www.samajalive.in
Friday, December 5, 2025
27.1 C
Bhubaneswar

ଜେଲ ଗଲେ ବଦନାମ ଥାନା ବାବୁ; ମହିଳା ଏସଆଇଙ୍କୁ ନିର୍ଯାତନା ଅଭିଯୋଗ ପରେ ଥିଲେ ଫେରାର

ବାଲିଗୁଡା: ଜଣେ ମହିଳା ଏସଆଇଙ୍କୁ ନିର୍ଯାତନା ଦେଇ ଫେରାର ରହିଥିବା ଜଣେ ଏସଆଇ ଆଜି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ବାଲିଗୁଡା ଅତିରିକ୍ତ ଜିଲା ଦୌରାଜଜ କୋର୍ଟରେ ହାଜର ହୋଇ ପରେ ଜେଲ ଯାଇଛନ୍ତି ଅତିରିକ୍ତ ଜିଲା ଦୌରାଜଜ୍ ଶୁଭଦର୍ଶି ପଟ୍ଟନାୟକ ଏସଆଇ ସିଲୁ ଧଳଙ୍କୁ ନିର୍ଯାତନା ମାମଲାରେ ଜେଲ ପଠାଇଛନ୍ତି।

୨୦୨୦ ମସିହା ଅଗଷ୍ଟ ୧୬ ତାରିଖରେ ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଜଣେ ମହିଳା ଏସଆଇ ନିର୍ଯାତନା ଅଭିଯୋଗ କରି ଏସଆଇ ଧଳଙ୍କ ନାମରେ ଏକ ଏତଲା ଦାୟର କରିଥିଲେ। ଖଲିକୋଟ ଥାନାରେ କାର୍ଯ୍ୟରତ ଏସଆଇ ସିଲୁ ଧଳଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେହି ଦିନଠାରୁ ଏସଆଇ ସିଲୁ ଧଳ ଫେରାର ଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଆଜି ବାଲିଗୁଡା ଅତିରିକ୍ତ ଜିଲା ଦୌରା କୋର୍ଟର ବିଚାରପତିଙ୍କ ପାଖରେ ଏସଆଇ ସିଲୁ ହାଜର ହୋଇଥିଲେ। ଏହି ମାମଲାର ବିଚାରବିର୍ମଶ ପରେ ବିଚାରପତି ଏସଆଇ ଧଳଙ୍କୁ ବାଲିଗୁଡା ଉପଖଣ୍ଡ କାରାଗାରକୁ ପଠାଇ ଦେଇଥିବା ନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ସୁଧାଂଶୁ ମୋହନ ପତି।

Hot this week

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

Related Articles

Popular Categories