www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ଟିକାର ମଜାକ୍‌ ଉଡ଼ାଇଲେ ହରଭଜନ, ହେଲେ ଟ୍ରୋଲ୍‌ର ଶିକାର

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ଵରେ କାୟା ବିସ୍ତାର କରିଛି। ଭାରତରେ ୯୫ ଲକ୍ଷ ଲୋକ ସଂକ୍ରମିତ ହୋଇାରସିଛନ୍ତି। ସାରା ବିଶ୍ଵରେ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ନିକଟତର ହେଲାଣି। ଏହା ମଧ୍ୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଟିକା ବିଶ୍ଵବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। ଟିକା ବଜାରରେ ଉପଲବ୍ଧ ହେଲେ ଏହି ଭୂତାଣୁଠାରୁ ଲୋକମାନେ ମୁକ୍ତ ହୋଇପାରିବେ ବୋଲି କୁହାଯାଉଛି। ଭାରତରେ ୩ଟି ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାବରେଟୋରି ଗସ୍ତ କରି ଅନୁଧ୍ୟାନ କରୁଛନ୍ତି। ଏପରି ସମୟରେ ଭାରତୀୟ କ୍ରିକେଟର ହରଭଜନ ସିଂହ ଏସବୁ ଭ୍ୟାକ୍ସିନ୍‌ର ମଜାକ ଉଡ଼ାଇଛନ୍ତି, ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଛି।

Image Courtesy: HT

ହରଭଜନ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ଫାଇଜର ଏବଂ ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା ୯୪% ପ୍ରଭାବୀ, ମୋଡେର୍ନା ଟିକା- ୯୪.୫% ପ୍ରଭାବୀ, ଅକ୍ସଫୋର୍ଡ ଟିକା-୯୦% ପ୍ରଭାବୀ….ବିନା ଟିକାରେ ଭାରତୀୟମାନଙ୍କର ସୁସ୍ଥ ହାର୍‌ ୯୩.୬%। ସତରେ କ’ଣ ଭାରତୀୟମାନଙ୍କୁ ଟିକାର ଆବଶ୍ୟକତା ରହିଛି ? ଭଜିଙ୍କ ଏହି ଟ୍ବିଟ୍‌ ସୋସିଆଲ ମିଡିଆରେ​‌ ଟ୍ରେଣ୍ଡ କରିବା ସହିତ ୟୁଜରମାନେ ଟ୍ରୋଲ୍‌ ବି କରୁଛନ୍ତି।

- Advertisement -

ଜଣେ ଟ୍ବିଟର ବ୍ୟବହାରକାରୀ ଭଜିଙ୍କ ଟ୍ବିଟ୍‌ର ଉତ୍ତର ଦେଇ ତାଙ୍କୁ ପାରିବାରିକ ହ୍ବାଟ୍‌ସଆପ୍‌ ଗ୍ରୁପର ‘ମାମୁଁ’ ଉପାଧି ଦେଇଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଟିକାର ପ୍ରଭାବଶାଳୀତାର ଆକଳନ ୯୩.୬% ସୁସ୍ଥ ହୋଇଥିବା ଲୋକମାନଙ୍କ ଉପରେ କରାଯାଇନାହିଁ। ଏହି ଟିକା ସେହି ୬.୪% ଲୋକଙ୍କ ପାଇଁ, ଯେଉଁମାନେ ସୁସ୍ଥ ହୋଇପାରୁ ନାହାନ୍ତି।

ହରଭଜନ ଅଧିକାଂଶ ସମୟରେ ପଡ଼ିଆରେ ନିଜର ମଜାଳିଆ ଆକ୍ସନ ପାଇଁ ଜଣାଯାଆନ୍ତି। ଏପରି କି ପ୍ରତିପକ୍ଷ ଖେଳାଳିଙ୍କ ସହିତ ତାଙ୍କର ବିବାଦୀୟ ଆଚରଣ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories