www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ୟାଙ୍କ ଏକାଉଣ୍ଟ୍ ନାମରେ ଚାଷୀ ଶୋଷଣର ଶୀକାର

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ପାଇକମାଲ,ପଦ୍ମପୁର ଏବଂ ଝାରବନ୍ଧ ବ୍ଲକର ଚାଷୀମାନେ ଗଭୀର ନଳକୂପ ଖୋଲିବା ପାଇଁ ବାରମ୍ବାର ଆର୍ଥିକ ଓ ମାନସିକ ଶୋଷଣର ଶିକାର ହେଉଛନ୍ତି। ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୟୁନିୟନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଚାଷୀମାନଙ୍କୁ ନିର୍ଦେଶ ଦିଆଯାଉଛି। ତାଳପଦର ଗ୍ରାମରେ ଥିବା ୟୁନିୟନ ବ୍ୟାଙ୍କରେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି। ସଞ୍ଚୟ ଖାତା ଖୋଲିବା ନିମନ୍ତେ ଦଲାଲ ହାବୁଡ଼ରେ ପଡି ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଚଳିତ ବର୍ଷ ଦଲାଲମାନେ ଅଭିନବ ଉପାୟରେ ଠକିବା ଆରମ୍ଭ କରିଛନ୍ତି। ସେମାନେ ଚାରିଚାକିଆ ଗାଡ଼ିମାନଙ୍କରେ ଗାଁ ଗାଁ ଯାଇ ଏକାଉଣ୍ଟ ଖୋଲିବା ନାମରେ ଲୋକଙ୍କ ଠାରୁ ୫୦୦ଟଙ୍କା ନେଉଛନ୍ତି। ପାଇକମାଲ ବ୍ଲକ ଟେମରି ଗ୍ରାମରେ ଚାଷୀମାନଙ୍କ ଠାରୁ ତାଲପଦର ବ୍ୟାଙ୍କରୁ ଆସିଛୁ କହି ଜଣପ୍ରତି ୫୦୦ ଟଙ୍କା ଏକାଉଣ୍ଟ ଖୋଲେଇଦେବା ବାହାନାରେ ହଡ଼ପ କରୁଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ସୁଶ୍ରୀ ଦୀପା ବାରିକ ସେମାନଙ୍କ ପରିଚୟ ମାଗିବା ସହ ସମ୍ବଲପୁର ୟୁନିୟନ ବ୍ୟାଙ୍କ କ୍ଷେତ୍ର ପରିଚାଳକଙ୍କୁ ଫୋନ କରିଥିଲେ। ବେଆଇନ ଭାବରେ ଟଙ୍କା ଆଦାୟ କରୁଥିବା ଜାଣି ଅଧିକାରୀ କ୍ଷୋଭ ପ୍ରକାଶ କରିଥିଲେ। ଗ୍ରାମବାସୀ ଦଲାଲମାନଙ୍କୁ ତାଗିଦ କରି ଗାଁ ଛାଡ଼ି ଯିବାକୁ କହିଥିଲେ। ଦୀପା ବାରିକଙ୍କ ଏହି ପଦକ୍ଷେପ ପାଇଁ ଗ୍ରାମବାସୀ ତାଙ୍କୁ ପ୍ରସଂଶା କରିଥିଲେ। ୟୁନିୟନ ବ୍ୟାଙ୍କର ଶାଖା କମ ଥିବାରୁ ପାଇକମାଲ, ପଦ୍ମପୁର ଏବଂ ଝାରବନ୍ଧର ଚାଷୀମାନେ ବାରମ୍ବାର ଠକାମିର ଶିକାର ହେଉଥିବାରୁ ୟୁନିୟନ ବ୍ୟାଙ୍କ ବଦଳରେ ଷ୍ଟେଟ ବ୍ୟାଙ୍କର ଶାଖାରେ ଡ୍ରାଫ୍ଟ କରିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ଅଞ୍ଚଳର ଚାଷୀମାନେ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories