www.samajalive.in
Monday, December 8, 2025
24.1 C
Bhubaneswar

ବିଜୟ ଦିବସ

ଭାରତ ହେଉଛି ସାହସୀ ଯୋଦ୍ଧାମାନଙ୍କର ଦେଶ, ଏଠାରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ତ୍ୟାଗ କରିବାକୁ ବୀରମାନେ ତିଳେ ମାତ୍ର ଭୟ କରନ୍ତି ନାହିଁ। ଭାରତୀୟ ସେନା ଏପରି ଯୋଦ୍ଧାମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ପ୍ରତିବର୍ଷ ୧୬ ଡିସେମ୍ବରରେ ଆମେ ‘ବିଜୟ ଦିବସ’ ପାଳନ କରିଥାଉ। କାରଣ ୧୯୭୧ମସିହା ଏହି ଦିନରେ ହିଁ ଭାରତ-ପାକ୍‍ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି।

ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ। ସେବେ ଠାରୁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ। ଏହିଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଐତିହାସିକ ଦିନ। ଭାରତ-ପାକ ମଧ୍ୟରେ ହୋଇଥିବା ଯୁଦ୍ଧ ପରେ ବିଶ୍ୱ ମାନଚିତ୍ରରେ ବାଂଲାଦେଶ ଉତ୍ପନ୍ନ ହୋଇଥିଲା। ପ୍ରତ୍ୟେକ ଭାରତୀୟ ଏହି ଐତିହାସିକ ଦିନ ବିଷୟରେ ଜାଣିବା ଉଚିତ। ଏହି ଯୁଦ୍ଧରେ ଶହୀଦ ହୋଇଥିବା ସେହି ବୀରମାନେ ସର୍ବଦା ସ୍ମରଣୀୟ। ସେହି ବୀରଯବାନଙ୍କ ବଳିଦାନକୁ ମନେ ରଖିବା ଉଚିତ। ଏହି ଦିନ ହେଉଛି ସେହି ସେନାଙ୍କ ସାହସୀ,ତ୍ୟାଗକୁ ମନେ ପକାଇବାର ଦିନ। ଏହିଦିନ ସେହି ସାହସୀ ବୀର ଯବାନମାନଙ୍କ ସହ ଜଡ଼ିତ ବହୁ କାହାଣୀ ବିଭିନ୍ନ ସ୍ଥାନରେ ଶୁଣିବାକୁ ମିଳିଥାଏ। ଅନେକ ସ୍ଥାନରେ ବହୁ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଏ। ବୀର ଯବାନଙ୍କ ସାହାସିକତାକୁ ନେଇ ଶୁଣାଯାଉଥିବା କଥା ସର୍ବଦା ସ୍ମରଣୀୟ ହୋଇରହିଥାଏ। ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories