www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ହେବ ୩ କରୋନା ଟିକାକୁ ଜରୁରିକାଳୀନ ଅନୁମତି ପାଇଁ ଆବେଦନର ସମୀକ୍ଷା

ନୂଆଦିଲ୍ଲୀ: କିଛି ସପ୍ତାହ ମଧ୍ୟରେ କରୋନା ଟିକା ଉପଲବ୍ଧ ହେବ ବୋଲି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍କେତ ଦେବା ପରେ ଭାରତରେ ଖୁବ୍‌ଶୀଘ୍ର ଟିକା ଲଞ୍ଚ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକା ଆସିବା ପରେ ପ୍ରଥମେ ବୟସ୍କ ବ୍ୟକ୍ତି ଏବଂ କରୋନା ଯୋଦ୍ଧାଙ୍କୁ ଏହା ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ଜରୁରିକାଳୀନ ପରିସ୍ଥିତିରେ ୩ଟି ଟିକାକୁ ଅନୁମତି ଦେବା ଲାଗି ହୋଇଥିବା ଆବେଦନ ଉପରେ ବୁଧବାର ସମୀକ୍ଷା କରାଯିବ। ବିଶେଷଜ୍ଞ ଟିମ୍‌କୁ ନେଇ ଆଜି ବୈଠକ ହେବ ବୋଲି ସୂଚନା ମିଳିଛି।

ଜରୁରିକାଳୀନ ଅନୁମୋଦନ ପାଇଁ ଆବେଦନ କରିଥିବା ୩ଟି ସଂସ୍ଥା ହେଲେ ଆମେରିକୀୟ କମ୍ପାନୀ ଫାଇଜର, ଭାରତ ବାୟୋଟେକ୍‌ ଏବଂ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ। ଏହି ୩ଟି ଫାର୍ମା କମ୍ପାନୀ କିଛିଦିନ ତଳେ କେନ୍ଦ୍ରୀୟ ଔଷଧ ନିୟାମକ(ଡିସିଜିଆଇ)କୁ ଜରୁରିକାଳୀନ ଅନୁମୋଦନ ପାଇଁ ଆବେଦନ କରିଥିଲେ।

- Advertisement -

ଏହା ପରେ କେନ୍ଦ୍ରୀୟ ଡ୍ରଗ୍‌ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେଶନ(ସିଡିଏସସିଓ) ପକ୍ଷରୁ କମ୍ପାନୀଗୁଡ଼ିକର ସମୀକ୍ଷା କରାଯିବ। ଫାଇଜର ଇଣ୍ଡିଆ ଗତ ୪ ତାରିଖରେ ଡିସିଜିଆଇକୁ ଆବେଦନ କରି ଅନୁମୋଦନ ମାଗିଥିଲା। ଏହା ପୂର୍ବରୁ ବ୍ରିଟେନ ଏବଂ ବାହାରିନ୍‌ ଫାଇଜରକୁ ଅନୁମୋଦନ ମିଳିସାରିଥିଲା। ଏହା ପରେ ୬ ତାରିଖରେ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ଏବଂ ଏଷ୍ଟ୍ରାଜେନେକାର ଟିକା ପାଇଁ ଅନୁମତି ମାଗିଥିଲା। ଏହା ସହିତ ଭାରତ ବାୟୋଟେକ୍‌ ୭ ତାରିଖରେ ଜରୁରିକାଳୀନ ଅନୁମତି ପାଇଁ ଆବେଦନ କରିଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories