ପାଟଣା : ଘଟଗାଁ ବ୍ଲକ ପଇଦାପାଟଣା ପଞ୍ଚାୟତ ଖୁଣ୍ଟାପଡା ଗ୍ରାମରେ ଗତକାଲି ଭଗବାନ ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା କାର୍ୟ୍ୟ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ଠାରୁ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କେନ୍ଦୁଝର ବେଦ ବିଦ୍ୟାଳୟରୁ ଆସିଥିବା ପୂଜକ ସୁବାଷ ଚନ୍ଦ୍ର ଦାଶ ଏବଂ ସୁଶାନ୍ତ କୁମାର ମିଶ୍ର ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ । ମୁଖ୍ୟ ଆଚାର୍ଯ୍ୟ ଅଭିଜିତ ପଣ୍ଡା ଏବଂ ପତ୍ନୀ ନନ୍ଦିନୀ ପଣ୍ଡା ବିଗ୍ରହ ପ୍ରତିଷ୍ଠା କରିଥିଲେ।
ସୂଚନାଯୋଗ୍ୟ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଗତ ୨୦୧୭ ମସିହାରେ ସ୍ଥାନୀୟ ଗୌରୀଶଙ୍କର ପଣ୍ଡାଙ୍କ ଉଦ୍ୟମରେ ଏବଂ ସର୍ବ ସାଧାରଣଙ୍କ ସହଯୋଗରେ ବିଶେଷ କରି ଜଗନ୍ନାଥ ସତସଙ୍ଗ ଖୁଣ୍ଟାପଡା ଏବଂ ସାନ୍ତରାପୁର ସତସଙ୍ଗ ସହଯୋଗ କ୍ରମେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଘଟଗାଁ ଅଞ୍ଚଳରେ ଏହା ପ୍ରଥମ ରାଧାକୃଷ୍ଣ ମନ୍ଦିର ହୋଇଥିବାରୁ ଲୋକେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ବିଗ୍ରହ ପ୍ରତିଷ୍ଠା କାର୍ୟ୍ୟକ୍ରମ ଟିକୁ ସମ୍ପୂର୍ଣ୍ଣ ଭାବେ ଅଜୟ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ପୂର୍ବତନ ଏମ୍ ପି ଅନନ୍ତ ନାୟକ, ଭାରତୀୟ ଜନତା ପାର୍ଟି ର ଘଷିପୁରା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପ୍ରାଥି ପୃଥ୍ୱୀରାଜ କୁଅଁର, ସତ୍ୟବ୍ରତ ପଣ୍ଡା, ଦେବେନ୍ଦ୍ର ଜେନା, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ, ଭାଜପା ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ ପ୍ରମୁଖ ଅନ୍ତିମ ଦିନରେ ଉପସ୍ଥିତ ଥିବା ବେଳ କୋଭିଡ କଟକଣା ପରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ପରିଚାଳକ ପ୍ରକାଶ କରିଛନ୍ତି।



