www.samajalive.in
Monday, December 8, 2025
13.1 C
Bhubaneswar

ବଙ୍ଗୋମୁଣ୍ଡାରେ ସହୀଦ ବୀର ରେଣ୍ଡୋ ମାଝିଙ୍କ ଜୟନ୍ତୀ

ବଙ୍ଗୋମୁଣ୍ଡା : କଳାହାଣ୍ଡି ମାଟିର ପ୍ରଥମ ସହିଦ ରେଣ୍ଡୁ ମାଝୀଙ୍କ ସହିଦ ଦିବସ ଜିଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିର ପକ୍ଷରୁ ବଙ୍ଗୋମୁଣ୍ଡା ସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଜିଲା ସଭାପତି ସୁରେଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ରାଜତନ୍ତ୍ର ଓ ଇଂରେଜ ବିରୋଧରେ ଲଢେଇ କରିବା ପାଇଁ କନ୍ଧ ମେଳି କରିଥିଲେ। ତେଣୁ ତାଙ୍କ ଅବଦାନ ଏ ଜାତି ଓ ସମାଜ ପାଇଁ ସର୍ବାଦୃତ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଅବସରରେ କେନ୍ଦ୍ର ସରକାର ଚାଷୀ ମାରଣ ନୀତି ଅବଲମ୍ବନ କରୁଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ କୃଷି ବିଲକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଉପ ସଭାପତି ଧନେଶ୍ୱର ମାଝୀ, ନାରୀ ନେତ୍ରୀ କିରଣ ଭୋଇ,ବଗୋମୁଣ୍ଡା ସଂଯୋଜକ ତୁଲସି ଭୋଇ, ତୁରେକେଲା ସଭାପତି ଜୟଗୋପାଳ ଭୋଇ, ବଙ୍ଗୋମୁଣ୍ଡା ସଭାପତି ବ୍ରଜ ଭୋଇ, କୋଷାଧ୍ୟକ୍ଷ କେଶବ ଭୋଇ, ବାସୁଦେବ ଜାନୀ, ଧନୁର୍ଯ୍ୟ ଛତ୍ରିଆ, ଠାକୁର ଛତ୍ରିଆ, ଗିରିଧାରୀ ଭୋଇ, ସନ୍ୟାସୀ ଭୋଇ, ସୌମିତ୍ରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories