ଭୁବନେଶ୍ୱର: ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ଡିସେମ୍ବର ୧୪ରେ ହେବାକୁ ଯାଉଛି। ଏହା ପୂର୍ଣ୍ଣ ସୂର୍ଯ୍ୟୋପରାଗ, ଦକ୍ଷିଣ ଆମେରିକାର ଦକ୍ଷିଣଭାଗ, ଦକ୍ଷିଣ ପଶ୍ଚିମ ଆଫ୍ରିକାରେ ଦୃଶ୍ୟମାନ ହେବ। ତେବେ ଆଣ୍ଟାର୍କଟିକା ଆଂଶିକ ଦେଖାଯିବ। ଆର୍ଜେଣ୍ଟିନାର କିଛି ଭାଗରେ ଦୃଶ୍ୟମାନ ହେବ। ଭାରତୀୟ ସମୟ ଅନୁସାରେ ଡିସେମ୍ବର ୧୪ ସନ୍ଧ୍ୟା ୭ଟା ୩ମିନିଟରୁ ଆରମ୍ଭ ହୋଇ ପରଦିନ ଡିସେମ୍ବର ୧୫ର ପୂର୍ବାହ୍ଣ ୧୨.୨୩ ମିନିଟରେ ଶେଷ ହେବ। ସର୍ବାଧିକ ସୂର୍ଯ୍ୟୋପରାଗ ରାତି ୯.୪୩ ମିନିଟରେ ହେବ ବୋଲି ପ୍ଲାନେଟାରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
Popular Categories



