www.samajalive.in
Monday, December 8, 2025
24.1 C
Bhubaneswar

ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ, ଯୁବ ବିଜେଡି ଉପସଭାପତିଙ୍କ ନାମରେ ମାମଲା

ବୌଦ୍ଧ: ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ବୌଦ୍ଧ ଜିଲାରେ ଏକ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଥିବା କୁହାଯାଉଛି। ଗତକାଲି ରାତିରେ ବିଜେଡିର ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ସ୍ୱାମୀ ଜିତେନ୍ଦ୍ରିୟ ମଲ୍ଲିକଙ୍କୁ କଣ୍ଟାମାଳ ବିଧାୟକଙ୍କ ଦୃଢ ସମର୍ଥକ ତଥା ଯୁବ ବିଜେଡିର ଉପସଭାପତି ବିଜୟ ବାରିକ୍‍ ଓ ତାଙ୍କର ସମର୍ଥକମାନେ ମିଶି ନିସ୍ତୁକ ମାଡ ମାରି ଥାନାରେ ଛାଡିବା ଘଟଣା ଅଞ୍ଚଳରେ ରାଜନୈତିକ ବାତାବରଣକୁ ଉଷ୍ମ କରିଦେଇଛି।

ସୂଚନା ମୁତାବକ, ଗତକାଲି ରାତିରେ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀ ଶ୍ରୀମଲ୍ଲିକ ନିଜ ଗ୍ରାମ ଝାରମୁଣ୍ଡାରେ ଥିବାବେଳେ ଯୁବ ବିଜେଡିର ଉପସଭାପତି ବିଜୟ ବାରିକ୍‍ ନିଜର ଭାଇ ବିରେନ ବାରିକ ଏବଂ ତାଙ୍କର ସମର୍ଥକ ହେମନ୍ତ ନାଏକ, ଟଙ୍କଧର ଛତ୍ର, ଅଶୋକ ବାରିକ, ତୁଳସୀ ମହାକୁଡ ଓ ସୌରି କର୍ଣ୍ଣଙ୍କ ସହିତ ଏକ ସ୍କୋର୍ପିଓରେ ସେଠାରେ ପହଞ୍ଚି ଥିଲେ। ଗାଳିଗୁଲଜ ସହ ଶ୍ରୀ ମଲ୍ଲିକଙ୍କୁ ସେମାନେ ପିସ୍ତଲ ଦେଖାଇ ଫଗୁସାହି ସ୍ଥିତ ତାଙ୍କର ଇଟାଭାଟିକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ନିସ୍ତୁକ ମାଡ ଦେବା ସହିତ ପରେ ବାଉଁଶୁଣୀ ଥାନାକୁ ଆଣି ଛାଡି ଦେଇଥିଲେ।

- Advertisement -

ଅପରପକ୍ଷରେ ତୁଳସୀ ମହାକୁଡଙ୍କ ପକ୍ଷରୁ ମଧ୍ୟ ଏକ ଏତଲା ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀ ଶ୍ରୀ ମଲ୍ଲିକଙ୍କ ବିରୋଧରେ କରାଯାଇଛି। ତୁଳସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ସେ ବୌଦ୍ଧ ବ୍ଲକରୁ କାମ ସାରି ଘରକୁ ଫେରୁଥିବାବେଳେ ଝାରମୁଣ୍ଡା ଗ୍ରାମର ବିଜୟ ବାରିକଙ୍କ କିଛି ସାମଗ୍ରୀ ଗାଡିରେ ଥିବାରୁ ପ୍ରଥମେ ତାଙ୍କ ଗ୍ରାମକୁ ଯିବାବେଳେ ଗାଁମୁଣ୍ଡ ରାସ୍ତା ଉପରେ ଶ୍ରୀ ମଲ୍ଲିକ ତାଙ୍କ ଗାଡିକୁ ଅଟକାଇ ଥିଲେ। ହାତରେ ଏକ ଭଙ୍ଗା ମଦବୋତଲ ଧରି ଗାଡି ଭିତରେ କିଏ କିଏ ଅଛ ବାହାରକୁ ବାହାର ବୋଲି ଧମକ ଦେବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଗାଡି ଭିତରେ ଏକ ବ୍ୟାଗରେ ଥିବା କିଛି ସରକାରୀ କାଗଜପତ୍ର ଓ ୯୬୦୦ ଟଙ୍କା ଶ୍ରୀ ମଲ୍ଲିକ ଝାମ୍ପି ନେଇଥିଳେ। ପରେ ତୁଳସୀ ଓ ଗାଡିର ଡ୍ରାଇଭର ଓହ୍ଲାଇ ତାଙ୍କୁ କାବୁ କରିବା ସହ ବାଉଁଶୁଣୀ ଥାନାରେ ଆଣି ଛାଡିଥିଲେ ବୋଲି ଅଭିଯୋଗ କରିଛନ୍ତି। ପୁଲିସ ତୁଳସୀଙ୍କ ଅଭିଯୋଗ ଆଧାରରେ ଥାନା କେସ ନମ୍ବର ୧୩୫/୨୦ ଏବଂ ଜିତେନ୍ଦ୍ରିୟଙ୍କ ଅଭିଯୋଗ ଆଧାରରେ ୧୩୬/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଭାରପ୍ରାପ୍ତ ଅଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି।
ତେବେ ଏହି ଘଟଣାକୁ ନେଇ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଉଗ୍ର ରୂପ ନେବାର ଆଶଙ୍କା କରାଯାଉଛି। ଉଭୟ ପକ୍ଷର ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଘଟଣା ପଛରେ ଅନ୍ୟ କାରଣ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ ବିଧାୟକଙ୍କ ସମର୍ଥକ ଓ ଖୋଦ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମଧ୍ୟରେ ହୋଇଥିବା ମାମଲାର ସମାଧାନ ଓ ରଫାଦଫା ପାଇଁ ରାଜନୈତିକ ଚାପ ବୃଦ୍ଧି ପାଉଥିବା କୁହାଯାଉଛି। ତେଣୁ ଜିଲା ପୁଲିସର ଜଣେ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ମାମଲାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ହୋଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories