www.samajalive.in
Wednesday, December 10, 2025
18.1 C
Bhubaneswar

ଗୁଗୁଲ୍ କର୍ମଚାରୀଙ୍କ ବିଶ୍ରାମ ବ୍ୟବସ୍ଥା

ଗୁଗୁଲ୍ କମ୍ପାନୀ, ଏହାର ସ୍ବତନ୍ତ୍ର ବିବରଣୀ ଦେବାର ଆବଶ୍ୟକତା ନାହିଁ। ପାଠକେ ନିଜ ସ୍ମାର୍ଟଫୋନ୍‌‌ରେ ପ୍ରତିଦିନ ଗୁଗୁଲ୍‌ ଆପ୍ଲିକେସନ୍‌ରେ କିଛି ନା କିଛି ଖବର ପଢ଼ୁଥିବେ ନିଶ୍ଚିତ। ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆରେ ଅବସ୍ଥିତ। ଏଠାରେ ୧,୫୦୦ ଲୋକ ଦୈନନ୍ଦିନ ୩ଟି ସିଫ୍ଟରେ କାମ କରୁଥିବାବେଳେ କର୍ମଚାରୀଙ୍କ ସୁବିଧା, ଅସୁବିଧାକୁ ନେଇ କର୍ତ୍ତୃପକ୍ଷ ଯେତିକି ଚିନ୍ତିତ, ସେହି ଅନୁସାରେ ସତର୍କ ମଧ୍ୟ। ଗୁଗୁଲ୍‌ରେ କାମ କରୁଥିବା ବ୍ୟକ୍ତିମାନଙ୍କ ଦରମା ବେଶ୍ ଭଲ ହେବା ସହ ସେମାନଙ୍କ ଜୀବନଶୈଳୀକୁ ମଧ୍ୟ ଲକ୍ଷ୍ୟ କରାଯାଏ। ମ୍ୟାନେଜିଂ ବୋର୍ଡ ଅନୁସାରେ, ପ୍ରତ୍ୟେକ କର୍ମଚାରୀ ବ୍ୟକ୍ତିଗତ ଜୀବନରେ ଖୁସି ଓ ସ୍ବାଭାବିକ ନ ରହିଲେ, ଏହାର ଉତ୍ତମ ପ୍ରଭାବ କାମରେ ଦେଖିବାକୁ ମିଳେନାହିଁ। ସୁସ୍ଥ ଜୀବନଶୈଳୀ ପାଇଁ ଭଲରେ ଶୋଇବାକୁ ସେମାନେ ସବୁଠୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଗୁଗୁଲ୍ କର୍ମଚାରୀ ଏସବୁ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ, ସେଥିନିମନ୍ତେ କାର୍ଯ୍ୟାଳୟରେ ୨୦୦ରୁ ଅଧିକ ସ୍ଲିପିଂ ପଡ୍ ରହିଛି। କାମ କରୁଥିବା ସମୟରେ ୧-୨ ଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିବା କର୍ମଚାରୀ ଏହି ସ୍ଲିପିଂ ପଡ୍‌ରେ ଆରାମରେ ଶୋଇପାରିବେ। ଗୁଗୁଲ୍‌ର ଏଚ୍‌.ଆର୍‌୍‌ଙ୍କ ମତରେ ୨୦୧୭ରେ ଏଇ ସ୍ଲିପିଂ ପଡ୍ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଅଧିକାଂଶ କର୍ମଚାରୀ ଏହା ଦ୍ବାରା ଉପକୃତ ହେବା ସହ କମ୍ପାନୀର ଉତ୍ପାଦନ ମଧ୍ୟ ସେଇ ଅନୁପାତରେ ବୃଦ୍ଧି ପାଇଛି। ବିଶ୍ରାମ ନେଉଥିବା କର୍ମଚାରୀ ସେମାନଙ୍କ ଗ୍ରୁପ୍ ଆପ୍ଲିକେସନ୍‌ରେ ଏ କଥା ଜଣାଇବା ସହ ନିର୍ଘଣ୍ଟ ସମୟ ମଧ୍ୟ ଉଲ୍ଲେଖ କରନ୍ତି। ଅନ୍ତର୍ଜାତୀୟ ସ୍ତରର ଅନ୍ୟ କେତୋଟି କମ୍ପାନୀ ଗୁଗୁଲ୍‌ର ଏଇ ସ୍ଲିପିଂ ପଡ୍‌ ଯୋଜନାକୁ ନେଇ ଥଟ୍ଟା, ପରିହାସ କରିବାକୁ ପଛାଇନଥିଲା ହେଲେ ଗୁଗୁଲ୍‌ର ଲୋକପ୍ରିୟତା ସେମାନଙ୍କ ଉଚିତ୍ ଉତ୍ତର ଦେଇଛି। ବିଶ୍ବସ୍ତରରେ ଗୁଗୁଲ୍‌ ଏକ ଅଗ୍ରଣୀ କମ୍ପାନୀ ହେବା ସହ କର୍ତ୍ତୃପକ୍ଷ ଏସବୁର ଶ୍ରେୟ କର୍ମଚାରୀଙ୍କୁ ହିଁ ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories