପ୍ରେସିଡେନ୍ସି ରେଞ୍ଜ ଡ଼ିଆଇଜି ପ୍ରବୀଣ କୁମାର ଏବଂ ଡାଇମଣ୍ଡ ହାରବର୍ ଏସପି ଭୋଲା ନାଥ ପାଣ୍ଡେଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବା ଲାଗି ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ସମୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଆକ୍ରମଣ ହୋଇଥିଲା ଏହି ତିନି ଅଧିକାରୀ ସେତେବେଳେ ଦାୟିତ୍ୱରେ ଥିବା ଅଭିଯୋଗ ହୋଇଥିଲା।

- Advertisement -

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ନିଜ କ୍ଷମତା ବଳରେ କେନ୍ଦ୍ରୀୟ ସେବା ଅଧିକାରୀଙ୍କୁ ଡେପୁଟେସନରେ ଡାକି ପାରିବେ ଏବଂ କୌଣସି ତ୍ରୁଟି ପାଇଁ ଗୁରୁତର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ କ୍ୟାଡର ନିୟନ୍ତ୍ରଣ କର୍ତ୍ତୃପକ୍ଷ କେନ୍ଦ୍ର କାର୍ମିକା ଏବଂ ପେନସନ ମନ୍ତ୍ରାଳୟ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ହୋଇଥିବାରୁ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ଜଣାପଡିଛି। ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ନଡ୍ଡାଙ୍କ ମୋର୍ଚ୍ଚା ଉପରେ ଗୁରୁବାର ଦିନ ଆକ୍ରମଣ କରାଯାଇଥିଲା।

ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହ ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ପୁଲିସ ମହାନିର୍ଦ୍ଦେଶକଙ୍କୁ ଡକାଇଥିଲା। ତେବେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କଠାରୁ ରିପୋର୍ଟ ମାଗିଥିଲା।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories