www.samajalive.in
Sunday, December 14, 2025
14.1 C
Bhubaneswar

ଡିସେମ୍ବର ମାସ ପାଇଁ କେନ୍ଦ୍ରର ଗାଇଡ ଲାଇନ୍ : ରାତ୍ରିକାଳୀନ କର୍ଫ୍ୟୁ ପାଇଁ ରାଜ୍ୟକୁ କ୍ଷମତା

ନୂଆଦିଲ୍ଲୀ :  ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ଗାଇଡ୍ ଲାଇନ୍ ଜାରି କରିଛି। କଣ୍ଟେନମେଣ୍ଟ ଜୋନରେ ଗାଇଡ୍ ଲାଇନକୁ କଡାକଡି ମାନିବାକୁ ପରାମର୍ଶ ଦିଆଯାଇଛି। ତେବେ ରାତ୍ରି କାଳୀନ କର୍ଫ୍ୟୁ ଲଗାଇବା ପାଇଁ ରାଜ୍ୟ ମାନଙ୍କୁ କ୍ଷମତା ଦିଆଯାଇଛି।  ଡିସେମ୍ବର ଏକ ତାରିଖରୁ ଏହି ନୂତନ ଗାଇଡ ଲାଇନ୍ ଲାଗୁହେବ।

କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ସେହିପରି ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇଛି। ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ପାଇଁ ଅନୁମତି ଦିଆଯାଇ ନାହିଁ।

- Advertisement -

ତେବେ ଆନ୍ତର୍ଜାତିକ ବିମାନ ସେବାକୁ ଅନୁମତି ଦିଆଯାଇଛି। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିପାରିବ। କ୍ରୀଡାବୀତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ଅନୁମତି ପ୍ରଦାନ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲିବାକୁ ଅନୁମତି ମିଳିଛି। ସାମାଜିକ, କ୍ରୀଡା, ମନୋରଞ୍ଜନ ଏବଂ ଶୈଖିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି।

ବିଶେଷ କରି ସରକାର ସଂକ୍ରମଣକୁ ରୋକିବା ପାଇଁ ଏଥର ଅଧିକ ଗୁରୁତ୍ବ ପ୍ରଦାନ କରିଥିବା ଜଣାପଡିଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories