www.samajalive.in
Thursday, December 11, 2025
16.1 C
Bhubaneswar

ବିଭିନ୍ନ ସମସ୍ୟାର ପ୍ରତିକାର ଦାବି ନେଇ ୫୫୦ କିସାନ ସମାଜର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

କୁଚିଣ୍ଡା : ୫୫୦ କିସାନ ସମାଜର ଲୋକେ ବିଭିନ୍ନ ସ୍ଥଳେ ନାନା ହଇରାଣ ହେଉଥିବା ସତ୍ତେ୍ୱ ସରକାର ଆବଶ୍ୟକ ପଦକ୍ଷେପ ନେଉନଥିବା ଯୋଗୁଁ ଗରୀବ ଅସହାୟ ମାନେ ହଇରାଣ ହେଉଛନ୍ତି। ଏହାର ପ୍ରତିକାର ଓ ନ୍ୟାୟ ଦେବାକୁ ଦାବି କରି ଆଜି ୫୫୦ କିସାନ ସମାଜ ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉଚ୍ଚନ୍ୟାୟଳୟ ସମେତ ମାନବିକ ଅଧିକାର କମିଶନଙ୍କ ଉଦେ୍ଧଶ୍ୟରେ ଉପଜିଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି।

ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ ମହୁଲପାଲି ଥାନା ନୂଆଡିହି -ପୁଖରୀମାଲ ଗ୍ରାମର ସୁବାସିନ ପିଙ୍ଗଙ୍କ ସ୍ୱାମୀ ହରି କୁ ଗୋଆକୁ କାମ କରିବାକୁ ନେଇଥିବା ବେଳେ ସେ ଏବେ ନିଖୋଜ ରହିଛନ୍ତି।।ତଙ୍କୁ ଗୋଆ ନେବାରେ ସଂପୃକ୍ତ ରମେଶ ରଣାଙ୍କୁ ପୁଲିସ ଜେରା କରିବା ସହ ତା ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଜମନକିରା ବ୍ଲକ ଧୂଡିପାଲି ପଞ୍ଚାୟତ ଲିଙ୍ଗାପାଲି ଗ୍ରାମର ଜଗଦିଶ କିସାନକୁ ଅବକାରୀ ଏ.ଏସ.ଆଇ ସଂଜୀବ ଶର୍ମା ମାଡପିଟ କରିବା ସହ ଲାଞ୍ଚ ମାଗିବା ଏବଂ ଘର ଭାଙ୍ଗିଦେବାକୁ ଚେତାବନୀ ଦେଉଥିବା ଅଭିଯୁକ୍ତକୁ ପ୍ରଶାସନ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି। ସେହିପରି ରେଙ୍ଗାଲି ତହସିଲ ଗୁମକାରମା ଗ୍ରାମର ରାଜୀବ କିସାନଙ୍କ ରୟତି ଜମିକୁ ମାଫିଆ ମାନେ ଚକ୍ରାନ୍ତ କରି ହଡପକରି ନେଇଛନ୍ତି। ସଂପୃକ୍ତ ପରିବାର ନ୍ୟାୟ ପାଇବାକୁ ଆଠବର୍ଷ ଧରି ଲାଗିଥିଲେ ମଧ୍ୟ ନ୍ୟାୟ ନିମିଳିବାରୁ ତହସିଲରେ ନିଆଁ ଲଗାଇ ଦେଇଥିଲେ। ମାତ୍ର ପୁଲିସ ପ୍ରଶାସନ ଏପରି କାର୍ଯ୍ୟରୁ ଶିକ୍ଷା ପାଇବା ପରିବର୍ତ୍ତେ ନିରିହ ଲୋକଙ୍କୁ ନ୍ୟାୟ ନଦେଇ ଗିରଫ କରୁଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିଥିଲେ। ପିଡିତ ପରିବାରକୁ ତୁରନ୍ତ ନ୍ୟାୟ ଦେବା ସହ ଜମି ଫେରେଇବା ଓ ହଡପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ମର୍ମରେ ସହରରେ ଏକ ଶୋଭାଯାତ୍ରା କରି ଉପିଜଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ରାଜେନ୍ଦ୍ର ଛତ୍ରୀୟା ସମେତ ଶତାଧିକ ସଦସ୍ୟ ମାନେ ଯୋଗ ଦେଇଥିଲେ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories