www.samajalive.in
Saturday, December 6, 2025
26.1 C
Bhubaneswar

ଆଉ କିଛି ସପ୍ତାହରେ ଆସିଯିବ କରୋନା ଟିକା : ଟିକା ବଣ୍ଟନ ପାଇଁ ପ୍ରସ୍ତୁତ ହୋଇଛି ନେଟ୍‍ୱାର୍କ ବ୍ୟବସ୍ଥା

ନୂଆଦିଲ୍ଲୀ : କରେନା ଟିକା ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଉ କିଛି ସପ୍ତାହ ମଧ୍ୟରେ ଆସି ଯିବ କରୋନା ଟିକା। ଥରେ ଟିକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଯିବ। ଟିକା ଦିଆଯିବା ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମେତ ଯେଉଁମାନଙ୍କ ପାଇଁ ଏହାର ଆବଶ୍ୟକତା ଅଧିକ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ସେହିପରି ଟିକା ବଣ୍ଟନ ପାଇଁ ଏକ ଉତ୍ତମ ନେଟ୍‍ୱାର୍କ ବ୍ୟବସ୍ଥା ସ୍ଥାପନ କରିସାରିଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ନେଟ୍‍ୱାର୍କ ଯଥେଷ୍ଟ ଉନ୍ନତ ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋବିଡ୍‍-୧୯ସଂକ୍ରାନ୍ତ ଏକ ସର୍ବଦଳୀୟ ବୈଠକରେ ଆଜି ଅଧ୍ୟକ୍ଷତା କରି ଏହା କହିଛନ୍ତି। ଏହି ଅବସରରେ  ଶ୍ରୀ ମୋଦୀ କହିଛନ୍ତି, ଏହା କୋଭିଡ୍‍ର ମୁକାବିଲାରେ ଭାରତର ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ। ଶ୍ରୀ ମୋଦୀ କହିଛନ୍ତି,କରୋନା ସଂକ୍ରମଣ ପରଠାରୁ ସେ କ୍ରମାନ୍ୱୟରେ ସମସ୍ତ ରାଜ୍ୟ ସହ ବିଚାର ବିମର୍ଶ ଜାରି ରଖିଛନ୍ତି। ସେ କହିଛନ୍ତି, ଏ ସଂକ୍ରାନ୍ତରେ ବୈଜ୍ଞାନିକମାନଙ୍କ ସହ ନିୟମିତ ଆଲୋଚନା କରାଯାଉଛି। ଭାରତର ବୈଜ୍ଞାନିକ ସମୁଦାୟ କୋଭିଡ୍‍ର ମୁକାବିଲା ପାଇଁ ବେଶ୍‍ ସକ୍ଷମ ଓ ଏ କ୍ଷେତ୍ରରେ ସେମାନେ ସର୍ବଦା ସକରାତ୍ମକ ଆଭିମୁଖ୍ୟ ପୋଷଣ କରି ଆସୁଛନ୍ତି।

- Advertisement -

ବିଶ୍ୱର ଅନ୍ୟ ଦେଶମାନେ କରୋନା ଟିକା ବାହାର କରିବାପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ସମଗ୍ର ବିଶ୍ୱ ଏକ୍ଷେତ୍ରରେ ଭାରତଠାରୁ ଅନେକ କିଛି ଆଶା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଟିକା ବାହାର କରିବା ଲାଗି ଏହା
ସହ ସମ୍ପୃକ୍ତ ସମସ୍ତ ସଂସ୍ଥା ପରସ୍ପର ସହ ସମନ୍ୱୟରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ଅନେକ  ରାଜ୍ୟ ସରକାରମାନଙ୍କ ସହାୟତାରେ ଏହି ଟିକା ବଣ୍ଟନ ନେଟ୍‍ୱାର୍କକୁ ଅଧିକ ଶକ୍ତିଶାଳୀ କରାଯିବାକୁ ଶ୍ରୀ ମୋଦୀ କହିଛନ୍ତି। ଠିକ୍‍ ସମୟରେ ଯେଭଳି ଏହାକୁ ଲୋକମାନଙ୍କୁ ଦିଆଯାଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ।
ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିବା ବିଷୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ଏକ୍ଷେତ୍ରରେ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟ ସରକାରମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଟିକାର ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତରେ ସରକାର ରାଜ୍ୟ ସରକାରମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି। ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ ସମୟରେ ସାଧାରଣ ଲୋକଙ୍କୁ ଧ୍ୟାନରେ ରଖାଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, କରୋନା ବିପକ୍ଷରେ ଭାରତର ଲଢ଼େଇରେ ଦେଶର ଜନସାଧାରଣଙ୍କ ଇଚ୍ଛାଶକ୍ତିର ପ୍ରତିଫଳନ ଘଟିଛି। ଭାରତ ସାହସର ସହ କରୋନାର ମୁକାବିଲା କରିଆସୁଛି। ଭାରତର ଏକ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସହାୟତା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକାକୁ ନେଇ ଅନେକ ଗୁଜବ ପ୍ରଚାରିତ ହେଉଛି ଓ ସେଦୃଷ୍ଟିରୁ ସର୍ବସାଧାରଣ ଏଥିପ୍ରତି ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଆସି ପହଞ୍ଚିଛେ।
ତେବେ କୋଭିଡ୍‍ର ମୁକାବିଲା ପାଇଁ ଯେଉଁସବୁ ସତର୍କତା ଗ୍ରହଣ କରାଯାଉଛି, ସେଥିରେ କୌଣସି କୋହଳ ଅବଲମ୍ବନ ନ ଆଣିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories