ସୁସ୍ଥ ରହିବା ପାଇଁ ପ୍ରତିଦିନ ନିଜ ଭୋଜନରେ ସବୁଜ ପନିପରିବା ତରକାରି କିମ୍ବା ସାଲାଡ୍ ଖାଇବା ଭଲ। ପନିପରିବାକୁ କିଭଳି ଭାବେ ଖାଇବା ଭଲ, ସେ ବାବଦରେ ମଧ୍ୟ ଅଳ୍ପବହୁତ ଜ୍ଞାନ ଆମର ରହିବା ଭଲ। ସାଲାଡ୍ ଭାବେ କିମ୍ବା ତରକାରି ତିଆରି କରି ନଚେତ୍ ଫଳରସ ଭାବେ ପିଇବା ହିତକାରୀ, ଏନେଇ ବିଶେଷଜ୍ଞ ଦଳ ମତ ଦେଇଛନ୍ତି।
– ଏ ସବୁର ଉପଯୋଗିତା ଶରୀର ପାଇଁ ରହିଛି। ସାଲାଡ୍ ଭାବେ କାକୁଡ଼ି, ଟମାଟୋ, ପିଆଜ, ଦହି ମିଶାଇ ଖାଇଲେ ଶରୀରରେ ଜଳାଭାବ ସମସ୍ୟା ଦୂର ହୁଏ। କଞ୍ଚା ପରିବାର ସାଲାଡ୍ ଖାଇଲେ ପରିବାରେ ଥିବା ଫାଇବର୍ ତତ୍ତ୍ବ ଶରୀରକୁ ମିଳେ। ଏଇ ଫାଇବର୍ ପେଟ ସମସ୍ୟା ଦୂର କରିବା ସହ କୋଷ୍ଠକାଠିନ୍ୟ ହୁଏନାହିଁ। ସାଲାଡ୍ ଖାଇଲେ ଆମ ଓଜନ ମଧ୍ୟ ନିୟନ୍ତ୍ରଣରେ ରହେ।
– ରନ୍ଧା ତରକାରି ଭାବେ ପରିବାକୁ ବ୍ୟବହାର କଲେ, ସେସବୁର ପୋଷକତତ୍ତ୍ବ ହ୍ରାସ ପାଏ। ହେଲେ ରନ୍ଧା ପରିବାରେ ଥିବା ଭିଟାମିନ୍ସ ଶରୀରକୁ ମିଳେ ଓ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼େ। କେତେକ ପରିବାକୁ କଞ୍ଚା ଖାଇଲେ ବଦ୍ହଜମ ସମସ୍ୟା ସହ ଅରୁଚି ଲାଗେ। ରନ୍ଧା ପରିବା ତରକାରି ଖାଇଲେ ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ କମ୍ ହୁଏ।
– ପ୍ରତିଦିନ ୨-୩ କପ୍ ପରିବାକୁ କଞ୍ଚା କିମ୍ବା ରନ୍ଧା ଭାବେ ଖାଇବା ଆବଶ୍ୟକ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ। ପରିବା ରସ ପିଉଥିଲେ, ତାହା ମଧ୍ୟ ଶରୀର ପାଇଁ ଭଲ। ଏସବୁ ରସ ସତେଜ ପିଇବା ଉଚିତ, ପ୍ୟାକେଟ୍ କିମ୍ବା ଫ୍ରିଜ୍ରେ ଥିବା ପରିବା ରସ ସ୍ବାସ୍ଥ୍ୟ ପାଇଁ ହାନିକାରକ।



