www.samajalive.in
Saturday, December 13, 2025
17.1 C
Bhubaneswar

କରୋନା କଟକଣା: ଖୋଲୁନି ଓଡଗାଁ ରଘୁନାଥ ମନ୍ଦିର, ସେବାୟତ ଓ ସେବାସୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ

ଓଡଗାଁ:ନୟାଗଡ ଜିଲା ଓଡଗାଁ ସ୍ଥିତ ରଘୁନାଥ ମନ୍ଦିର ସେବାୟତ ଓ ସେବାସୀମାନଙ୍କ ପ୍ରତି ଦେବତ୍ତୋର ବିଭାଗ ପକ୍ଷରୁ ଦୃଷ୍ଟି ଦେଉନାହାଁନ୍ତି। ଫଳରେ କରୋନା କଟକଣା ଯୋଗୁ ପୂଜକ ପରିଷଦର ସଭାପତି ପ୍ରଫୁଲ କୁମାର ମହାପାତ୍ରଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଓଡଗାଁ ରଘୁନାଥ ମନ୍ଦିରରେ ସେବାୟତଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବିଗିଡିବାରେ ଲାଗିଛି। କରୋନା କଟକଣା ଜାରି ହେବା ପରଠାରୁ ରଘୁନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଦର୍ଶନ ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଛି। ଫଳରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ମନ୍ଦିର ଆସୁନାହାଁନ୍ତି।

ମନ୍ଦିର ପ୍ରଶାସନ କଟକଣା ଜାରି କରିବା ପରେ ସେବାସୀ ଏବଂ ସୁଆରମାନେ ବହୁ ଅସୁବିଧାରେ ଦିନ କାଟୁଛନ୍ତି। ଏହାର ପ୍ରଭାବ ୪ଜଣ ସେବାସୀଙ୍କ ଉପରେ ପଡିଛି। ଏହି ୪ଜଣ ରଘୁନାଥଙ୍କ ମନ୍ଦିରର ସେବା କରି ଆସୁଛନ୍ତି। ହେଲେ ଗତ କିଛିଦିନ ହେଲା ମନ୍ଦିର ସମ୍ମୁଖରେ ଥିବା ଝୁଲଣ ମଣ୍ଡପ ସେମାନଙ୍କର ଏକ ମାତ୍ର ଭରଷା ପାଲଟିଛି। ଦିନବେଳେ ମନ୍ଦିର ସେବା କରିବା ପରେ ଉକ୍ତ ୪ଜଣ ବୃଦ୍ଧ ସେମାନଙ୍କ ପତ୍ନୀମାନଙ୍କ ସହ ଆସି ଏଠାରେ ରୁହନ୍ତି। କୃଷ୍ଣଚନ୍ଦ୍ର ମହାପାତ୍ର(୭୫) ଗତ କିଛିଦିନ ତଳେ ପଡିଯାଇଥିଲେ। ଫଳରେ ତାଙ୍କର ଡାହାଣ ଗୋଡ ଭାଙ୍ଗି ଯାଇଥିଲା। ତାଙ୍କ ପତ୍ନୀ ଶୋଭା ମହାପାତ୍ର ଧାର କରଜ କରି ସ୍ୱାମୀଙ୍କ ଚିକିତ୍ସା କରୁଛନ୍ତି। ବ୍ରଜ ଡାକୁଆ (୭୦)ଙ୍କ ଚାଲିବାକୁ ଦେହରେ ଶକ୍ତି ନାହିଁ। ସେ ମନ୍ଦିରର ସଫାସୁତୁରା ଠାରୁ ଆରମ୍ଭ କରି ହଣ୍ଡାହାଣ୍ଡି ଆଦି ସଫାସୁତୁରା କାମ କରିଥାନ୍ତି। ତାଙ୍କର ଡାହାଣ ଗୋଡ ଭାଙ୍ଗି ଯିବାରୁ ସେ ସେହି ଭଙ୍ଗା ଗୋଡରେ ଘୁଷୁରି ଘୁଷୁରି ସବୁ କାମ କରୁଥାନ୍ତି। ତାଙ୍କର ଟିକେ ହେଲେ ମନଦୁଃଖ ନାହଁ କାରଣ ଠାକୁରଙ୍କ ସେବା କାର୍ଯ୍ୟ କଲେ ଆତ୍ମ ସନ୍ତୋଷ ମିଳିଥାଏ ବୋଲି ସେ କୁହନ୍ତି। ସେହିପରି କାଳୁଚରଣ ମହାପାତ୍ର(୬୨) ତାଙ୍କର ମଧ୍ୟ ବାମ ଗୋଡ ଭାଙ୍ଗିଯିବାରୁ ସେ ଅସହାୟ ଅବସ୍ଥାରେ ପଡିରହିଛନ୍ତି। ତାଙ୍କ ପତ୍ନୀ କମଳା ମହାପାତ୍ର ତାଙ୍କୁ ଧରି ନେବା ଆଣିବା କରୁଛନ୍ତି। କରୋନା କବଳରେ ଭକ୍ତଙ୍କ ଯିବା ଆସିବା ନଥିବାରୁ ଏମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି। ସେହିପରି ରବିନ୍ଦ୍ର ମହାପାତ୍ର(୬୫) ଏମାନଙ୍କ ପାଖରେ ସମ୍ବଳ ନ ଥିବାରୁ ଦୀର୍ଘଦିନ ହେବ ଠାକୁରଙ୍କ ପାଖକୁ ଆସୁଥିବା ଭକ୍ତମାନେ ଯାହା କିଛି ଦାନଦକ୍ଷିଣା ଦିଅନ୍ତି ସେଥିରେ ତାଙ୍କ ପରିବାର ଚଳିଥାଏ।

- Advertisement -

ସବୁଠାରୁ ବଡକଥା ହେଉଛି ଶ୍ରୀ ରଘୁନାଥଙ୍କର ସେବାସୀମାନେ କେବଳ ଭତାଟଙ୍କାରେ ଚଳନ୍ତି। ଦିନରେ ମନ୍ଦିର ଭିତରେ ଠାକୁରଙ୍କ କାମ କରିଥାନ୍ତି। ରାତିରେ ଝୁଲଣ ମଣ୍ଡପରେ ରାତ୍ରୀ ଯାପନ କରିଥାନ୍ତି। କରୋନା ପରଠାରୁ ସବୁ ସୁଆର ସେବାସୀ ମାନେ ବହୁ ଦୁଃଖ କଷ୍ଟରେ ଚଳୁଥିବା ବେଳେ ଦେବତ୍ତୋର ବିଭାଗରୁ ୧ଲକ୍ଷଟଙ୍କା ଆର୍ଥିକ ଅନୁଦାନ ମିଳିଥିଲା। ହେଲେ ସୁଆର ଏବଂ ସେବାସୀଙ୍କ ମଧ୍ୟରେ ବିବାଦ ଉପୁଜୁଥିବାରୁ ସେହି ଟଙ୍କାକୁ ଆଜି ପର୍ଯ୍ୟନ୍ତ ଦେବତ୍ତୋର ବିଭାଗ ପକ୍ଷରୁ କାହାରିକୁ ମଧ୍ୟ ଦେଇପାରିନାହାନ୍ତି।
ସଭାପତି କହିଛନ୍ତି ରଘୁନାଥ ମନ୍ଦିର ୪ଜଣ ସେବାସୀ ବୃଦ୍ଧ ଅବସ୍ଥାରେ ପହଞ୍ଚିଛନ୍ତି। ୩ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି। ସାଧାରଣ କାମ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଫଳରେ ସେମାନେ ଖାଇବାକୁ ନ ପାଇ ଅତି ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି ଓ ଜୀବନ ବିତାଉଛନ୍ତି। ବହୁ ବର୍ଷ ସେବା କାର୍ଯ୍ୟ କରିବା ପରେ ସରକାରଙ୍କ ଠାରୁ ତାଙ୍କୁ କୌଣସି ଅନୁଦାନ ଦିଆଯାଇ ନାହିଁ। ଏହି ୪ଜଣଙ୍କ ଜମିପଟା କିଛି ନଥିବାରୁ ସେମାନେ ବାହାରେ ଆସି ପଡିରହିଛନ୍ତି। ଏମାନଙ୍କୁ ଜମିପଟା ଯୋଗାଇ ଦେବା ସହିତ ରହିବାକୁ ଆବାସ ଯୋଗାଇ ଦେବା ପାଇଁ ସଭାପତି ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅନୁଦାନ ସେମାନଙ୍କୁ ଯୋଗାଇ ଦେବା ପାଇଁ ସବ୍କଲେକକ୍ଟରଙ୍କୁ ଅନୁରୋଧ କରିଛନ୍ତି।ଦେବତୋର ବିଭାଗର ଚୁକ୍ତି ଅନୁସାରେ ଗରିବ ସେବାସୀ ମାନଙ୍କୁ ତାଙ୍କର ଉଚିତ୍ ପ୍ରାପ୍ୟ ନମିଳିଲେ ଆଗାମି ଦିନରେ ସମସ୍ତେ ରାଜ ରାସ୍ତାକୁ ଓହ୍ଳାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories