www.samajalive.in
Saturday, December 6, 2025
26.1 C
Bhubaneswar

ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାସ୍କ୍‍ ଫୋର୍ସ : ଧର୍ମେନ୍ଦ୍ର ପ୍ରଧାନ

-ଟାସ୍କ୍‍ ଫୋର୍ସର ପ୍ରତିନିଧିତ୍ୱ କରିବେ କତାର ପେଟ୍ରୋଲିୟମର ଉପସଭାପତି ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସର
-ଭାରତର ଉର୍ଜା କ୍ଷେତ୍ରରେ କତାର୍‍ର ପୁଞ୍ଜନିବେଶ ପାଇଁ ନିର୍ଦ୍ଦିଷ୍ଟ ପ୍ରକଳ୍ପର ହେବ ଅନ୍ୱେଷଣ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଟାସ୍କ୍‍ ଫୋର୍ସ ଗଠନ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର କତାରର ଉର୍ଜା ମନ୍ତ୍ରୀ ତଥା କତାର ପେଟ୍ରୋଲିୟମ ସଭାପତି ଓ ସିଇଓ ସାଦ୍‍ ଶେରିଦା ଅଲ-କବିଙ୍କ ସହ ଟୋଲିଫୋନରେ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।
ଭାରତର ସାମଗ୍ରିକ ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ କତାରର ମନ୍ତ୍ରୀ ଅଲ-କବିଙ୍କ ମଧ୍ୟରେ ଟେଲିଫୋନ୍‍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରୁ ଜଣାପଡ଼ିଛି ଯେ ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଏକ ଟାସ୍କ ଫୋର୍ସ ଗଠନ ନେଇ ଇଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି। କାତାର ପେଟ୍ରୋଲିୟମର ଉପସଭାପତି ଓ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଗଠନ ହେବାକୁ ଥିବା ଟାସ୍କ ଫୋର୍ସର ପ୍ରତିନିଧିତ୍ୱ କରିବେ। ଭାରତର ଉର୍ଜା କ୍ଷେତ୍ରରେ ଥିବା କେଉଁ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ କତାରର ପୁଞ୍ଜନିବେଶ କରିପାରିବ, ପ୍ରତିନିଧିମାନେ ଉକ୍ତ ପ୍ରକଳ୍ପ ଗୁଡ଼ିକର ଅନ୍ୱେଷଣ କରିବେ।
ଭାରତକୁ ଏଲଏନଜି ଏବଂ ଏଲପିଜିର ନିରନ୍ତର ଯୋଗାଣରେ କତାରର ଭୂମିକା ଉପରେ ଶ୍ରୀ ପ୍ରଧାନ ଏହି ଆଲୋଚନାରେ ଦୋହରାଇଥିଲେ। ଉର୍ଜା କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତିକୁ ସୁଦୃଢ଼ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିଲେ। ଏହାସହ କେବଳ କ୍ରୟ ବିକ୍ରୟ ନୁହେଁ ବରଂ ଦ୍ୱିପାକ୍ଷିକ ନିବେଶ ପାଇଁ ଭାରତ ଓ କତାରର ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories