www.samajalive.in
Sunday, December 14, 2025
14.1 C
Bhubaneswar

ବୁଲେଟ୍ ସ୍ପେସ୍ କଲମର ଦାମ୍ ୯,୫୦୦ ଟଙ୍କା !

ଆଜିର ସ୍ମାର୍ଟ ଯୁଗରେ ଯୁବପିଢ଼ି କଲମ ରଖିବାରେ ଏତେଟା ଆଗ୍ରହୀ ନୁହନ୍ତି। ଅବଶ୍ୟ କବି, ଲେଖକ ମନୋବୃତ୍ତି ଥିଲେ କଲମଟିଏ ସେମାନଙ୍କର ମୁଖ୍ୟ ଆବଶ୍ୟକତା। ଯୁଗ ଅନୁସାରେ ଦର ବଢ଼ୁଛି ସତ, କିନ୍ତୁ ଦାମୀ କଲମଟିଏ ଅତି ବେଶୀରେ ୫୦୦-୧୦୦୦ ଟଙ୍କା ମଧ୍ୟରେ ହୋଇଥିବ ବୋଲି ଆମର ଧାରଣା। ଗୋଟିଏ ସାଧାରଣ କଲମର ଦର ୯ହଜାର ଟଙ୍କା ହେବା ନିହାତି ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ସୁନା, ରୁପା କି ହୀରା ଏଥିରେ ଖଚିତ ହୋଇନି, ବରଂ ଆଖିକୁ ମାମୁଲି ଭଳି ଦେଖାଯାଉଥିବା ଏଇ କଲମକୁ ତିଆରି କରିଛନ୍ତି ଆମେରିକାର କମ୍ପାନୀ ‘ଫିସର୍‌ ସ୍ପେସ୍ ପେନ୍ କୋ’। ୧୯୬୫ରେ କମ୍ପାନୀ ମହାକାଶଯାତ୍ରୀଙ୍କ ନିମନ୍ତେ ଏକ ବିଶେଷ କଲମ ତିଆରି କଲା, ମହାକାଶ ଯାତ୍ରା ସମୟରେ, ଗଭୀର ପାଣିରେ ଲେଖିହେବ। କଲମଟି ୧୦୦ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ତରଫରୁ ଦାବି ଥିଲା। କଲମର ନାମ ‘ବୁଲେଟ୍ ସେସ୍ପ୍ ପେନ୍’ ରଖାଯିବାବେଳେ ଏହାର ଦର ୯,୫୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ମିଳିଥିବା ଖବର ଅନୁସାରେ, ନାସା ଏଇ କମ୍ପାନୀ ପାଖରୁ ଏକକାଳୀନ ୪,୫୦୦ ୟୁନିଟ୍ ବୁଲେଟ୍‌ ସ୍ପେସ୍ କଲମ କିଣିଥିଲା। ଏହା ପରେ ରୁଷିଆ ମଧ୍ୟ ସ୍ପେସ୍ କଲମକୁ ହଜାରହଜାର ସଂଖ୍ୟାରେ ବରାଦ୍ କରିଥିବାର ପ୍ରକାଶ। ମହାକାଶଯାତ୍ରୀମାନେ ଗତ ୪୦ ବର୍ଷ ହେଲା ଫିସର୍ କମ୍ପାନୀର ଏଇ କଲମକୁ ହିଁ ମହାକାଶରେ ଲେଖାଲେଖି ପାଇଁ ବ୍ୟବହାର କରିଆସୁଛନ୍ତି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories