www.samajalive.in
Tuesday, December 9, 2025
17.1 C
Bhubaneswar

ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା

ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ବିଚ୍ଛିନ୍ନତାବାଦୀମାନଙ୍କଠାରୁ ଟଙ୍କା ନେଇଥିବା ନେଇ ତାଙ୍କ ବାପା ଶୋରା ଅଭିଯୋଗ କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି।

ଏହା ପରେ ଶେହଲା ତାଙ୍କ ବାପାଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଇ ସେ ଜଣେ ଅତ୍ୟାଚାରୀ ବୋଲି କହିଛନ୍ତି। ତାଙ୍କ ବାପା ଶୋରା ପତ୍ନୀଙ୍କୁ ମାରପିଟ୍‌ କରିବା ସହିତ ଘରୋଇ ହିଂସା ନେଇ କୋର୍ଟରେ ତାଙ୍କ ନାମରେ ମାମଲା ଚାଲିଥିବା ଶେହଲା କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଶୋରା ଗତ ସୋମବାର ନିଜ ଝିଅ ଶେହଲାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ। ଶେହଲା ଏହାକୁ ଖଣ୍ଡନ କରିବା ସହିତ କୋର୍ଟ ତାଙ୍କ ବାପାଙ୍କୁ ଘରେ ପ୍ରବେଶ ନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ରାୟର ଏକ ଆଦେଶନାମାକୁ ଶେହଲା ଟ୍ବିଟର୍‌ରେ ଶେୟାର କରିଛନ୍ତି।

ଅନ୍ୟପଟେ ଶୋରା ଜାମ୍ମୁ ପୁଲିସ ମହାନିର୍ଦେଶକଙ୍କୁ ଏକ ଅଭିଯୋଗପତ୍ର ପଠାଇଛନ୍ତି। ସେଥିରେ ସେ ତାଙ୍କ ଝିଅ ଶେହଲା ରଶୀଦ ଏବଂ ଆଇଏଏସ ଟପ୍ପର ଶାହ ଫୈଜଲଙ୍କ ସହିତ ମିଶି କାଶ୍ମୀରରେ ହୁରିୟତ୍‌ ଭଳି ଗଡ଼ ଛିଡ଼ା କରିବାକୁ ଉଦ୍ୟମ କରୁଛନ୍ତି। କୌଶଳ କରି କାଶ୍ମୀର ଯୁବକମାନଙ୍କୁ ବିଚ୍ଛିନ୍ନତାବାଦୀଙ୍କ ସହିତ ଯୋଡ଼ିବାକୁ ଯୋଜନା କରୁଛନ୍ତି। ଶେହଲା, ତା’ର ମା’ ଏବଂ ଅଙ୍ଗରକ୍ଷୀ ଘରେ କେଉଁପରି କାର୍ଯ୍ୟକଳାପରେ ଲିପ୍ତ ରହୁଛି ତା’ର ତଦନ୍ତ କରାଇବା ଉଚିତ ବୋଲି ଶୋରା ଦାବି କରିଛନ୍ତି।

ଶୋରା ଆହୁରି କହିଛନ୍ତି, ବାପା ହିସାବରେ ମୁଁ ଶେହଲାକୁ ବିରୋଧ କରିବାକୁ ସେ ତା’ ଭଉଣୀ ଏବଂ ବା’ ସହିତ ମିଶି ମୋ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଛନ୍ତି। ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥିପାଇଁ ସେ ଡିଜିପିକୁ ଅଭିଯୋଗପତ୍ର ପଠାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories