www.samajalive.in
Thursday, December 11, 2025
23.1 C
Bhubaneswar

ବାଇକ ଧରାଇଲା ଲୁଟେରାକୁ, ଲୁଟ ୫ ଲକ୍ଷ ଟଙ୍କା ଉଦ୍ଧାର

ପାଟଣା: ଗତ ୨୪ ତାରିଖ ମଧ୍ୟାହ୍ନରେ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା କର୍ମଚାରୀ ଅର୍ଣ୍ଣପୂର୍ଣ୍ଣା ମିଶ୍ର ତୁରୁମୁଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରୁ ୫ ଲକ୍ଷ ଟଙ୍କା ଉଠାଇ ନିଜ କାର୍ଯ୍ୟାଳୟର ଗନମ୍ୟାନ ଯଦୁମଣୀ ମହାନ୍ତଙ୍କ ସହ ସମବାୟ ବ୍ୟାଙ୍କ ଶାଖାକୁ ଚାଲିଚାଲି ଫେରୁଥିବା ବେଳେ ରାସ୍ତା ମଝିରେ ବାଇକରେ ଆସିଥିବା ୨ ଲୁଟେରା ଅର୍ଣ୍ଣପୂର୍ଣ୍ଣାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ସମବାୟ ବ୍ୟାଙ୍କ ଶାଖା ପରିଚାଳିକା ଲକ୍ଷ୍ମୀପ୍ରିୟା ସାହୁ ତୁରୁମୁଙ୍ଗା ଥାନାରେ ଏତାଲା ଦେଇଥିଲେ । ତେବେ ଲୁଟେରା ଦ୍ୱୟ କେନ୍ଦୁଝର ଆଡକୁ ଦୃତଗତିରେ ପଳାଇଯାଉଥିବା ବେଳେ ତୁରୁମୁଙ୍ଗାର ଜଣେ ବ୍ୟକ୍ତି ଚେମଣା ଛକରେ ଥିବା ତାଙ୍କ ଲୋକକୁ ଲୁଟେରାଙ୍କୁ ଅଟକାଇବା ପାଇଁ କହିଥିଲେ। ଚେମଣାର ବ୍ୟକ୍ତି ଜଣଙ୍କ ଏକ ଠେଙ୍ଗା ଧରି ରାସ୍ତାରେ ଜଗିଥିବା ବେଳେ ଲୁଟେରା ଦ୍ୱୟ ତାଙ୍କୁ ଚକମା ଦେଇ ଖସିଯାଇଥିଲେ ମଧ୍ୟ ଆଗକୁ ବିପଦଥିବା ନିଶ୍ଚିତ ହୋଇ ସେମାନେ ଏକ ଭୁଲ ରାସ୍ତା ଚେମଣା- ବୁଢିକାପୁଡି ରାସ୍ତାରେ ପଶିଯାଇଥିବା ବେଳେ ଦୃତଗତି କାରଣରୁ ପୁଟୁଗାଁ ଜହ୍ନେଇ ନାଳରେ ପଶିଯିବାରୁ ବାଇକଟି ବାଲିରେ ଲାଖିଯାଇ ଆଉ ବାହାରି ନ ଥିଲା । କାଳବିଳମ୍ବ ନ କରି ଲୁଟେରା ଦ୍ୱୟ ବାଇକକୁ ନାଳରେ ଛାଡି ଫେରାର ହୋଇଯାଇଥିଲେ । ଲୁଟେରା ଛାଡିଯାଇଥିବା ବାଇକ ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ପୁଲିସ ନାଳରୁ ବାଇକଟିକୁ ଉଦ୍ଧାର କରି ଥାନାକୁ ଆଣିବା ସହ ବାଇକ ମାଲିକଙ୍କ ଅନୁସନ୍ଧାନ ଜାରି ରଖିଥିଲା । ଗତକାଲି ତୁରୁମୁଙ୍ଗା ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ୫ ଲକ୍ଷ ଟଙ୍କା ଲୁଟିଥିବା ମୁଖ୍ୟ ଲୁଟେରା ଯାଜପୁର ଜିଲ୍ଲା ଯଖପୁରା ଥାନା ଦାସମାଣିଅ ଗ୍ରାମର ଭୁଲା ପ୍ରଧାନ (୨୦) କୁ ତୁରୁମୁଙ୍ଗା ପୁଲିସ ଗିରଫ କରିଛି । ଲୁଟ ୫ ଲକ୍ଷ ଟଙ୍କା ସେ ଘରେ ପୋତି ରଖିଥିବା ବେଳେ ପୁଲିସ ସେହି ଅର୍ଥକୁ ମଧ୍ୟ ଜବତ କରିଛି । ତେବେ ଲୁଟେରା ଗ୍ୟାଙ୍ଗରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ତାହାର ସୁରାକ ପୁଲିସ ଖୋଜୁଥିବା ବେଳେ ଗୋଟିଏ ପରେ ଗୋଟିଏ ଲୁଟର ପତ୍ତା ମିଳୁ ନ ଥିବା ବେଳେ ତୁରୁମୁଙ୍ଗା ପୁଲିସର ତଦନ୍ତ ପ୍ରକ୍ରିୟାର ପ୍ରାରମ୍ଭିକ ସୋପାନାରେ ଜଣେ ଲୁଟେରା ଗିରଫ ହେବା ସହ ଲୁଟ ଅର୍ଥ ଉଦ୍ଧାର ହେବା ଘଟଣା କୁ ବିଭିନ୍ନ ମହଲରେ ସାବାସି ଦିଆଯାଇଛି ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories