www.samajalive.in
Monday, December 8, 2025
13.1 C
Bhubaneswar

ଉଧାରି ମଗାକୁ କେନ୍ଦ୍ର କରି ମା-ପୁଅକୁ ଆକ୍ରମଣ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ମଙ୍ଗଳବାର ରାତିରେ ଉଧାରି ମଗାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି। ଦୋକାନୀ ଉଧାରି ନ ଦେବାରୁ ପୂର୍ବତନ ସମିତି ସଭ୍ୟ ଲିଙ୍ଗରାଜ ସାହୁଙ୍କ ପତ୍ନୀ ଓ ପୁଅକୁ ୪ଜଣ ଯୁବକ ମରାଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସମିତି ସଭ୍ୟଙ୍କ ସ୍ତ୍ରୀ ଲକ୍ଷ୍ମୀ ସାହୁ(୬୦) ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ରାତିରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ଦୋକାନରେ ବିକ୍ରି କରୁଥିବା ବେଳେ ଗ୍ରାମର ଡମ୍ବରୁ ନାଗ, ପପୁନ କହଁର, ରଂଜନ ନାଗ ଓ ରବି ନାଗ  ଅଣ୍ଡା ଓ କୁକୁଡା ଉଧାରି ମାଗିଥିଲେ। ହେଲେ ସେ ଉଧାରି ଦେବାକୁ ମନା କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଡରିଯାଇ ପୁଅକୁ ସହାୟତା ପାଇଁ ଡାକିଥିଲେ। ପୁଅ ଦେବାର୍ଚ୍ଚନ ସାହୁ(୨୪)ଦୋକାନରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ଠେଙ୍ଗାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ପଡିଯାଇଥିଲେ। ଆକ୍ରମଣକାରୀଙ୍କ ରାଗ ଏତିକିରେ ଶାନ୍ତ ହୋଇ ନଥିଲା।

ଆକ୍ରମଣକାରୀମାନେ ଲକ୍ଷ୍ମୀ ସାହୁଙ୍କୁ ମଧ୍ୟ ଆକ୍ରମଣ କରିବା ସହିତ ପିନ୍ଧିଥିବା ଶାଢୀ ଚିରି ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଦୋକାନ ନିକଟରେ ଥିବା ବାଇକ୍‍ଟିକୁ ଭାଙ୍ଗି ଦେବା ସହ  ଜିନିଷ ପତ୍ର ଫିଙ୍ଗି ଦେଇଥିଲେ। ଏଥି ସହିତ ଦୁଇ ବୋହୂଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ  ହୋଇଛି । ଏନେଇ ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଆହତ ମାଆ ଓ ପୁଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଉଭୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଏନେଇ ଲକ୍ଷ୍ମୀ ଥାନାରେ ଅଭିଯୋଗ କଲା ପରେ ଥାନା କେସ ନଂ ୧୭୬ରେ ୨୯୪,୩୪୧,୩୨୩,୩୨୫,୩୫୪,୩୪ ଆଇପିସିରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନେ ଫେରାର୍‍ ଥିବା ଥାନା ଅଧିକାରୀ ବସନ୍ତ କୁମାର ଦଳାଇ କହିଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories