www.samajalive.in
Monday, December 8, 2025
13.1 C
Bhubaneswar

ଇନ୍‌ଭେଷ୍ଟ ଇଣ୍ଡିଆକୁ ‘ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର’

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ୟୁଏନସିଟିଏଡି) ପକ୍ଷରୁ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ମିଳିତ ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର ୨୦୨୦ର ବିଜେତା ଘୋଷଣା କରାଯାଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଟ୍ବିଟ୍‌ କରି କହିଛନ୍ତି, ଆମ ସରକାର ଭାରତକୁ ପୁଞ୍ଜି ବିନିଯୋଗ ପାଇଁ ବିଶ୍ଵର ପସନ୍ଦଯୋଗ୍ୟ ସ୍ଥାନ ତଥା ବ୍ୟବସାୟକୁ ଅଧିକ ସୁଗମ କରିବା ଉପରେ ଧ୍ୟାନ ଦେଉଛନ୍ତି, ଯାହାର ପ୍ରମାଣ ହେଉଛି ଏହି ପୁରସ୍କାର।

- Advertisement -

ଉଲ୍ଲେଖନୀୟ ସଫଳତା ପାଇଁ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ସଂସ୍ଥାଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଏ। ମୋଦୀ କହିଛନ୍ତି, ଗତ ସୋମବାର ୟୁଏନସିଟିଏଡିର ମୁଖ୍ୟାଳୟ ଜେନେଭାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ବିଶ୍ଵର ନିବେଶ ପ୍ରୋତ୍ସାହନ ସଂସ୍ଥାଗୁଡ଼ିକର ଉଲ୍ଲେଖନୀୟ ସଫଳତାକୁ ପ୍ରତିଫଳିତ କରେ। ୟୁଏନସିଟିଏଡିର ୧୮୦ ରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ସଂସ୍ଥାର କାର୍ଯ୍ୟକଳାପ ଏବଂ ତାହା ମୂଲ୍ୟାଙ୍କନ ଉପରେ ଏହା ଆଧାରିତ।

ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁଏନସିଟିଏଡି ନିବେଶ ପାଇଁ ଭାରତରେ ଗ୍ରହଣ କରାଯାଇଥିବା ଉତ୍ତମ କାର୍ଯ୍ୟକଳାପକୁ ସୂଚିତ କରୁଛି। ଏଥିରେ ବାଣିଜ୍ୟ ରିହାତି ଫୋରମ୍‌, ସ୍ବତନ୍ତ୍ର ବିନିଯୋଗ ଫୋରମ୍‌, ୱେବିନାର୍‌ ସିରିଜ, ସୋସିଆଲ ମିଡିଆରେ ସମ୍ବନ୍ଧିତ କାର୍ଯ୍ୟକଳାପ ଏବଂ କୋଭିଡ-୧୯ର ମୁକାବିଲା ପାଇଁ ପଦକ୍ଷେପ ଉପରେ ଗୁରୁତ୍ଵ ଦିଆଯାଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories