www.samajalive.in
Friday, December 12, 2025
17.1 C
Bhubaneswar

ଓସ୍କାର ଦୌଡ଼ରେ ‘ଜାଲିକାଟୁ’ ସାମିଲ

ମୁମ୍ବଇ : ମାଲାୟଲମ ଚଳଚ୍ଚିତ୍ର ‘ଜାଲିକାଟୁ’ ୨୦୨୧ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେବା ପାଇଁ ସରକାରୀ ଭାବେ ମନୋନୀତ ହୋଇଛି। ହିନ୍ଦୀ ଚଳଚ୍ଚିତ୍ର ଛପକ, ଶିକାରା, ଗୁଞ୍ଜନ ସାକ୍ସେନା: ଦି କାର୍ଗିଲ ଗାର୍ଲ ଆଦି ୨୬ଟି ଚର୍ଚ୍ଚିତ ଚଳଚ୍ଚିତ୍ରକୁ ପଛରେ ପକାଇ ଜାଲିକାଟୁ ୯୩ତମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ ଇଣ୍ଡିଆ ମୁଖ୍ୟ ରାହୁଲ ରାୱଲଙ୍କ ସୂଚନାନୁଯାୟୀ, ଏହା ଶ୍ରେଷ୍ଠ ଆନ୍ତର୍ଜାତିକ ଚଳଚ୍ଚିତ୍ର ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବ। ଫେଡେରେସନ୍‌ର ୧୪ଜଣିଆ ସଦସ୍ୟ ଏହି ଚଳଚ୍ଚିତ୍ର ସପକ୍ଷରେ ମତ ଦେଇଛନ୍ତି। ଲିଜୋ ଜୋସ୍‌ ପେଲିସେରୀଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଦକ୍ଷିଣ ଭାରତ; ବିଶେଷକରି ତାମିଲନାଡୁରେ ଆୟୋଜିତ ଷଣ୍ଢ ଲଢ଼େଇ ଓ ଏଥିସହିତ ସଂଲଗ୍ନ ଗ୍ରାମ୍ୟ ଜୀବନକୁ ଆଧାର କରି ନିର୍ମିତ ହୋଇଛି। ଗତ ବର୍ଷ ଜୋୟା ଅଖତରଙ୍କ ନିର୍ଦେଶିତ ‘ଗଲି ବୟ’ ଓସ୍କାର ଦୌଡ଼ ପାଇଁ ଭାରତ ପକ୍ଷରୁ ମନୋନୀତ ହୋଇଥିଲେ ମଧ୍ୟ ପୁରସ୍କାର ଜିତିପାରି ନ ଥିଲା।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories