www.samajalive.in
Saturday, December 6, 2025
26.1 C
Bhubaneswar

‘ସମାଜ ପ୍ରଭାବ’ : ଗୋଟିଏ ମୌଜାର ୩ଟି ଗ୍ରାମ ଆବାସ ଯୋଜନାରୁ ବଂଚିତ ଘଟଣା, ୪ବର୍ଷ ପରେ ମିଳିଲା ପ୍ରତିଶୃତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ର ସଦରମହକୁମା ପଂଚାୟତର ଗୋଟିଏ ରେଭିନ୍ୟୁ ଗ୍ରାମର ୩ଟି ଗ୍ରାମ ର ଶତାଧିକ ପରିବାର ଆଜକୁ ୪ ବର୍ଷରୁ ଅଧିକ ହେବ ଗ୍ରାମ ଗୁଡିକରେ ଗୋଟିଏ ହେଲେବି ଇନ୍ଦିରା ଆବାସ ଗୃହ ହୋଇ ନ ଥିବା ଅଭିଯୋଗ ହେବା ସହ ଏଥିପାଇଁ ପ୍ରଶାସନ ଏବଂ ସ୍ଥାନୀୟ ନେତାଙ୍କୁ ଦାୟୀ କରିବା ଖବର ‘ସମାଜ’ ଖବର କାଗଜ ରେ ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ତପ୍ତରତା ଦେଖାଇଛି ଏବଂ ସ୍ଥାନୀୟ ବିଡ଼ିଓ ସେହି ଗ୍ରାମମାନକୁ ଯାଇ ଲୋକଙ୍କ ସହ ଆଲୋଚନା କରି ଗୃହ ଯୋଗାଇଦେବାର ପ୍ରତିଶୃତି ଦେଇଥିବା ଜଣାପଡିଛି।

ସୂଚନା ମୁତାବକ ତେନ୍ତୁଳୀଖୁଣ୍ଟି ବ୍ଲକର ତେନ୍ତୁଳୀଖୁଣ୍ଟି ପଂଚାୟତର ଖଣ୍ଡିଆ ଗୁଡା ମୌଜାର ୩ଟି ଗ୍ରାମ ଖଣ୍ଡିଆ ଗୁଡା, କେନ୍ଦୁଗୁଡା ଏବଂ ମାଉଲ କୋଟ ଗ୍ରାମର ଶତାଧିକ ପରିବାର ୨୦୧୫/୧୬ ରେ ଯେବେ ଏସିସିସି ତାଲିକା ହେଲା ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ତିନଟି ଗ୍ରାମର ଲୋକେ ସରକାରୀ ଯୋଜନାରେ ଗୋଟିଏ ହେଲେ ଗୃହ ପାଇ ନାହାନ୍ତି, ଯଦ୍ୱାରା କି କିଛି ଅତ୍ୟନ୍ତ ଗରିବ ଲୋକ ଘର ଖଣ୍ଡିକ ନ ପାଇ ଭଙ୍ଗା ଦଦରା ଘରେ ବହୁକଷ୍ଟ ରେ ଚଳୁଛନ୍ତି । ଏନେଇ ଗ୍ରାମବାସୀ ମାନେ ବହୁଥର ସ୍ଥାନୀୟ ବିଡ଼ିଓ, ଜିଲ୍ଲାପାଳ ଏବଂ ସ୍ଥାନୀୟ ଲୋକପ୍ରତିନିଧି  ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା କହିଛନ୍ତି । ଏହି ୩ ଟି ଗ୍ରାମରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ଆଜକୁ ୪ବର୍ଷ ରୁ ଉର୍ଦ୍ଧ୍ବ ହେବ ୩ଟି ଗ୍ରାମର ଲୋକେ ଆବାସ ଯୋଜନାରୁ ବଂଚିତ ରହିଛନ୍ତି । ଖବର ପ୍ରସାରଣ ପରେ ସ୍ଥାନୀୟ ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ ଆଜି ୩ଟି ଗ୍ରାମର ଗରିବ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକଙ୍କ ସହ ଭେଟି ଅନୁଧ୍ୟାନ କରିଛନ୍ତି ଏବଂ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାର ପ୍ରତିଶୃତି ଦେବାସହ ଗ୍ରାମର ୩ଜଣ ଶିକ୍ଷିତ ବ୍ୟକ୍ତି ଘରର ମୁଖିଆ ଲୋକଙ୍କ  ଆଧାର କାର୍ଡ ଏବଂ ଭୋଟର କାର୍ଡ  ନେଇ ବ୍ଲକ କାର୍ୟ୍ୟାଳୟକୁ ଆସି ଦାଖଲ କରିବାକୁ କହି ଆସନ୍ତା ୧୫ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦେବା ପାଇଁ କହିଥିଲେ । ବିଡ଼ିଓ ଙ୍କ ଗସ୍ତ ସମୟରେ ଖଣ୍ଡିଆ ଗୁଡା ଗ୍ରାମର ଜଣେ ଅସହାୟ ବ୍ୟକ୍ତି ତୁଲାରାମ ଯାନୀର ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ତୁଲାରାମ ଗ୍ରାମର କିଛି ଲୋକଙ୍କ ଗାଈ ଚରାଇ ପେଟ ପଶୁଥିବା ବେଳେ ବିଡ଼ିଓ ଅସହାୟ ବ୍ୟକ୍ତିଙ୍କୁ ଭେଟିବା ସହ ଯୋଗାଣ ଅଧିକାରୀ ରାଜେଶ ଶବରଙ୍କୁ କହି ସେଠାରେ ହିଁ ରାସନ କାର୍ଡ ପ୍ରଦାନ କରି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଗଣମାଧ୍ୟମ ମାଧ୍ୟମରେ ସମସ୍ୟାର ସମାଧାନ ସୂତ୍ର ବାହାରିଥିବା ଯୋଗୁଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗ୍ରାମର ଦନେସ ବାଘ, ଗଙ୍ଗାଧର ବିଶୋଇ, ପ୍ରେମ ଚନ୍ଦ୍ର ବାଘ, ବିଶୁ ଦିଶାରୀ ଏବଂ ଦୁବା ଯାନୀ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି । ଆଜି ର ଗସ୍ତ ସମୟରେ ତେନ୍ତୁଳୀଖୁଣ୍ଟି ପିଇଓ ଜଗନ୍ନାଥ ମେଲକା ଉପସ୍ଥିତ ଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories