www.samajalive.in
Monday, December 8, 2025
13.1 C
Bhubaneswar

ଅବସରପ୍ରାପ୍ତ ଶିକ୍ଷକଙ୍କ ବଦାନ୍ୟତା: ପେନ୍‌ସନ୍ ଟଙ୍କାରୁ ଅସହାୟଙ୍କୁ ଦେଉଛନ୍ତି ସହାୟତା, ମହର୍ଷି ଦୟାନନ୍ଦ ଆଶ୍ରମ ବୃଦ୍ଧବୃଦ୍ଧାଙ୍କୁ ବାଣ୍ଟିଲେ କମ୍ବଳ

ଓଡଗାଁ: ଅବସର ଗ୍ରହଣ କରିବା ପରେ ଶିକ୍ଷକ ଦାମୋଦର ସାହୁ ଯେତିକି ପେନ୍‌ସନ୍‌ ପାଉଛନ୍ତି ସେଥିମଧ୍ୟରୁ କିଛି ଟଙ୍କା ନିଶହାୟ, ଅସହାୟ ଓ ଗରିବଲୋକମାନଙ୍କୁ ସହାୟତା ପ୍ରଦାନ କରିଥାନ୍ତି। ଆଜି ଶ୍ରୀ ସାହୁ ଓଡଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ପଥରା ଗ୍ରାମସ୍ଥିତ ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ଆଶ୍ରମ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ଏହି ଆଶ୍ରମର ବୃଦ୍ଧ ଓ ବୃଦ୍ଧା ସେ ଦେଇଥିବା କମ୍ବଳରୁ ଶୀତ ପ୍ରକୋପରୁ ରକ୍ଷା ପାଇବାରେ ସହାୟକ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସାକମ୍ବରୀ ଆଚାରୀ, ନନ୍ଦିନୀ ସୁବୁଦ୍ଧି, ଦୋଳାମଣୀ ମିଶ୍ର, ଅଙ୍ଗୁଲି ଦେଇ, ମଞ୍ଜୁ ମହାପାତ୍ର, ଶଶି ସାହୁ, ଅହଲ୍ୟା ପ୍ରଧାନ, କମଳା ବାରିକ, ଜଗଦମ୍ବା ଆଚାରୀ, ଶଶି ନାୟକ, ବୈଦେହୀ ସାୱାଣୀ, ଗୀତାଞ୍ଜଳୀ ନାୟକ, ମାଗେତୀ ବେହେରା, ଉଦୟ ପ୍ରଧାନ, ବନମାଳୀ ସାହୁ, ବାଜିଆ ନାୟକ ପ୍ରମୁଖଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ସେହିପରି ଶ୍ରୀ ସାହୁ ଓଡଗାଁ ରଘୁନାଥ ମନ୍ଦିରର ଚାରି ଜଣ ପୂଜକଙ୍କୁ ମଧ୍ୟ ଗୋଟିଏ ଲେଖାଁଏ କମ୍ବଳ ଦେଇଥିଲେ।
ନୟାଗଡ଼ ଜିଲାର ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ସାହୁ ତାଙ୍କର ମାସକୁ ଯେତିକି ପେନସନ ଟଙ୍କା ପଆନ୍ତି ସେଥିମଧ୍ୟରୁ ଅସହାୟ ନିଶହାୟ ଗରିବ ମାନଙ୍କୁ ସାହାଯ୍ୟ କରିଥାନ୍ତି। ସେ ସଦା ସର୍ବଦା ସମାଜ ସେବାରେ ନିଜକୁ ନିୟୋଜିତ କରିଥାନ୍ତି। ସେ ନୟାଗଡ ଜିଲ୍ଲାରେ ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତି ଭାବରେ ସୁପରିଚିତ। ଏ ଅଞ୍ଚଳର ଜଣାଶୁଣା ସମାଜ ସେବୀ ଓ ପରିବେଶ ପ୍ରେମୀ ଶଶିଭୂଷଣ ଆଚାରୀଙ୍କ ତତ୍ୱାବଧାନରେ ଏ ଅନୁଷ୍ଠାନ ପରିଚାଳିତ ହେଉଛି। ବୃଦ୍ଧ ବାପା ମା ଙ୍କର ସବୁ ବୁଝା ଶୁଝା କରୁଛନ୍ତି ବନମାଳୀ ସାହୁ। ଆଶ୍ରମରେ ଥିବା ସମସ୍ତ ବ୍ୟକ୍ତି ସମାଜ ସେବୀ ଶ୍ରୀ ସାହୁଙ୍କୁ ପ୍ରଶସାଂ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories