www.samajalive.in
Friday, December 5, 2025
23.1 C
Bhubaneswar

କୁଚିଣ୍ଡାରେ ଲଙ୍କା ମୋଡା ରୋଗ ଯୋଗୁଁ ଚିନ୍ତାରେ ଚାଷୀ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡ ସମେତ ଆଖପାଖ ଅଞ୍ଚଳରେ ଲଙ୍କା ଏକ ଅର୍ଥକାରୀ ଫସଲ ଭାବେ ପରିଚିତ। ଚାଷୀ ମାନେ ଏହି ଚାଷକୁ ବହୁଳ ମାତ୍ରାରେ କରୁଥିବା ବେଳେ ସଂପ୍ରତି ସରକାରୀ ପ୍ରୋତ୍ସାହନ ଏବଂ ଖର୍ଚ୍ଚ ତୁଳନାରେ ଅର୍ଥ ମହିଳୁନଥିବା ଯୋର୍ଗୁ ଚାଷ ହ୍ରାସ ପାଇଥିବା ଦେଖାଯାଉଛି। ଏହାସତ୍ତ୍ବେ କୁଚିଣ୍ଡା ଜମନକିରା ଓ ବାମରାବ ବ୍ଲକର କେତେକ ଚାଷୀ ଚାଷ କରିଥିବା ଦେଖାଯାଉଛି। ସାଧାରଣତଃ ଅନୁକୂଳ ପାଗ, ପାଣି ଓ ଉତ୍ତାପ ଉପରେ ଏହାର ଉତ୍ପାଦନ ନିର୍ଭର କରୁଥିବା ବେଳେ ସଂପ୍ରତି ଶୀତ ଯୋଗୁଁ  ପତ୍ରମୋଡା ରୋଗ ଧରିଥିବା ଦେଖାଯାଉଛି। ବହୁ ଚାଷୀଙ୍କ ଲଙ୍କା ପତ୍ର ଗୁଡିକ ମୋଡି ହେବା ସହ ବଡ ହୋଇପାରୁନଥିବା ଅଭିଯୋଗ ହେଉଛି। ଏପରି ପରିସ୍ଥିତି ଅଧିକ ଦିନ ରହିଲେ ଅମଳରେ ପ୍ରଭାବ ପକାଉଥିବା ପ୍ରକାଶ। ଏହାର ନିରାକରଣ ସକାଶେ ଆବଶ୍ୟକ ଔଷଧ ସିଞ୍ଚନ କରାଯାଇଥିଲେ ମଧ୍ୟ କେତେକ ସ୍ଥଳେ ଚାଷୀ ମାନେ ସୁଫଳ ପାଇପାରୁନଥିବା ଅଭିଯୋଗ ହେଉଛି। ଏଦିଗରେ କୃଷି ବିଭାଗ ଆବଶ୍ୟକ ସହାୟତା ଦେବାକୁ ଦାବି ହେଉଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories