www.samajalive.in
Thursday, December 11, 2025
13.1 C
Bhubaneswar

କରୋନାର ଦ୍ୱିତୀୟ ଲହରି ମୁକାବିଲା ପାଇଁ କେତେ ପ୍ରସ୍ତୁତ ସମ୍ବଲପୁର?

ବୁର୍ଲା : ବର୍ତ୍ତମାନ ସାରା ଭାରତ ବର୍ଷରେ କରୋନାର ଦ୍ୱିତୀୟ ଲହରିକୁ ନେଇ ଭୟାବହ ସ୍ତିତି ଉତ୍ପର୍ଣ୍ଣ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ତରଫରୁ ସମସ୍ତଙ୍କୁ ସଚେତନ କରାଯିବା ସହିତ ପୁଣି ଲକଡ଼ାଉନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି। ସେପଟେ ବର୍ତ୍ତମାନ ଦିଲ୍ଲୀର କରୋନା ସ୍ତିତି ଅତ୍ୟନ୍ତ ଜଟିଳତା ଆଡ଼କୁ ଯିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ଚିନ୍ତାଜନକ ହୋଇଛି। ଏଭଳି ସ୍ତିତିରେ ରାଜ୍ୟମାନଙ୍କରେ ମଧ୍ୟ କରୋନା କଟକଣା ଜାରି କରାଯିବା ପାଇଁ ନିର୍ଦ୍ଦେଶନାମା ହେବା ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ଏହା ପାଇଁ କେତେ ମାତ୍ରାରେ ପ୍ରସ୍ତୁତ ବୋଲି ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠୁଛି। ବର୍ତ୍ତମାନ କେବଳ ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ବ୍ୟବସ୍ତା ଗତ ଅକ୍ଟୋବର ମାସ ୧୨ ତାରିଖରୁ ଆରମ୍ଭ ହୋଇଛି। ତାହା ମଧ୍ୟ ଅସଙ୍ଗତି ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ କୋଠା ମଧ୍ୟରେ। ଏହି କୋଭିଡ଼ ହସପିଟାଲ ହୋଇଥିବା ନଅତାଲା କୋଠାକୁ ବର୍ତ୍ତମାନ ସୁଦ୍ଧା ଅଗ୍ନିନିରାପତ୍ତା ଅନୁମତି ଖଣ୍ଡିଏ ହସ୍ତଗତ ହୋଇ ପାରିନାହିଁ। ସରକାରୀ କଳ ତରଫରୁ ଏହି ନଅତାଲା ଅବ୍ୟବସ୍ତିତ କୋଠାକୁ ଯେତେ ମାତ୍ରରେ ବ୍ୟବସ୍ତିତ କରିବା ପାଇଁ ନିର୍ଦ୍ଦେଶ ହୋଇଛି କୋଠା ଅସଙ୍ଗତି ଦୂର ହେବା ପରିବର୍ତ୍ତେ ଆହୁରି ଅସଙ୍ଗତି ବାରି ହେଉଛି। ତେବେ ପୂର୍ବରୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ କରାଯାଇଥିଲା। ସମ୍ବଲପୁର କୋଭିଡ଼ ହସପିଟାଲରେ ରୋଗୀଙ୍କ ମାତ୍ରାକୁ ଦୃଷ୍ଟିରେ ରଖାଯାଇ ବୁର୍ଲା ଭିମସାରରେ ପୁଣି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ବ୍ୟବସ୍ତା କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କୋଭିଡ଼ ହସପିଟାଲ କରାଯିବା ପାଇଁ ଚୁଡ଼ାନ୍ତ ହୋଇଥିବା କୋଠା ବିଗତ ୬ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିଥିଲା। ୧୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟରେ ନିର୍ମିତ କୋଠାକୁ ପୁଣି ଏହା ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରସ୍ତୁତ କରାଗଲା। ମାତ୍ର ଶିଶୁ ବିଭାଗ ପାଇଁ ନିର୍ମିତ ନଅତାଲା ବିଶିଷ୍ଟ କୋଠାକୁ ଶିଶୁ ବିଭାଗ ତ୍ରୁଟିପୂର୍ଣ୍ଣ ଭାବରେ ବିପଦପୂର୍ଣ୍ଣ ଭାବରେ ନିର୍ମାଣ ତଥା ଅଗ୍ନି ନିରାପତ୍ତା ଅନୁମତି ପାଇ ନ ପାରିବା ଏବଂ ଏହାକୁ ସୁରକ୍ଷିତ ନ ମଣିବା କ୍ଷେତ୍ରରେ ସ୍ତାନାନ୍ତରିତ ହୋଇ ପାରି ନ ଥିଲା। ସେ ଯାହା ହେଉ କୋଠାକୁ ଗତ ଅକ୍ଟୋବର ମାସ ୧୨ ତାରିଖରେ କାର୍ଯ୍ୟକ୍ଷମ କରାଗଲା। ମାତ୍ର ଏହା କର୍ଯ୍ୟକ୍ଷମ ହେବା ପରେ ସମ୍ବଲପୁର କୋଭିଡ଼ ହସପିଟାଲକୁ ବନ୍ଦ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସମ୍ବଲପୁର କୋଭିଡ଼ ହସପିଟାଲ ଇତିମଧ୍ୟରେ ବନ୍ଦ କରିଦିଆ ଯାଇଛି। ପୂର୍ବରୁ ୩୦୦ ଶଯ୍ୟା ସ୍ତାନରେ ମାତ୍ର ୧୦୦ କୋଭିଡ଼ ଶଯ୍ୟା କେତେ ମାତ୍ରାରେ କରୋନା ଦ୍ୱିତୀୟ ଲହରିର ମୁକାବିଲା ପାଇଁ ପ୍ରସ୍ତୁତ ତାହା ସମୟ ହିଁ କହିବ।

ସୂଚନା ଥାଉକି, ବୁର୍ଲା ଭିମସାରର କୋଭିଡ ହସପିଟାଲର ଅସଙ୍ଗତି ତଥା ତ୍ରୁଟିପୂର୍ଣ୍ଣ ଭାବରେ ନିର୍ମାଣ ଅଗ୍ନିନିରାପତ୍ତା ଅନୁମତିରେ ବାଧକ ସାଜିଛି। ଗତ ଅକ୍ଟୋବର ମାସ ୧୨ ତାରିଖରୁ ନଭେମ୍ବର ମାସ ୧୨ ତାରିଖ ପର୍ଯ୍ୟନ୍ତ କୌଣସି ହିସାବରେ ସର୍ତ୍ତମୂଳକ ଅଗ୍ନିନିରାପତ୍ତା ଅନୁମତି ମିଳିଥିଲା। ମାତ୍ର ବର୍ତ୍ତମାନ ଅଗ୍ନିନିରାପତ୍ତାର ସର୍ତ୍ତମୂଳକ ଅନୁମତି ସରିଯାଇଛି। ମାତ୍ର ବିନା ଅଗ୍ନିନିରାପତ୍ତା ଅନୁମତିରେ ଭିମସାରର କୋଭିଡ଼ ହସପିଟାଲ ଗତି କରୁଛି। ବର୍ତ୍ତମାନ କେବଳ ଭିମସାରର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ହିଁ ଏକମାତ୍ର ଜିଲ୍ଲାର କରୋନା ସଂକ୍ରମିତଙ୍କ ଭରସା। ତେବେ ବୁର୍ଲା ଭିମସାରର ଏହି ସଙ୍କୁଚିତ କୋଠାର କୋଭିଡ଼ ହସପିଟାଲରେ ମାତ୍ର ୧୯ଟି ଆଇସିୟୁ ଶଯ୍ୟା ଶଙ୍କଟାପର୍ଣ୍ଣ କରୋନା ରୋଗୀଙ୍କ ପାଇଁ ରଖାଯାଇଛି। ଯାହାକି ପର୍ଯ୍ୟପ୍ତ ହେବ ନାହିଁ ବୋଲି ମତପ୍ରକାଶ ପାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories