www.samajalive.in
Wednesday, December 10, 2025
18.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଓ ବିକ୍ରି ପାଇଁ ଯୋଜନା, ଅଭିଯୁକ୍ତ ଫେରାର

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମରେ ଜନୈକା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ସହ ଅନ୍ୟତ୍ର ବିକ୍ରି ପାଇଁ ଯୋଜନା କରାଯାଉଥିବା ବେଳେ ସଂପୃକ୍ତା ନାବାଳିକା ଜଣକ ପ୍ରେମିକ କବଜାରୁ କୌଶଳକ୍ରମେ ଖସିଯାଇଥିବା ଜଣାପଡ଼ିଛି। ଏନେଇ ପୀଡ଼ିତା କିସିଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ରେଢାଖୋଲ ଥାନା ଶାମପୁର ଗ୍ରାମର ବସନ୍ତ ସାହୁ (୩୫) ଗତ କିଛି ମାସ ହେଲା କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମର ଜନୈକା ୧୭ ବର୍ଷିୟା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ମୋବାଇଲରେ କଥାବାର୍ତ୍ତା ହେଉଥିଲା। ବସନ୍ତର କଥାରେ ନାବାଳିକା ଜଣକ ବିଶ୍ୱାସ କରି ପ୍ରେମରେ ପଡ଼ିଯାଇଥିଲା। ବସନ୍ତ ବିବାହ କରିବାକୁ କହି ନାବାଳିକାଙ୍କୁ ଗତ ୨୫ ତାରିଖରେ ଉପରମୁଣ୍ଡା ଗ୍ରାମରୁ ନେଇ ଯାଇଥିଲା। ସେହିଦିନ ରାତିରେ ବସନ୍ତ ସାହୁ ସଂପୃକ୍ତା ନାବାଳିକାକୁ ରେଢାଖୋଲରେ ଏକ ସ୍ଥାନରେ ୨୫ ଓ ୨୬ ତାରିଖ ଦୁଇଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଅନ୍ୟତ୍ର ବିକ୍ରି କରିବାପାଇଁ ବସନ୍ତ ମୋବାଇଲରେ କାହା ସହ କଥାବାର୍ତ୍ତା କରୁଥିବା ନାବାଳିକା ଜଣଙ୍କ ଶୁଣି ନେଇଥିଲା। ବସନ୍ତ ସଂପୃକ୍ତା ନାବାଳିକାକୁ ଘରେ ତାଲା ମାରି ବାହାରକୁ ଯାଇଥିବା ବେଳେ ଗତ ୨୭ ତାରିଖରେ ପୀଡ଼ିତା ନାବାଳିକା କୌଣସି ମତେ ସେଠାରୁ ଖସିଆସି ପାଖପଡ଼ୋଶୀଙ୍କ ଆଗରେ ସବୁକଥା କହିଥିଲା।
ସ୍ଥାନୀୟ ଲୋକେ ନାବାଳିକାର ପରିବାରବର୍ଗକୁ ଖବର ଦେବାପରେ ସେମାନେ ରେଢାଖୋଲ ଆସିଥିଲେ। ରେଢାଖୋଲ ଥାନାରେ ଅଭିଯୋଗ ଦେବାକୁ ଯାଇଥିଲେ ମଧ୍ୟ ନାବାଳିକାର ଘର କିସିଣ୍ଡା ଥାନା ଅଞ୍ଚଳରେ ହୋଇଥିବାରୁ ସେଠାରେ ଅଭିଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ୨୮ତାରିଖରେ ପୀଡ଼ିତା ନାବାଳିକା କିସିଣ୍ଡା ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ପୁଲିସ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି କେସ ନଂ. ୬୭/୨୦୨୦ ଦଫା ୩୬୩/୩୬୬ଏ/୩୪୨/୩୭୬(୨)ରେ ମାମଲା ରୁଜୁ କରିଛି। ନାବାଳିକାଙ୍କ ଡାକ୍ତରୀ ମାଇନା ହୋଇଥିବା ଜଣାପଡ଼ିଛି। ଏନେଇ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତ ବସନ୍ତ ସାହୁ ଫେରାର ଥିବା ଥାନା ଅଧିକାରୀ ଚିତ୍ତରଞ୍ଜନ ନାଏକ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories