www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଆରୋଗ୍ୟ ହାର ୯୪.୩୭ ପ୍ରତିଶତ : ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨

ନୂଆଦିଲ୍ଳୀ :  ଦେଶରେ  କରୋନା ଆରୋଗ୍ୟ ହାର ୯୪.୩୭ ପ୍ରତିଶତକୁ ବୃଦ୍ଧି ପାଇଛି। ଆଜି  ଆଉ ୪୧ ହଜାର ୯୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୧ ଲକ୍ଷ ୭୯୨ରେ ପହଞ୍ଚିଛି। ସେହି ସମୟ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୪୪ ହଜାର ୨୨୨ ରେ ପହଞ୍ଚିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୪୮୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୋଟ୍‍ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨କୁ ବୃଦ୍ଧି ପାଇଛି। ତେବେ ସାରା ବିଶ୍ୱ ତୁଳନାରେ ଭାରତରେ କକେରାନାଜନିତ ମୃତ୍ୟୁ ହାର ସର୍ବନିମ୍ନ ୧ .୪୫ ପ୍ରତିଶତ ରହିଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସକ୍ରିୟ ସଚିକିତ୍ସାଧୀନଙ୍କ ସଂଖ୍ୟାରେ ୬ ହଜାର ୪୪୧ ହ୍ରାସ ପାଇଁ ଏହି ସଂଖ୍ୟା ୪ ଲକ୍ଷ ୩ ହଜାର ୨୪୮ରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୧ ହଜାର ୬୩ଟି ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ସୁଦ୍ଧା ୧୪ କୋଟି ୬୯ ଲକ୍ଷ ୮୬ ହଜାର ୫୭୫ଟି ନମୁନା ପରୀକ୍ଷା କରାଯାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories