www.samajalive.in
Saturday, December 6, 2025
16.1 C
Bhubaneswar

ଶିକ୍ଷକଙ୍କ ସିନ୍ଥେଟିକ୍‌ କ୍ଷୀର ଫର୍ମୁଲା; ଅବସର ପରେ ଚଳାଇଥିଲେ ରାକେଟ୍‌

କ୍ଷୀର ବିଷୟରେ ସମସ୍ତେ ଜାଣିଥିବେ। କିନ୍ତୁ ସିନ୍ଥେଟିକ୍‌ କ୍ଷୀର କଥା ଶୁଣି ସାମାନ୍ୟ ଅଡୁଆ ଲାଗୁଥାଇପାରେ। ତେବେ ଏଭଳି ନକଲି କ୍ଷୀର ବି ବଜାରକୁ ଆସିଲାଣି, ଯାହା ସ୍ବାସ୍ଥ୍ୟପ୍ରତି ହାନିକାରକ। ଭୋପାଳର ଏକ ଘଟଣାରୁ ଏ ବିଷୟରେ ଜଣାପଡ଼ିଛି। ପାମ୍‌ ଅଏଲ୍‌ ସହିତ କେମିକାଲ୍‌ ଏବଂ ମାଲ୍‌ଟୋଡେକ୍ସଟ୍ରିନ୍‌ ପାଉଡର୍‌ ମିଶାଇ ଏପରି ସିନ୍ଥେଟିକ୍‌ କ୍ଷୀର ପ୍ରସ୍ତୁତ କରୁଥିବା ଜଣେ ଶିକ୍ଷକଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ। ସେ ଏବେ ଫେରାର ଅଛନ୍ତି।

Image Courtesy: patrika

୬୫ ବର୍ଷୀୟ ଶିକ୍ଷକ ଜଣକ ମଧ୍ୟପ୍ରଦେଶର ଏକ ସରକାରୀ ସ୍କୁଲର ଅବସରପ୍ରାପ୍ତ ପ୍ରିନ୍ସିପାଲ୍‌। ତାଙ୍କ ନାମ ଦୀନ୍‌ଦୟାଲ ଶର୍ମା। ମୋରେନା ଜିଲା ଅନ୍ତର୍ଗତ ଖଦିୟାହର ଗ୍ରାମରେ ତାଙ୍କ ଘର। ଅବସର ପରେ ସେ ସିନ୍ଥେଟିକ୍‌ କ୍ଷୀର ପ୍ରସ୍ତୁତ କରି ତାହାକୁ ବିକ୍ରି କରୁଥିଲେ। ତାଙ୍କ ଘରୁ ପୁଲିସ ୨୦୦ ଲିଟର ସିନ୍ଥେଟିକ୍‌ କ୍ଷୀର ଜବତ କରିଛି। ଏହା ସହିତ ୮ ଲିଟର ପାମ୍‌ ଅଏଲ୍‌ ଏବଂ ୧୦ କିଗ୍ରା ମାଲ୍‌ଟୋଡେକ୍ସଟ୍ରିନ୍‌ ପାଉଡର ସମତେ କିଛି ରସାୟନିକ ପଦାର୍ଥ ଜବତ ହୋଇଛି।

- Advertisement -

ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅବିନାଶ ଗୁପ୍ତାଙ୍କ ଏତଲାକ୍ରମେ ପୁଲିସ ଆଇପିସି ଦଫା ୨୭୨(ଖାଦ୍ୟ ଓ ପାନୀୟର ଅପମିଶ୍ରଣ), ୨୭୩, ୪୨୦ ଏବଂ ଖାଦ୍ୟ ନିରାପତା ଓ ମାନକ ଆଇନ ୨୦୦୬ର ଦଫା ୫୧, ୫୭, ୫୮ ଓ ୫୯ ଅନୁସାରେ ଏକ ମାମଲା ରୁଜୁ କରିଛି।

ଦୀନ୍‌ଦୟାଲ ରସାୟନିକ ପଦ୍ଧତିରେ ଏହି ସିନ୍ଥେଟିକ୍‌ କ୍ଷୀର ପ୍ରସ୍ତୁତ କରି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ। ଏହି କ୍ଷୀର ସ୍ବାସ୍ଥ୍ୟପ୍ରତି ହାନିକାରକ ବୋଲି ଏତଲାରେ ଦର୍ଶାଯାଇଛି। ସିହୋନିଆ ଥାନା ଭାରପ୍ରାପ୍ତ ଅଧିକାରୀ ରାଜକୁମାର ସିଂହ କହିଛନ୍ତି, ଏତଲା ରୁଜୁ ହେବା ପରେ ଏକ ପୁଲିସ ଟିମ୍‌ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲା। କିନ୍ତୁ ସେ ଫେରାର ହୋଇଯାଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories